Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ଉଦାରତା

ଉଦାରତା

1 min
116



ଉଦାରତା ଏକ ଦେବ ତୁଲ୍ୟ ଗୁଣ

ଯାହାର ହୃଦରେ ଥାଏ 

ଅପସାରି ଦିଏ ନିଜ ପର ଭାବ

ସଭିଙ୍କୁ ସମାନେ ଚାହେଁ l


ଭୁଲି ଯାଏ ସିଏ ଟିକି ଟିକି କଥା

ଛୋଟ ଛୋଟ ଅଭିମାନ 

କ୍ଷମା ଆଚରଇ ସମସ୍ତଙ୍କୁ ସିଏ

ପାଇଥିଲେ ବ୍ୟଥା ମାନ l


ଈଶ୍ୱରଙ୍କୁ ଯୀଶୁ ପ୍ରାର୍ଥନା କରିଲେ

କ୍ଷମିବାକୁ ଅପରାଧ 

ଦୋଷୀ ପ୍ରତି ତାଙ୍କ ବିଦ୍ୱେଷ ନଥିଲା

ସହିବି ଯନ୍ତ୍ରଣା ସ୍ୱାଦ l


ଉଦାର ଲୋକର ସହିବା ଶକତି

କଳନା କରି ନୁହଁଇ .

ମନ୍ଦ ଆଚରଣ ପ୍ରତିଦାନେ ସିଏ

ସ୍ନେହରେ ନିଏ କୋଳାଇ l


ବଶିଷ୍ଠଙ୍କ ପରି ଉଦାର ମହର୍ଷି

ଯଜ୍ଞ ରେ ଦେଲେ ଆହୁତି 

ନିଜ ମୃତ୍ୟୁ ବେଳ ସନ୍ନିକଟଜାଣି

ଯଜ୍ଞରୁ ନୋହିଁ ବିରତି l


ହୃଦୟ ନିର୍ମଳ ଖୋଲାକାଶ ପରି

ଅନନ୍ତ ବିସ୍ତୃତି ତାର 

ଉଦୟ ତହିଁରୁ ଉଦାରତା ଜହ୍ନ

କିରଣ ତା ଶୁଭ୍ରତାର ll


ସୌମ୍ୟ ଜ୍ୟୋତ୍ସ୍ନା ଧାରା ଜହ୍ନଙ୍କ ଅଟଇ

ଆଲୋକିତ କରେ ଧରା 

ଉଦାର ବ୍ୟକ୍ତିତ୍ୱ କୋମଳ ସ୍ଵଭାଵ

ଜିଣନ୍ତି ହୃଦୟ ସାରା l


ସେପରି ମାନବ ପାଖରେ ସଭିଙ୍କ 

 ମଥା ସଦା ନଇଁ ଯାଏ 

ନର ଦେହେ ସିଏ ନାରାୟଣ ବୋଲି

ଜଗତ ତାହାଙ୍କୁ କହେ l



Rate this content
Log in

Similar oriya poem from Inspirational