ଆବେଗ
ଆବେଗ
ମନରୁ କୁରୁଳି ଉଠେ
ପରିପ୍ରକାଶ କରେ ନିଜସ୍ବ ଭାବ
ଅସଜଡା ବାକ୍ୟ
କେତେ ବେଳେ ପାଟିରୁ
ବାହାରି ଆସେ ।
ରହେନା ନିଜସ୍ବ ଅକ୍ତିଆର
ସୁଖରେ ହେଉବା ଦୁଖଃରେ
ସୁଖ ରେ ହସି ଦିଏ ଖିଲିଖିଲି
ଦୁଃଖରେ ଗଡ଼ି ଚାଲେ ଲୋତକ
ଅଶ୍ରୁ ହୋଇ ।
ନଥାଏ ତାର ଥୟକୂଳ
ଯେକୌଣସି ପରିସ୍ଥିତି ରେ
ମନ ବଳକୁ ଟାଣ କରିବା ହିଁ
ଶ୍ରେୟସ୍କର ।
ପାଦ ବଢାଇ ଆଗକୁ ଚାଲ
ଗୋଟାଏ ଇଙ୍ଗିତରେ
ମଣିଷ ଦୁନିଆରେ
ବଞ୍ଚି ରହେ ।