STORYMIRROR

Binodini Dash

Inspirational

3  

Binodini Dash

Inspirational

ଆ' ଜହ୍ନ ମାମୁ

ଆ' ଜହ୍ନ ମାମୁ

1 min
208


ଆ' ଜହ୍ନ ମାମୁ


ବିନୋଦିନୀ ଦାଶ


ଆ' ଜହ୍ନ ମାମୁ ଶରଦ ଶଶୀ

ମୋ କାହ୍ନୁ ହାତରେ ପଡ଼ରେ ଖସି ।


ତୋତେ ପାଇ ଘିରିଘିରି ବୁଲିବ

ସାଥୀ ହୋଇ ଦୁହେଁ କେତେ ଖେଳିବ ।


ଅଝଟିଆ ଆଉ କାହ୍ନୁ ହେବନି

ଯାହା ଦେବି ଖାଇଦେବ ସେ ତୁନି ।


ତୋ ପରି ଉଜ୍ଜ୍ବଳ ଦିଶିବ ଦେହ

ଧନ ମୋର ତୋତେ କରିବ ସ୍ନେହ ।


ତା' ସାଙ୍ଗସାଥୀଙ୍କୁ ଦେଖାଇ ତୋତେ

ଖୁସିର ଲହରୀ ତୋଳିବ କେତେ !


ମୋ କାହ୍ନୁକୁ ଧରି ସଙ୍ଗତେ ତୁହି

ନାନା ଉପହାର ସାଥିରେ ନେଇ ।


ଆକାଶ ଦେଶକୁ ଯିବୁରେ ଚାଲି ।

ଧନ ମୋ ନାଚିବ ଖୁସିରେ ଖାଲି ।

<

p>

ଦେଖାଇବୁ ସେଠି ତାକୁ ତୋ ଗାଆଁ

ବୁଝାଇ କହିବୁ ସବୁରି ନାଆଁ ।


ସାଇତିଛୁ ଯାହା ଯାହା ତୋ ବୁକୁ

ସବୁ ଚିହ୍ନାଇ ଦେବୁ କାହ୍ନୁକୁ ।


ଯେଉଁ ସ୍ଥାନ ତା'ର ଯିବ ମନକୁ 

ତା' ନାମେ ଲେଖାଇ ଦେବୁ ତାହାକୁ ।


ବଡ଼ ହେଲେ ସେଠି ତୋଳିବ ଘର

ତୁ ଥିବୁ ତାହାର ଅତି ନିଜର ।


ବୁଝି ଆଜି ତା'ର ମନକଥାକୁ 

ଓହ୍ଲାଇ ଆସ ମୋ ଧନ ପାଖକୁ ।


ତୋତେ ପାଇ ହେବ ସେ ସୁନାପିଲା

ସବୁ ଖାଇଦେବ ନକରି ଢିଲା । 


ସାଗରୁ ଜନମି ତୁ ଲକ୍ଷ୍ମୀ ଭାଇ

ଜଗତର ମାମୁ ବୋଲାଉ ତୁହି ।


କୁରୁଆଁ, ମୁଗପାଳ, ଯାଜପୁର


Rate this content
Log in

Similar oriya poem from Inspirational