Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.7  

Gobinda Chandra Sethi

Inspirational

75ତମ ସ୍ୱାଧୀନତା ଅମୃତ ମହୋତ୍ସବ

75ତମ ସ୍ୱାଧୀନତା ଅମୃତ ମହୋତ୍ସବ

1 min
333


ପଚସ୍ତରୀ ତମ ସ୍ୱାଧୀନତା ଦିବସ

ଘରେ ଘରେ ଆଜି ତ୍ରିରଙ୍ଗର ବାସ l

ଘରେ ଘରେ ଆଜି ଉଡୁଛି ତ୍ରିରଙ୍ଗା

ତା'ପାଇଁ ହୋଇଛି ସେ ନୀୟମ ଭଙ୍ଗା l

ଭାରତ ମାତା ଅମୃତ ମହୋତ୍ସବ  

ପଚସ୍ତରି ତମ ସ୍ୱାଧୀନତା ଉତ୍ସବ l

ଥିଲେ ଆମ ଦେଶେ ସେ ପୂର୍ବ ପୁରୁଷ

ଫିରିଙ୍ଗି ଶାସନେ ହୋଇଥିଲେ ରୋଷ l

ସ୍ଵଦେଶୀ ଅସ୍ତ୍ରରେ କରିଥିଲେ ରଣ 

ଗୁଳି ତୋପ ଖାଇ ଦେଇଥିଲେ ପ୍ରାଣ l

କଳିଙ୍ଗ ବୀରଙ୍କ ମହିମା ଅପାର

ତାଙ୍କ ବଳିଦାନେ ହୋଇଛି ସାକାର l

ବାଜି ଥିଲା ଆମ ଦେଶରେ କନିଷ୍ଠ

ବିରୋତ୍ବରେ ଥିଲା ସବୁଠାରୁ ଶ୍ରେଷ୍ଠ l

ସୁବାସ ବୋଷ ଆଜାଦ ହିନ୍ଦ ଫୌଜ 

ତାଙ୍କରି ବାଣରେ ଘାଇଲା ଇଂଗ୍ରେଜ଼ l

ବକ୍ସି ଜଗବନ୍ଧୁ ପାଇକଙ୍କ ନାଦ 

ଇଂରେଜ ଶାସକ ଗଣିଲେ ପ୍ରମାଦ l

ବୀର ସୁରେନ୍ଦ୍ର ସାଏ ଓ ବିର୍ସା ମୁଣ୍ଡା

ପଶ୍ଚିମେ ଲଢ଼ିଲେ ଧରି ବର୍ଚ୍ଛା ଖଣ୍ଡା l

ଲକ୍ଷ୍ମଣ ନାୟକ ଆଦିବାସୀ ବୀର

ଦକ୍ଷିଣ ଦ୍ୱାରରେ ଜଗିଥିଲେ ଘର l

ଜୟୀ ରାଜଗୁରୁ ଚନ୍ଦନ ହଜୁରୀ

ଶ୍ରୀକ୍ଷେତ୍ରେ ରହିଲେ ଜଗାକୁ ଆଦରି l

ଭାରତ ମାତାର ମୁଖ୍ୟ ସେନାପତି

ତାଙ୍କରି ଅଦେଶେ ହୋଇଥିଲା ଗତି l

ସେତ ଆମ ଦେଶ ମହାତମା ନେତା 

ଅହିଂସା ବଳରେ ଦେଲେ ସ୍ୱାଧୀନତା l

ଚାଲିଗଲା ଦେଶୁ ଫିରିଙ୍ଗୀ ଶାସନ

ଆଜି ଆମେ ଦେଖୁ ଆମ ପ୍ରଶାସନ l

ସ୍ୱାଧୀନ ଭାରତେ ଦେଖୁଛୁ ଆନନ୍ଦ

ନାହିଁ ଆମ ମଧ୍ୟେ ଆଜି କିଛି ଦ୍ବନ୍ଦ l

ଆମ ପୂର୍ବ ପୁରୁଷ ରଖିଗଲେ ମାନ 

ତ୍ରିରଙ୍ଗା ଉଡାଇ ଦେଉଛୁ ସମ୍ମାନ l

ତାଙ୍କ ଅମରତ୍ମା କେତେ ଯେ ମହାନ 

ଶ୍ରଦ୍ଧାଞ୍ଜଳି ଦେଇ କରୁ ଗୁଣ ଗାନ l

ଉଚ୍ଚ ରହୁ ଆଜି ତ୍ରିରଙ୍ଗାର ମଥା 

ଭାରତ ମାତାର ଗାଉଥାଉ ଗାଥା l



Rate this content
Log in

Similar oriya poem from Inspirational