ଆଢ଼ୁଆଳ
ଆଢ଼ୁଆଳ
ଆଙ୍ଗୁଳି ଦେଖେଇ ଥିଲି
ବାହୁ ତୁ ଗିଲିଦେଲୁ,
ଉଚ୍ଚ ମସ୍ତକକୁ
ଅପମାନେ ନୁଆଁଇ ଦେଲୁ,
ବାଦ-ଅପବାଦ, ତର୍କ-ବିତର୍କ ରେ
ପ୍ରେମର ସୁନ୍ଦରବନକୁ ମାରିଦେଲୁ
ହୃଦୟେ ! ହୃଦୟେ !
ଘୃଣାର ବୀଜକୁ ରୋପଣ କରିଦେଲୁ,
ସମାଧାନ ନ ଖୋଜି
ସମାଧାନ ନ ଖୋଜି
ସମସ୍ୟା ଉପୁଜାଇ
କହ ! ତୁ ଖୁସି ସାଉଁଟିଲୁ ?
ବିନା କାରଣେ ! ବିନା କାରଣେ
କାହିଁ ମୋତେ ଦୋଷୀ କଲୁ ।।
ଯାହା ଆଶା ବିଶ୍ୱାସ ଭରଷା ସ୍ନେହ ପ୍ରେମ ବାକି ଥିଲା
ତା ତଣ୍ଟି ଚିପି ଶବ ବନେଇଲୁ,
ଆଙ୍ଗୁଳି ଦେଖେଇ ଥିଲି
ବାହୁ ତୁ ଗିଳିଦେଲୁ,
କହ ? କାହିଁ ତୁ
ବିନା କାରଣରେ ଦୋଷୀ କଲୁ ।।

