STORYMIRROR

Amit Bal

Inspirational

3  

Amit Bal

Inspirational

(୨୦)*ଘର *

(୨୦)*ଘର *

1 min
266

ସଂଜ ବୁଡେ, ସମସ୍ତେ ଘର ମୁହାଁ ହୁଅନ୍ତି

ପଶୁ ପକ୍ଷୀ ମଧ୍ୟ ,ଖାଲି ମଣିଷ ନୁହଁନ୍ତି,

ଜଞ୍ଜାଳ ଭରା ଏ ଜୀବନର ଶୂନ୍ୟତାରେ

ଘର ହିଁ ମଣିଷକୁ ଆଶ୍ରା ଦିଏ ଶେଷରେ,


ଘର କେବଳ ଛାତ ଚାରିକାନ୍ଥର ସମଷ୍ଟି ନୁହେଁ

ନିଜ ଭିତରେ ସେ ସମ୍ପୂର୍ଣ ଜୀବନ ସ୍ରୋତକୁ ଛୁଏଁ

ସ୍ୱପ୍ନମାନେ ଉର୍ଦ୍ଧ୍ୱମୁଖୀ ହୁଅନ୍ତି ନିତି ଏଇ ଘରେ

ସଂପର୍କ ରଙ୍ଗମାଖେ ଏଠି ଧିରେଧିରେ ନିରବରେ,


ଲାଗେ ଆତ୍ମୀୟତା ପାଖୁଡ଼ା ମେଲେ ଟିକିଏ ଆଶ୍ଵାସନରେ

ଫୁଲ ଫୁଟିଯାଏ ସଚରାଚରେ ଦେଖୁ ଦେଖୁ ପ୍ରୀତି ବର୍ଷାରେ

ନିଜ କାନ୍ଧେ ଆପଣା ଲୋକର ବୋଝ ବୋହି ମହାଆନନ୍ଦରେ

ବର୍ଷ ବର୍ଷ ନୁହେଁ ପୁରୁଷ ପୁରୁଷ ଧରି ସେଇ ବିଭୁ କୃପାରେ,


ଘର ବାଣ୍ଟି ଚାଲେ ଗୋପନ ସୁଖର ସନ୍ଧାନ ରାତି ଦିନ

ସେଇଠି ହିଁ ତ ରୂପନିଏ ଜୀବନର ଅସରନ୍ତି ଆୟୋଜନ

ପୁଣି ହୁଏ ନିଃଶବ୍ଦେ ଅବୋଧ୍ୟ ପରମାର୍ଥର କୁହୁକ ସକାଳ

କାହା ପାଇଁ ଘର କୁଡିଆ ‌‌ତ କାହା ଲାଗି ସେ ବଡ଼ ଦେଉଳ ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational