STORYMIRROR

ବି. ନିରୁପମା

Classics Drama Fantasy

5.0  

ବି. ନିରୁପମା

Classics Drama Fantasy

ଆଡ଼ନେତ୍ରେ ଦିଅ ଚାହିଁ

ଆଡ଼ନେତ୍ରେ ଦିଅ ଚାହିଁ

1 min
288



ସର୍ଵ ସୁଲକ୍ଷଣୀ ସାଗର ଦୁଲଣୀ

ଆଡ଼ନେତ୍ରେ ଦିଅ ଚାହିଁ ,

ଭକ୍ତି ସହକାରେ ଆରାଧନା କରେ

ତୁମରି ଆଶିଷ ପାଇଁ ।


ଦାରିଦ୍ର୍ୟ ଭଞ୍ଜନୀ ବାରେ ଦୟାକରି ,

ଦିଅ,ଦିଅ ଏବେ କରୁଣା ବିତରି ;

ମାଆ ଗୋ ଚଞ୍ଚଳା,ସନ୍ତାନ ବତ୍ସଳା

ତୁମ ତୁଲ କେହି ନାହିଁ ।(୦)


ତୁମେ ଅନ୍ନପୂର୍ଣ୍ଣା ମମତାମୟୀ ମା'

ଜଗତକୁ ବାଣ୍ଟ ପଡ଼ି ,

ସହି ପାରନାହିଁ ଭୋକ-ଶୋଷରେ କେ

କାନ୍ଦିଲେ ଆକୁଳେ ଗଡ଼ି ।

ତୁମ କୃପାହେଲେ ଧନ, ଜନ, ବସ୍ତ୍ର

କେବେ ଊଣା ହୁଏ ନାହିଁ ।(୧)


ସର୍ଵ ସୁଲକ୍ଷଣୀ ସାଗର ଦୁଲଣୀ

ଆଡ଼ନେତ୍ରେ ଦିଅ ଚାହିଁ....


ତୁମେ ସୁପ୍ରସନ୍ନା ହୋଇଲେ ଗୋ ମାଆ

ପୂର୍ଣ୍ଣ ହୁଏ ମନସ୍କାମ ,

ଅଚିରେ ହୁଅଇ ସର୍ଵ କାର୍ଯ୍ୟ ଜୟ

ଦ୍ରୋହୀ ଜନେ ତୁମେ ବାମ ।

ଥିଲେ ଦୋଷା ଦୋଷ ମୋ ସେବା ପୂଜାରେ

କ୍ଷମା ଦେବ ମହାମାୟୀ ।(୨)


ସର୍ଵ ସୁଲକ୍ଷଣୀ ସାଗର ଦୁଲଣୀ

ଆଡ଼ନେତ୍ରେ ଦିଅ ଚାହିଁ....


ଭକ୍ତି ସହକାରେ ଆରାଧନା କରେ

ତୁମରି ଆଶିଷ ପାଇଁ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics