STORYMIRROR

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ସେବା

ସେବା

1 min
157


ମାନବ ଜନମ ଅଟେ ଶ୍ରେଷ୍ଠ ତମ

ପ୍ରଭୁଙ୍କର ସୃଷ୍ଟିଟିରେ 

ସେବାକୁ ଅଧିକ ମହତ୍ତ୍ୱ ଯେ ଦିଏ

ସାର୍ଥକ ସେ ଜୀବନରେ l


ମାନବର ସେବା ମାଧବର ସେବା

ମନେ ତାହା ବୁଝିଯାଅ 

ଦୁଃଖୀ ରଙ୍କୀଙ୍କର ସେବା କରିବାକୁ

ସଦା ଆଗଭର ହୁଅ l


ବୃକ୍ଷ କରେ ସେବା ଫଳ ପୁଷ୍ପ ସହ

ସବୁ ଅଙ୍ଗ ଦାନ ଦେଇ 

ଝରଣା ଓ ନଦୀ ଜଳ ଦେଉଥାନ୍ତି

 ମନା କେବେ ତାଙ୍କ ନାହିଁ l


ସୂର୍ଯ୍ୟ ଚନ୍ଦ୍ର ତାରା ଆଲୋକ ଦିଅନ୍ତି

ସେବା କରି ଏ ସୃଷ୍ଟିର 

ପବନ ବହୁଛି କୋଣ ଅନୁକୋଣ

ନାହିଁ ପାତର ଅନ୍ତର l


ଗୋପବନ୍ଧୁ ଆଉ ମଦର ଟେରେସା

ଫ୍ଲୋରେନ୍ସ ନାଇଟିଙ୍ଗଲ 

ସେବାର ମହତ୍ତ୍ୱ ଦେଖାଇ ଅଛନ୍ତି

ଜନମି ଏ ଧରା ତଳ l


ପିତାମାତା ଆଉ ବୟସ୍କ ଲୋକଙ୍କ

ସେବା ରେ ମିଳେ ଆଶିଷ 

ସେଇ ଆଶିଷରେ ଜୀବନର ସବୁ

କ୍ଳେଶ ହୋଇଯାଏ ଶେଷ ll


ସେବା ଅଟେ ପୁଣ୍ୟ ସେବା ଅଟେ ଧର୍ମ

ସେବା ଅଟେ ଗରୀୟାନ 

ଅସହାୟଙ୍କର ସେବା କରିବାକୁ

ନିଜର ଆଦର୍ଶ ମାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational