STORYMIRROR

SUKANTA KHANDA

Children

3  

SUKANTA KHANDA

Children

ବଡ଼ଦିନ ପରବ

ବଡ଼ଦିନ ପରବ

1 min
166

ବଡ଼ଦିନ ଏବେ ଦାଣ୍ଡ ଦୁଲୁକାଇ

ଆସୁଛି ହରଷ ମନେ

ସବୁ ଜୀବଙ୍କର ହୁରୁଦୟ କୋଣେ

ଇନ୍ଦ୍ରଧନୁ ରଙ୍ଗ ବୁଣେ।୧


ଅପେକ୍ଷା ଥିବା ପରାଣୀ ଉଦଭିଦ

ବୁଣନ୍ତି ବୁରୁଜ କେତେ

ସ୍ୱାଗତ କରିବେ ଆସ ବଡ଼ ଦିନ

ଆମରିମାନଙ୍କ ହିତେ।୨


ପରତି ଉଦଭିଦ ଅବା ପରାଣୀ

ଦେବ ହେ କାମନା ବୁଣି

ଭବିଷ୍ୟ ଯେମିତି ସୁଖରେ କାଟିବେ

ପଠାଇବ ନୂଆ ବାଣୀ।୩


କଲିଆଣ ପାଇଁ ଆସି ଯାଉଥାଅ 

ବରଷକେ ଥରେ ତୁମେ

ତରଙ୍ଗ ଖେଳାଇ ସନ୍ତୋଷକୁ ଦିଅ

ଏହି ଏ ମରତ ଭୂମେ।୪


ବଡ଼ଦିନ ଆହା ସୁନେଲି ସପନ

ଯେବେ ବୁଣିବାକୁ ଗଲା

ଜଗତର ଏ ପରାଣୀ ଉଦଭିଦ

କେତେ ମତୁଆଲା ହେଲା।୫


ହେଲେ ଏ ମାନବ ବଡ଼ ନିରିଦୟ

ବୁଝିଲେନି କାହା ମନ

ନିଜର ସ୍ୱାର୍ଥରେ ଅନ୍ଧ ହୋଇଗଲା

ନେଲା ତା ହାତେ ଜୀବନ।୬


ବଡ଼ ହାହାକାର ପଶୁ ଆଊ ପକ୍ଷୀ

କାନ୍ଦିଲେ ଯୋଡି଼ ହାତକୁ

କେମିତି ଈଶ୍ୱର ତୁମେ ଖଞ୍ଜିଦେଲ

ଅନନ୍ତ ହିଂସା ଦ୍ୱେଷକୁ।୭


ମଣିଷର ଆଜି ଜିହ୍ୱାର ଲାଳସା

ବଢି଼ଯିବା ଯୋଗୁଁ ଦେଖ

ବଳି ପଡି଼ଲୁଣି ଏମାନଙ୍କ ହାତେ

ଆଶିଷ ଦେଇକି ରଖ।୮


ତୁମେ ଆସୁଅଛ ଦାଣ୍ଡ ଦୁଲୁକାଇ

ଆମେ କିନ୍ତୁ ବଳିପଡି଼

ଚିତିକାର କରୁ ମରିବାକୁ ଯାଇ

ଦେଖ ତ ଯାଉଛୁ ଗଡି଼।୯


ଯୀଶୁଖ୍ରୀଷ୍ଟ ଆଉ ବଡ଼ ଦିନଙ୍କର

ଅନନ୍ତ ଆଖିରେ କୋହ

ଆମେ ଆସୁଆସୁ ବହି ଯାଉଅଛି

ପଶୁ ପକ୍ଷୀଙ୍କର ଲୁହ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children