Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସନ୍ଧ୍ୟା ଘଣ୍ଟା
ସନ୍ଧ୍ୟା ଘଣ୍ଟା
★★★★★

© ସତ୍ୟବତୀ ସ୍ୱାଇଁ

Thriller Others

3 Minutes   170    2


Content Ranking

ମନେ ପଡ଼ିଲା ନିରାକାର ବାବୁଙ୍କ ଜୀବନ । ଦୁଇ ଝିଅ ତଳେ ଦୁଇ ଦୁଇଟି ପୁଅ ମରିଥିଲେ ବୋଲି ସେ ଜନ୍ମ ହେଉ ହେଉ ତାକୁ ନିରାକାର ଗାଦିଙ୍କୁ ବିକି ଦେଇଥିଲେ ନନା ବୋଉ । ସେଇ ପାଇଁ ତାଙ୍କ ନାଁ ନିରାକାର ମିଶ୍ର । ଆଃ ଶୈଶବଟି କି ଲୋଭନୀୟ । ସବୁରି ଆଖିର ତାରା ସେ । ପିଲା ବେଳେ ସବୁବେଳେ ଖାଲି ଦଉଡୁ ଥା’ନ୍ତି ବୋଲି ବୋଉ କୁହେ । ଖେଳ,ଗଣ୍ଡଗୋଳ,ଡିଆଁ ଡେଇଁ ସବୁଥିରେ ଧୁରନ୍ଧର । ଚାଲି ଗଲା ଶଗଡ଼ରେ ହାତ ପୁରାଇ ଦେଉଥିଲେ । ଦାଣ୍ଡ କଳି ସବୁ ବେଳେ ଘରକୁ ନିମନ୍ତ୍ରଣ କରି ଆଣୁଥିଲେ । । ଡର,ଭୟ କି ଲାଜ କିଛି ନଥିଲା । ଖାଇବା,ଖେଳିବା କିଛି ପଢିବା କେବଳ କାମ । ଫୁଲ ମସ୍ତି ଏଇ ଶୈଶବ ସକାଳର ଖରା ।

କୈଶୋରରେ ନିରାକାର ବାବୁ ଟିକେ ଟିକେ ଭଲ ମନ୍ଦ ଜାଣିଲେ । ଗୋଡ଼ାଇଲେ ସ୍ବପ୍ନ ପ୍ରଜାପତି ପଛେ । ଖୁ ପଢିଲେ । ଖଣ୍ଡ ମଣ୍ଡଳରେ ଭଲ ପଢୁଆ ଛୁଆ ଭାବେ ଚହଳ ପଡିଥିଲା । ତୃତୀୟରୁ ଆରମ୍ଭ କରି ସ୍ନାତକ ଯାଏ ସବୁଥିରେ ବୃତ୍ତି ପାଇଥିଲେ । ପିଲା ଦିନର ଚଗଲାମୀ କମି ଯାଇଥିଲା ସବୁ ଏକାଦଶ ପାସ ବେଳକୁ । ନିଶ ଦାଢ଼ି ଉଠି ଲାଜୁଆ କରି ଦେଇଥିଲା । ଝିଅ ପିଲେ ଭାରି ଭଲ ଲାଗିଲେ । ସେମାନଙ୍କ ଦେହ ମୁହଁକୁ ଲୁଚେଇ ଲୁଚେଇ ଚାହିଁବାକୁ ଭଲ ଲାଗିଲା । ଦୁଃସାହସିକ କାର୍ଯ୍ୟ କରିବାକୁ କେହି ଯେମିତି ଉସକାଇଲା ।

କଲେଜରେ କେଉଁଥିରେ ବଢ଼ୁ ନ ବଢ଼ୁ ପ୍ରେମ ବ୍ୟାପାରରେ ଥୋଡାଏ ବହି ପଢା ଓ କିଛି ରହସ୍ୟମୟ କଥା ଜାଣିବାରେ ନଲେଜ ବଢିଗଲା । ଛି! କି ଆଜେ ବାଜେ କଥା ସାଙ୍ଗ ଗହଣରେ କୁହ ହେଲା । ଲୁଚେଇ ସିନେମା ଦେଖା ହେଲା । କ୍ଷଣକରେ ସାରା ପୃଥିବୀ ବୁଲି ଆସିବାକୁ ମନ କହିଲା । ଏଇ ଯୌବନ ପାହାଚଟି ଭାରି ଶିଉଳି ଲଗା ଖସଡ଼ା ବାଟଟିଏ ଥିଲା । ସୁନ୍ଦର ଶରୀର, ବଳିଲା ବଳିଲା ବାହୁ, ଚଉଡା ଛାତି ଦେଖିଲା ଭଳିଆ ହୋଇଗଲା । ନାରୀ ସଂଗ ପାଇବାକୁ କେହି ଯେମିତି କୁତୁ କୁତୁ କଲା । ଚାକିରୀ କରି ବ୍ୟାଙ୍କରେ ଟଙ୍କା ଜମା ହେଲା । ଆହୁରି ଆହୁରି ବଢିବାକୁ ଇଚ୍ଛା ମାନେ ହଇରାଣ କଲେ । ବାହା ହୋଇ ଘର ସଂସାର କରିବାରେ ଲାଗି ପଡ଼ିଥିଲେ ସେ । ନିଶା; ଗୋଟିଏ ଅପୂର୍ବ ନିଶା ହୋଇ ବୋହୂ ବେଶରେ ଘରକୁ ଆଣିଲେ ନନା ବୋଉ ତାଙ୍କ ପାଇଁ । ବିଧୁ ତାଙ୍କ ପୁଅ ଜନ୍ମ ନେଲା । ଯୌବନ ବୟସରେ ସେ ଧରାକୁ ସରା ଜ୍ଞାନ କଲେ । ମୋହ ମାୟାରେ ପୁରା ବୁଡ଼ିଗଲେ । ସୁନ୍ଦରଘର, ବିଧୁର ଖୁସି କର୍ତ୍ତବ୍ୟ, ଦାୟିତ୍ୱ ଭିତରେ ଦୌଡୁ ଦୌଡୁ ମଧ୍ୟାହ୍ନର ସୂର୍ଯ୍ୟ ଢଳୁଥୁଲେ ପଶ୍ଚିମକୁ ।

ମଧ୍ୟାହ୍ନରେ ଧୂମ୍ ସୁନା ହରିଣୀ ପଛେ ଧାଇଁଲେ ସେ । ବିଧୁ ବିଦେଶ ପାଠ ପଢିବାକୁ ଗଲା । ଛାତି କୁଣ୍ଢେ ମୋଟ ହୋଇଗଲା ନିରାକାର ବାବୁଙ୍କ ପୁଅ ପାଇଁ ।

ଅପରାହ୍ନ ଆସିଲା । ଖରା ତେଜ କମିଲା । ବଳ ବୟସ ଥକିଲେ । ଆଗରୁ ତାଙ୍କ ନନା ବୋଉ ଆର ପାରୀର ଯାତ୍ରୀ ହୋଇଥିଲେ ନିରାକାରକୁ ନିଶା ଓ ବିଧୁ ମୋହ କାରାଗାରରେ ବନ୍ଦୀ କରି । ହଠାତ୍ ନିଶା ବାଟ ଭାଙ୍ଗି ଏକା କରି ଚାଲିଗଲା । ଭାଙ୍ଗି ପଡ଼ିଲା ଅଣ୍ଟା ବୟସ ଓ ପତ୍ନୀଙ୍କ ଵିୟୋଗରେ ତାଙ୍କର । ପୁଅ ଗଲା ଯେ ବିଦେଶ ସେଇଠି ବାହା ସାହା ହୋଇ ରହିଲା ।

ବାଡିର ସାହାରା ଏବେ ନାନାକାର ବାବୁଙ୍କର ଜୁ ଡରାଉଛି ଗୋଟିଏ ପାହାଚ ଚଢ଼ିବାକୁ । ସାଇ ପଡିଶା ତାଙ୍କର ସବୁ କିଛି । ଅଛି ରଘୁଆ ରୋଷେଇ ବାସ କରେ,ଘର ଓଳାଏ ସଂଜ ପାଣି ବି ଦିଏ । ଭାବି ଛନ୍ତି ରଘୁଆ ପୁଅ ନାମରେ ସବୁ ସମ୍ପତ୍ତି ବାଡ଼ି କରିଦେଇ ଯିବେ ।

ଶୈଶବ, କୈଶୋର, ଯୌବନ ଓ ବୃଦ୍ଧ ଚାରୋଟି ପାହାଚ । ପ୍ରତି ପାହାଚ ଚଢା ଅନୁଭୂତି, ଶୈଳୀ,ଅଥୟ ପଣ ଅଲଗା ଅଲଗା । 

ଫୋନି ଆସିବ ବୋଲି ଲୋକେ ଆତଙ୍କିତ । ଅସହ୍ୟ ଗରମ ଡହରେ ନିରାକାର ବାବୁଙ୍କ ମନେ ପଡୁଛି କଅଁଳ ଖରାର ଧାସ ଓ ପାହାଚ ଚଢାର ବେଗ କଥା । ବିଧୁ ମା’ ଉଣେଇଶ ଅନେଶୋତ ମହାବାତ୍ୟାରେ କେତେ ବ୍ୟସ୍ତ, ବିବ୍ରତ ହେଉଥିଲା ସତେ ! ଆଜି ସବୁ ନୀରବ । ସେ ବିଚଳିତ ହେଉନାହାନ୍ତି । କେବଳ ଅପେକ୍ଷା କେତେବେଳେ ବାଜିବ ତାଙ୍କ ଜୀବନର ସନ୍ଧ୍ୟା ।

ପ୍ରେମ ସ୍ଵପ୍ନ ନିରାକାର

Rate the content


Originality
Flow
Language
Cover design

Comments

Post

Some text some message..