STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ଆ-କା -ମା -ବୈ- ଗାଇ

ଆ-କା -ମା -ବୈ- ଗାଇ

1 min
261


   ଟୁନାରେ ଟୁନା

ମନ ଦୁଃଖେ ଏଠି ବସିଛୁ କିଆଁ ?

   ଟୁନି ଲୋ ଟୁନି

ଜାଣିନୁ କି ଆଜି କାର୍ତ୍ତିକ ପୁନେଇଁ

   ଟୁନାରେ ଟୁନା

ନାଆ ଭସାଇବାକୁ ଉଛନ୍ନ କିଆଁ ?

  ଟୁନି ଲୋ ଟୁନି

ଛାନିଆ ହେବିନି କହୁଛୁ ତୁଇ

କାହୁଁ ଆସିଛି ଏଇ କରୋନା

ଦୋକାନ ବଜାର ବନ୍ଦ ସିନା

କେଉଁଠୁ କିଣିବା ନାଆ?

ଏ ସନ କି ଆଉ ଭସାଇବାନି ଡଙ୍ଗା 


ସେ କଥା ଭାବୁଛି ମୁଇଁ

 ଟୁନା ରେ ଟୁନା

ହୁଅନା ଆଉ ତୁ ଏତେ ଛାନିଆ

କଦଳୀ ବାସୁଙ୍ଗା ଆଣି

ମାଆ କରିଛନ୍ତି ସୁନ୍ଦର ଡଙ୍ଗା 

ପାନ,ଗୁଆ,ଫୁଲ ଦୀପ ଥୋଇ

ଦେଖିନାହୁଁ କିରେ ତୁହି 

ଆ-କା- ମା -ବୈ -ଗାଇ

 ଭସାଇବା ଆମେ ଯାଇ


ତୁ ପରା ସୁନା ଭାଇ ମୋହରି।

 ଟୁନି ଲୋ ଟୁନି

ବଡ ବୁଦ୍ଧିମତୀ ମାଆ ଆମରି

କିଣିବାନି ଆଉ ସୋଲର ଡଙ୍ଗା

 ଭସାଇ କଦଳୀ ବାସୁଙ୍ଗା ନାଆ

ଆମ ପରମ୍ପରା କରିବା ରକ୍ଷା 

 ଜଳାଶୟ ଜଳ କରି ସୁରକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children