STORYMIRROR

Judhisthir Majhi

Tragedy Inspirational

3  

Judhisthir Majhi

Tragedy Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
375

ସୁନ୍ଦର ରୁଚିର ଆଜିର ନାରୀ

ଶିକ୍ଷିତା ଉନ୍ନିତା ଆଜିର ନାରୀ


ନିଜ ଗୋଡରେ ଛିଡା ହେବାର

    ପ୍ରୟାସ ରଖିଛି ଜାରି

ରୋଷେଇ ଘରରେ ରହୁନି ମୁହଁ ଲୁଚେଇ

ଦେଶର ବିକାଶ ପଥରେ ଯାଏ ଆଗେଇ


ସେ ଆଧୁନିକ ନାରୀ

ଜଗତର ହିତକାରୀ


କେତେବେଳେ ଝିଅ, ବୋହୁ

କେତେବେଳେ ସେବିକା

ଯୋଉ ଘରେ ନାହିଁ ନାରୀ

ନରକ ଠାରୁ ବି ହୀନା ଅଧିକା


ଗୁଣରେ ରୂପରେ ସେ ଜଗତ ଜିତା

ଖୁଦା ତୋ ଜାଣେ ସେ ଦିକୁଳ ହିତା


ଆଜିର ନାରୀକୁ ଦୁର୍ବଳ ଭାବନି

   ଜଗତେ ସେ ବଳଶାଳୀ

ତା ଇସାରାରେ ଭବ ହସୁଛି କାନ୍ଦୁଛି

    ପାଉଁସ ହେବ କି ଜଳି


ପୁରୁଷ ଠାରୁ ବି କୋଉ ସ୍ଥାନରେ ସେ

   ନୁହେଁ ନୀଚ ନୁହେଁ ହୀନ

ଜଗତେ ସେ ଆଜି ପାଇଲାଣି ଦେଖ

    ଯଥେଷ୍ଟ ମାନ ସମ୍ମାନ


ଆଜିର ନାରୀ ଅସମ୍ଭବକୁ

ଯେ କରିପାରେ ସମ୍ଭବ

ତୋ ହୃଦୟେ ସହନଶୀଳତା, ମମତା

ପ୍ରେମ ଦେଖ ହେ ଭରପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy