STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ଆ ବର୍ଷା ଆ

ଆ ବର୍ଷା ଆ

1 min
251


ଆ ବରଷା ଆ

ଝିପ୍ ଝିପ୍ ବରଷି ଯା 

ଆ ବରଷା ଆ,

ରିମ ଝିମ୍ ନାଚି ଯା

ଆ ବରଷା ଆ ।

ବେଙ୍ଗୁଲୀ ରାଣୀ ସାଥେ

କେଁ କଟର କେଁ କଟର ଗାଇ ଯା,

ଆ ବରଷା ଆ,

କଳା ମେଘ କୁ ସାଥୀରେ ଆଣି,

ମୟୂର ସହ ନାଚି ନାଚି ତୁ ଯା ।

ଆ ବରଷା ଆ,

ଝରଣା ସାଥେ ନାଚି ନାଚିକା

ଝରଝର ଝରି ଯା

ଆ ବରଷା ଆ,

ଚିକ୍ ମିକିଆ ବିଜୁଳିକୁ ନେଇ

ମେଘ ସାଥେ ଗର୍ଜି ଯା

ଆ ବରଷା ଆ ,

କାହିଁ କେତେ ଦିନୁ ଚାତକ ପକ୍ଷୀର

ଶୋଷ ତକ ନେଇ ଯା

ଆ ବରଷା ଆ,

ଚଷା ଭାଇର ମନ

ଖୁସି କରି ଦେଇ ଯା ।

ଆ ବରଷା ଆ

ଇନ୍ଦ୍ରଧନୁ ର ସାତରଙ୍ଗେ

ଧରା କୁ ସଜାଇ ଯା

ଆ ବରଷା ଆ,

କରୋନା ଆତଙ୍କ ସଭି ଙ୍କ ମନରୁ

ଦୂରାଇ ଦେଇ ତୁ ଯା

ଆ ବରଷା ଆ ।



Rate this content
Log in

Similar oriya poem from Children