ଇଲିସି ଖିଆ ଚାକିରି
ଇଲିସି ଖିଆ ଚାକିରି
କଣ ଯେ ଏଇନେ ହଵ? ଗୋଟିଏ ପାହୁଲା ରେ ରକତର ଭାଇ ଆରପଟ ପାହୁଲା ରେ ଜୀଵନ ଲଗା ଏଯାଵତ୍ କାନ୍ଧରେ ହାତ ଥାମି ଆସିଥିବା ପରାଣ ପ୍ରିୟ ଆଵାଲ୍ୟ ଵନ୍ଧୁ ଦିପୁନା। କଣ ନ କରିଛି ସତେ ସେ ପପୁ ପାଇଁ! ସେଇଟି ପରା ତା ନାଟିକା ଲାଗିରହିଛି।
ଆଜି ସିନା ସେ କାନ୍ଧରେ ତାରା ଖଞ୍ଜି ଖାକି ଉପରେ ଧୋଵଧାଉଳିଆ ଦରୋଗା! କାଲି କଥା ଭାଵିଲା ଵେଳକୁ ଅନ୍ତର ଟା ତା'ର କୁରୁଳି ଉଠୁଛି ଵେଧଡକ୍। ଭାଇ ଵି କଣ ଵୁଝିଵା ଲୋକ। ସେ ତ ଏକା ଜିଦିଆ ଗଜ। ଯାହା ଥରେ ମୁଣ୍ଡ ରେ ପଶିଥିଵ ତରଳି ଲହୁ ଲୁହାଣ ପଛେ ଚଟେଇ କରି ସହଜରେ ହଜମ ହଵା ଅସମ୍ଭବ।
ଦିପୁନା ଆଉ ଵଡଭାଇ ର କଥା ଗାଁ ଚଉରାମୂଳ କଥା କଟାକଟି ଭାଷା ଵେଭାଷା ଦିଆନିଆ , ଆଉ ଏଵେ ଯାଇ ଥାନା ରେ। ନାନା ଵାରଣ ସତ୍ତ୍ବେ ଵଡ ଭାଇ କାଗଜ ଖଣ୍ଡରେ ଵଡ ଵଡ କରି ଲେଖିଦେଇ ଗଲେ '' .... ଲାଠିପଡା ଗ୍ରାମ ର ଦିପୁନା ଵେହେରା ମୋ ଠାରୁ ଭୋଦେଇ ନଇ ଉତ୍ତର ପାଖ ଆଠ ମାଣ ଜମି ନେଇ ଦୁଇ ଵରଷ ହେଲା ପୁରା ରାଶି ଵାଵଦ ଏଯାଵତ୍ ପୈଠ କରି ନାହିଁ।। ;ମୋ ଝିଅ ଵିଭାଘର ହେତୁ ଵକେୟା ପୈଠ ପାଇଁ ନେହୁରା ହେଵାରୁ ଟଙ୍କା ତ ଦେଲା ନାହିଁ, ଓଲଟି ଗାଁ ଦାଣ୍ତ ରେ ଧକିଆ ମାରି ତଳେ କଚାଡି ଦେଇ ଆଚ୍ଛା ଜଖମ ପାହୁଲାଏ ଦେଇଛି।। ଉପାୟ ନ ପାଇ ଅଗତ୍ୟା ଆପଣଙ୍କ ଦ୍ବାରସ୍ଥ.........ନ୍ଯାୟ କରନ୍ତୁ।।
.ଇତି
ରାଜକିଶୋର (ଥାନାଵାଵୁଙ୍କ ଵଡଭାଇ)
ଦରଖାସ୍ତ ଖଣ୍ଡିକ ରାଗ ତମ ତମ ମୁଁହ ରେ ପାଇକ ପୁଅର ଚୌକି ଉପରେ ଫିଙ୍ଗି ଦେଇ ଦରୋଗାଙ୍କର ଅପାରଗତତା ଓ ଭାଇପ୍ରତି ଅଵହେଳା କୁ ଅଭିମାନ ରେ ଢାଳିଦେଇ ଆପଣା ଵାଟ ଧରିଲେ। ଦରଖାସ୍ତ ପଢୁ ପଢୁ ଦେୱାନୀ ପାଇକ ଵଡ ସନ୍ଦିହାନ ଚାହାଣି ରେ କଟାକ୍ଷ କରି ପଚାରି ଦେଲା ' ଵାଵୁ! ଏ ଭଦ୍ର ଵ୍ୟକ୍ତି ଜଣକ କ'ଣ ଆପଣ ଙ୍କ ଭାଇ?? କିଛିକ୍ଷଣ ର ନିରଵତା ଆଉ ରୁକ୍ଷ ଅଵସାଦରେ ଉତ୍ତର ମିଳିଲା ''' ହଁ ସେ ମୋ ଭାଇ''' । ସତେ ଯେମିତି ଆଜି ତଳିଆ କର୍ମଚାରୀ ଗୁଡାକ ମନେ ମନେ ଖୁଵ୍ ହସୁଛନ୍ତି ଵାଵୁଙ୍କ ଅସହାୟତା ଉପରେ, ଯଦିଓ ପଛରେ ଭୁଟିଆ ଭୁଟି ହଉଥିଵେ। କେତେ ଘର ସେ ନ ସଜାଡିଛନ୍ତି ସତେ। କେତେ ପୁରସ୍କାର ଆଉ ଚକଚକିଆ ମେଡାଲ ସେ ନ ହାତେଇଛନ୍ତି ମାତ୍ର ହାତ ଗଣତି ଵରଷ କେଇଟା ଭିତରେ ! ସେଵାରେ ଟିକେ ଖଇଚା ନାହିଁ ଵୋଲି ଉପର ହାକିମଙ୍କର ମନଧରା ହାତ ଵାରିଶି । ।।।।ହେଲେ ଆଜି????
ଘର କଥା ପଦାରେ ପଡିଵ! ଯାତରା ହେଲେ ତ ହିତ ଭଗାରି ଵନ୍ଧୁ କୁଣିଆ ଘେନି ଆସିଵେ ଲୋକହସା କରି ଶୁଖିଲା ଘା' କୁ ଵାଦନା ଵଥ କରିଦଵାକୁ। ହେଲେ କଷ୍ଟ ସହୁଛି ଯିଏ ସିଏ ଏକା ଜାଣିଛି। ଦିନ ଥିଲା ଦିପୁନା ଵାପୁଡା ନିଜେ ନ ଖାଇ ପପୁ ପେଟକୁ ଅଳପ ହଉ ପଛେ ଦାନା ଦେଇଛି। କଲେଜ ଫି ଅଭାବ ରୁ ଅଧାରୁ ପୋଥିରେ ଡୋରି ଲାଗୁ ଲାଗୁ ଧାର କରଜ କରି ଦିପୁନା ପରା ପଢା ଶେଷ କରେଇଛି। ଇସ୍କୁଲ ଖାତା ,ଵହି ,ଦିଅଁ ଦେଵତା ଖଦି ,କନା ,ଭଲ ମନ୍ଦ କୋଉଥିରେ ତାର ଉଣା କରିନି। ଇତ୍ୟାଦି ଇତ୍ୟାଦି।।।।ସାଙ୍ଗ ସିନା ସକ୍ଷ ଭାଇଠୁ ଵଳି।।ଏଡେ ସରଳ !ସେ କଣ ଭାଇ ଦିହରେ ଟିପ ସୁଦ୍ଧା ଦେଇଥିଵ?? ଆଜି ଟଙ୍କା କୋଡ଼ିଏ ହଜାର ପାଇଁ ତା ହାତରେ ହାତ କଡି ଵାନ୍ଧି ଘେନିଗଲାଵେଳକୁ ଲୋକ ତ ଯାହା ଛି!! ଛି !!ଡଙ୍କ ଶାପ ଦେଵେ ହେଲେ ଧରମ ସହିଵ ତ??? ପିଠି ଉପର ଛାଇ ହାତରେ ଵେଡି ଵାନ୍ଧିଲା ଵେଳକୁ ଵିଵେକ ସହିଵ ତ।।।।।। !!! ଆଉ ନ ନେଲେ, ମା ପେଟର ଭାଇ???
ହେ ପ୍ରଭୁ କି ଅବସ୍ଥା। ଏଣୁ ନା ଗୋ ହତ୍ଯା ନା ତେଣୁ ବ୍ରହ୍ମହତ୍ଯା। । ଆଜି ପ୍ରଥମ କରି ପପୁ ଖୁଵ୍ ଭାରାକ୍ରାନ୍ତ । ଖାକି ବର୍ଦି ର ରଙ୍ଗ ଯେମିତି ଅସହାୟତା ଓ ଲୋକ ନିନ୍ଦା ର ଅଶାନ୍ତ ଵାତ୍ୟାରେ ଅସରାଏ ଅସରାଏ ପାଣି ରେ ସଵୁ ଧୋଇ ହୋଇଯାଉଛି। ଵନ୍ଧୁପଣିଆ ର ଧିକ୍କାର ଵିଜୁଳିଟି ପରି ଵାର ଵାର ଆଘାତ କରି କାନ୍ଧ ଉପରେ ଧାଡି ଧାଡି କରି ଵସିଥିଵା ତାରାଫୁଲ ର ଚମକକୁ ସତେ ଯେମିତି ହଜେଇ ଦଉଛି। !ଏଣେ ଭାଇପ୍ରତି ଥିବା କର୍ତ୍ତବ୍ଯନିଷ୍ଠା ଆଉ ଭଲପାଇଵାର ପ୍ରଶ୍ନଵାଚୀ ? ମହାଵାତ୍ୟାର ଦଲକାଏ ଆଣ୍ଟ ପଵନ ଆଣି ଚକମକ କରୁଥିବା ମେଡାଲ ଗୁଡାକୁ ଖୁଵ୍ ସହଜରେ ଉଡେଇ ନଉଛି କାଗଜଗୁଡ଼ିଟେ ପରି।
ଯାହା କରିବାକୁ ହେଵ ତାକୁ ହିଁ କରିଵକୁ ହେଵ। 'ଆଚ୍ଛା କଟକ ରେ ଜାଗା ଖଣ୍ଡେ ପାଇଁ ଅଜୟ ଵାଵୁଙ୍କୁ ଵହଣା ଆକାରରେ ଦଵାକୁ ଯୋଉ କୋଡ଼ିଏ ହଜାର ଟଙ୍କା ଅଛି!!!!!!,,,,,,,,, ଵାସ୍ ଜାଗା ଥାଇ କଣ ହେଵ??? ଜମିଵା ଆସର ନଥିଲେ। ଵନ୍ଧୁ ଋଣ ଵି ଶୁଝିବା ର ସୁଯୋଗ ଏଣେ କଥା ଵି ରଫାଦଫା। ଭାଇ ଝିଅ ଵିଭାଘର ଵି ସୁରୁଖୁରୁରେ ତୁଟିଯିବ।।।। ଯେତେହେଲେ ପୋଲିସ ନା!! ଆଗ ତ ରକ୍ତ ମାଂସ ହାଡ ତିଆରି ମଣିଷଟିଏ।
ପରଦିନ ସକାଳୁ ସକାଳୁ ଦିପୁନା ଟଙ୍କା ନେଇ ଥାନା ରେ ହାଜର । ଖଵର ପାଇ ଵଡ ଭାଇ ଵି ପଛେପଛେ ଥାନାରେ। ମାମଲା କଣ୍ଟାକଢା ରଫାଦଫା ଏକଦମ୍। ଵଡଭାଇ ମୁହଁ ସ୍ମିତହସ ରୁ ସାନ ଭାଇ ପ୍ରତି ସାଵାସୀ ର ଗନ୍ଧ ଖୁଵ୍ ଵାରି ହୋଇ ପଡୁଥିଲା। ଦିପୁନାର ଛଳଛଳ ଆଖି ଅଭାଷାରେ ଗଭୀର କ୍ରୁତଗ୍ୟଂତା ଗ୍ୟାଂପନ କରୁକରୁ ଦରୋଗା ତାକୁ ହାତ ଧରି ସମ୍ଭାଳି ନେଲେ। କର୍ମଚାରୀମାନଙ୍କ ଆଖିରେ ପୂର୍ବଵତ୍ ଯଥେଷ୍ଟ ସ୍ନେହ ଆଉ ସମ୍ମାନ।
ସଂଧ୍ଯାଵେଳେ ଗାଁ ଶେଷ ନଇ ପାଖ ଗ୍ରାମ ଦେଵତୀ ମନ୍ଦିର ପାଖରେ ଦିପୁନା ପପୁର ହାତ ଧରି ଖୁଵ୍ ଜୋର୍ ରେ କାନ୍ଦିକାନ୍ଦି କହିଉଠିଲା '' ପପୁ ରେ।।। ତୁ କୋ ଉ ଜନ୍ମ ରେ ମୋ ମାଆ ପେଟର ଭାଇ ଥିଲୁ!! ଏଡେ ଆଦର ରେ ଲୁଚେଇ ଛପେଇ ସଵୁ କରିଗଲୁ।। ,!!! ତୁ ନଥିଲେ ଆଜି ମୋର କଣ ଯେ ଗୁରୁଯୋଗ ପଡନ୍ତା ଦଇଵ ଜାଣେ,।।।। ପପୁ ରେ।!! ତୁ ମୋ ସାଙ୍ଗ ନୁହଁ ରେ ମୋ ଜୀବନ!! ତୁ ଟା ମଣିଷ ନୁହଁ ରେ।। ଗାନ୍ଧୀ ମହାପୁରୁଷ। ଇତ୍ୟାଦି ଇତ୍ୟାଦି।
ଵର୍ଷା ପଡୁ ପଡୁ ଦୁହେଁ ଘରକୁ ଫେରୁ ଫେରୁ ଵାଵୁ ପୁରା ଭିଜି ସାରିଲେଣି। ତଥାପି ସେ ଆଜି ଉପଭୋଗ କରୁଛନ୍ତି ଵର୍ଷା ର ସେଇ ହାଲୁକା ମୁନ୍ଦାକୁ ଆଶୀର୍ବାଦ ଭଳି। ଇଚ୍ଛା ହଉଛି ଆହୁରି ଭିଜିଯିଵାକୁ। ହଜିଯିଵାକୁ। !!! ଆଜି ସେ ନିଜ ଉପରେ ଖୁବ୍ ଖୁସି। ଆତ୍ମସନ୍ତୋଷ ର ସ୍ୱାଦରେ ଅଵଚେତନ ମନ ଟି ଜାଗିଉଠି ଖୁଵ୍ ନାଚୁଛି ମୟୁରୀ ଟେ ପରି। ସେଇ ଖାକି ଆଜି ଆହୁରି ସଫା ସୁନ୍ଦର, ସେଇ ତାରା ସଵୁ ଵିଜୁଳିଠୁ ଵି ତେଜୀୟାନ। ମନ ଆଜି କାଗଜ ଗୁଡି ଠୁ ଵି ହାଲୁକା। ସଂପର୍କ ଯୁଦ୍ଧରୁ ଵିଜୟୀ ହେଇ ମାନଵିକତାର ଗଡ ଜିଣିଗଲେ।। ଏମିତି ଅନେକ ମିଠା ଭାଵନା ଅଭୋଗ୍ୟ ଆନନ୍ଦ କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।
ହଠାତ୍ ପଛରୁ ଶୁଭିଲା '' ପପୁ ଭାଇ! ଚାକିରି ଖଣ୍ଡେ ତ କରିଛ ଆଉ।। ଖରା ଵର୍ଷା ଆଉ କଣ ଭେଦୁଛି?? ଚାକିରି କରିଵ ପୁଲିସି ' ମାଛ ଖାଉଥିବ ଇଲିସି '' ।।। ହା ହା ହା।।।
ସାଇକେଲ ରେ କିଛିଦୁର ମାଡିଯାଇ ପେଡେଲ ମାରୁ ମାରୁ ଓଦା ସରସର ମୁଁହ କୁ କଣେଇ କରି ଉପରକୁ ଅଳ୍ପ ଟେକି ଜୋର୍ ରେ ହସିଦେଇ କହିଲେ '' ହଁ ରେ ଅଜୁ!! ହେଲେ ସେ ଇଲିସି ରେ କେତେ କଣ୍ଟା ଖାଇବା ଲୋକ ହିଁ ଜାଣେ।।। !! ଵୁଝିଲୁ!!
ଵର୍ଷା ପ୍ରାୟ ଛାଡିଆସିଲାଣି। ଦରୋଗା ଏଵେ ଘରମୁଁହା।।