Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
112


କଶ୍ୟପ ଓ ବିନତାଙ୍କର ଜ୍ୟେଷ୍ଠ ପୁତ୍ର

ପୌରାଣିକ ମତ ଅନୁଯାୟୀ 

ସୂର୍ଯ୍ୟଙ୍କ ସାରଥୀ ଅରୁଣ ହେଉଛନ୍ତି 

ଗରୁଡଙ୍କର ବଡ ଭାଇ |୧|


ପୁରାଣେ କଥା ରହିଛି ଅରୁଣ ସ୍ତମ୍ଭ 

ଅରୁଣ ଜ୍ୟୋତିର ପ୍ରତୀକ 

କାୟ-ମନ-ବାକ୍ୟରେ ସ୍ପର୍ଶ କରିବା-

ରେ ହୁଏ ଶକ୍ତି ପ୍ରଦାୟକ |୨|


ଶୁଣିଛି ଅରୁଣ ସ୍ତମ୍ଭ ଓ ପତିତପାବନ 

କଲେ ଦର୍ଶନ 

ହୋଇଥାଏ ଭକ୍ତଙ୍କ ସମସ୍ତ ମନର 

କାମନା ପୂର୍ଣ୍ଣ |୩|


ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ଅଛି ତ 

ହୋଇ ନିଖୁଣ

ତୁମ ଦର୍ଶନାର୍ଥେ ଏ ଦୁଇ ସ୍ତମ୍ଭଙ୍କୁ ଆଗ 

କଲି ଦର୍ଶନ |୪|


ବାଇଶି ପାହାଚ ଧୂଳି ମୁଣ୍ଡେ ମୁଁ ବୋଳି

ଗଲି ତ ଚଢି

ହରିବୋଲ ସୁରେ ବଡ ଭକ୍ତିରେ ପାଦ 

ତଳେ ଗଲି ଗଡି |୫|


ପତିତପାବନ ନାମ ବହିଅଛ ପତିତ 

ତାରଣ ପାଇଁ 

ନହୁଅ ବିମୁଖ ବୁଝିବ ମୋ ଦୁଃଖକୁ

ଆରତ ସ୍ୱରେ ଡାକଇ |୬|


କରିଛି ଆଶା ତୁହି ମୋର ଭରଷା 

ଭକ୍ତିର ଡୋର ଧରିଛି ଭିଡି

ଦୃଢ ବିଶ୍ୱାସ ହେ କାଳିଆ ଠାକୁର 

ଡାକେ ତୋ ପାଦ ତଳେ ପଡି |୭|


ବସିଛୁ ଶ୍ରୀମନ୍ଦିରେ ରତ୍ନସିଂହାସନେ 

ହେ ଜଗତ କରତା

ଭବ ସଂସାରରେ ହେଲେ ବାଟ ବଣା  

ତୁ ମୋର ଗତି ମୁକ୍ତି ଦାତା |୮|


ଜଗନ୍ନାଥ ହୋ ତୁମେ ଅଟ ପରା 

କରୁଣାର ବାରିଧି  

କିପାଇଁ ଆଜିର ସଂସାରେ କରୁଣା 

ଉଣା କର ଆହେ କଳାନିଧି |୯|


୨୯ ସେପ୍ଟେମ୍ବର ବିଶ୍ଵ ହୃଦୟ ଦିବସ-

ରେ ପ୍ରାର୍ଥନା କରୁଥାଉ

ଦେହ ଶକ୍ତ ଓ ନିରୋଗ ନିରାମୟ

ସଦା ଆମ ହୃଦୟ ରହୁ |୧୦|


ହୃଦୟ ରହେ ଯଦି ସ୍ଵଚ୍ଛ ଓ ନିର୍ମଳ ମନ 

ସଦା ରହେ ପ୍ରଫୁଲ୍ଲିତ 

ସଂସାର ମଧ୍ୟରେ ଝଡ଼-ଝଞ୍ଜା ନ କରେ 

କେବେ କ୍ଷତ-ବିକ୍ଷତ |୧୧|


ଜଗନ୍ନାଥ ହୋ ରଖ ଶୋଭାମୟ ବିଶ୍ଵ 

ପ୍ରୀତି-ଶୁଭେଚ୍ଛା ଜ୍ଞାପନ 

ରଖ ଶାନ୍ତ-ଶୁଦ୍ଧ-ପୂତ ପବିତ୍ର ହୃଦୟେ

ସର୍ବେ ଭବନ୍ତୁ ସୁଖିନଃ |୧୨|



Rate this content
Log in

Similar oriya poem from Inspirational