Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshini Mishra

Inspirational

3  

Priyadarshini Mishra

Inspirational

ଚନ୍ଦ୍ରରୁ ଚନ୍ଦ୍ରିକା

ଚନ୍ଦ୍ରରୁ ଚନ୍ଦ୍ରିକା

3 mins
14.3K



ପ୍ରିୟଦର୍ଶିନୀ ମିଶ୍ର

ଚନ୍ଦ୍ରିକା ବଳବନ୍ତରାୟ, ଭୁବନେଶ୍ଵରର ନବ ନିର୍ବାଚିତ ମେୟର ସାହେବା । ଚନ୍ଦ୍ରିକା ମ୍ୟାଡ଼ାମ ପାଖରେ ଠିଆ ହେଲେ ଯେଉଁମାନେ ଦିନେ, ଅପମାନିତ ବୋଧ କରୁଥିଲେ ସେହିମାନେ ଆଜି ତାଙ୍କ ପ୍ରଶଂସାରେ ଶତମୁଖ । ଭୁବନେଶ୍ଵରର ଜଣେ ନାମୀ ସମାଜସେବୀ, ଭୁବନେଶ୍ଵର ବାସୀଙ୍କର ସୁଖ ଦୁଃଖର ସାଥି ଭାବେ ଚନ୍ଦ୍ରିକା ମ୍ୟାଡ଼ାମଙ୍କର ସୁଖ୍ୟାତି ବର୍ତ୍ତମାନ ଚାରିଆଡ଼େ ବ୍ୟାପ୍ତ । ତେବେ ଏ ପଥ ଏତେ ସହଜ ନଥିଲା । ଅନେକ କଣ୍ଟକିତ ପଥ ଅତିକ୍ରମ କରି ଅନେକ ଯନ୍ତ୍ରଣା ଜର୍ଜରିତ ଦିନ ନିଜ ସ୍ମୃତିରେ ସାଉଁଟି ରଖି ସେ ଆଜି ଏହି ସ୍ତରରେ ପହଞ୍ଚିଛନ୍ତି । ଅତୀତକୁ ଚାହିଁଲେ ଆଖି ପାଉ ନାହିଁ । ନିର୍ବାଚନ ଫଳାଫଳ ଘୋଷଣା ପରେ ଚନ୍ଦ୍ରିକା ମ୍ୟାଡ଼ାମ ଓରଫ ଚନ୍ଦ୍ରିକା ଅତୀତର ସ୍ମୃତି ସବୁ ରୋମନ୍ଥନ କରିବାକୁ ଲାଗିଲେ । ସେହିସବୁ ସ୍ମୃତି ଆଜି ମଧ୍ୟ ବିଷାକ୍ତ ତୀର ଭଳି ତାଙ୍କ ହୃଦୟକୁ କ୍ଷତବିକ୍ଷତ କରିଥିଲା । କିନ୍ତୁ ନିଜେ କଣ୍ଟକିତ ପଥର ଯାତ୍ରୀ ହୋଇ ଅନ୍ୟମାନଙ୍କ ଅଧିକାର ପାଇଁ ଲଢି ପାରିଥିବାର ଅନୁଭୁତି ତାଙ୍କ କ୍ଷତାକ୍ତ ହୃଦୟ ପାଇଁ ବିଶଲ୍ୟକରଣୀ ସାଜିଥିଲା ।

ବାଣପୁରର ସମ୍ଭ୍ରାନ୍ତ ଜମିଦାର ପରିବାରର ମୁଖ୍ୟ ଦୁଷ୍ମନ୍ତ ବଳବନ୍ତରାୟ ଓ ଶ୍ଵେତା ବଳବନ୍ତରାୟଙ୍କ ଖୁସି ଦୁଇଗୁଣ ହୋଇଯାଇଥିଲା ଯେତେବେଳେ ଦୀର୍ଘ ବାର ବର୍ଷ ପରେ ଶିଶୁ ପୁତ୍ରଟିଏ ତାଙ୍କ କୋଳ ମଣ୍ଡନ କରିଥିଲା । ଶିଶୁ ପୁତ୍ରଟିର ପୁନେଇଁ ଚାନ୍ଦ ଭଳି ସୁନ୍ଦର ମୁଖମଣ୍ଡଳ ଯୋଗୁଁ ତା’ର ନାମ ରଖାଗଲା “ ଚନ୍ଦ୍ର କୁମାର ବଳବନ୍ତରାୟ” । ଅତି ଗେଲ ବସରରେ ବଢିଥିବା ଚନ୍ଦ୍ର ଛାତ୍ରାବସ୍ଥାରେ ଜଣେ ପ୍ରଚଣ୍ଡ ଧୀଶକ୍ତି ସମ୍ପନ୍ନ ଛାତ୍ର ଥିଲେ । ପାଠପଢାରେ ସବୁବେଳେ ଅଗ୍ରଣୀ ରହୁଥିବା ଚନ୍ଦ୍ର ଜିଲ୍ଲାପାଳ ଭାବେ ଲୋକଙ୍କର ସେବା କରିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ସ୍ଥିର କରିଥିଲେ । ନିଜର ପରିଶ୍ରମ ଯୋଗୁଁ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ନିଯୁକ୍ତି ହେଲେ । ଏ ସମସ୍ତ ଖୁସି ମଧ୍ୟରେ ଚନ୍ଦ୍ରଙ୍କର ମନ ସବୁବେଳେ ଅଶାନ୍ତ ରହୁଥିଲା । ଶାରୀରିକ ଭାବେ ପୁରୁଷ ଚନ୍ଦ୍ର ନିଜ ଭିତରେ ସର୍ବଦା ନାରୀତ୍ଵ ଅନୁଭବ କରୁଥିଲେ । ସରକାରୀ ଅଧିକାରୀ ଭାବେ ଲୋକଙ୍କର ସୁଖଦୁଃଖ ବୁଝିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବ୍ୟସ୍ତ ରହିଲେ ମନର ଅନ୍ତର୍ଦ୍ୱନ୍ଦ କମ୍ ହୋଇଯିବ ବୋଲି ଭାବିଥିବା ଚନ୍ଦ୍ର ଭୁଲ୍ ପ୍ରମାଣିତ ହେଲେ । ତାଙ୍କ ମନ ଏତେ ଆନ୍ଦୋଳିତ ହେଲା ଯେ ପରିଶେଷରେ ସେ ଏକ ଦୃଢ ନିଷ୍ପତ୍ତି ଗ୍ରହଣ କଲେ ।

ଅସ୍ତ୍ରୋପଚାର ଦ୍ଵାରା ପୁରୁଷ ଶରୀର ତ୍ୟାଗ କରି ମହିଳାରେ ପରିଣତ ହୋଇଥିବା ଚନ୍ଦ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସେ ନିଜ ପଦବୀ ହରାଇଲେ । ଟ୍ରାନ୍ସଜେଣ୍ଡର ଥିବାରୁ ଯେଉଁ ଜାଗାକୁ ଯାଉଥିଲେ ଲୋକମାନେ ବ୍ୟଙ୍ଗାତ୍ମକ ଆକ୍ଷେପ କରିବାକୁ ପଛାଉନଥିଲେ । ଜମିଦାର ପରିବାରର ଏକମାତ୍ର ବଂଶଧର ଭାବେ ସେ କେବେ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇ ନଥିଲେ । କିନ୍ତୁ ପୁଅରୁ ଝିଅ ହୋଇଯିବା ପରେ ତାଙ୍କ ବାପାଙ୍କ ବ୍ୟବହାର ତାଙ୍କ ପ୍ରତି ବଦଳି ଯାଇଥିଲା । ବାପା ତାଙ୍କୁ ନେଇ ଲଜ୍ଜା ଅନୁଭବ କରିବାକୁ ଲାଗିଲେ । କିନ୍ତୁ ମାଆଙ୍କର ପୂର୍ଣ୍ଣ ସମର୍ଥନ ତାଙ୍କୁ ମିଳିଥିଲା । ବାପାଙ୍କ ସହ ସମ୍ପର୍କରେ ତିକତା ଆସିବା ପରେ ସେ ଘର ଛାଡି ଭୁବନେଶ୍ଵର ଚାଲି ଆସିଥିଲେ । ଜୀବନର ଏତେ ସବୁ ଘଟଣା ଦୁର୍ଘଟଣା ସତ୍ତ୍ଵେ ସେ ସମାଜସେବାରୁ କେବେ ନିବୃତ୍ତ ହୋଇନଥିଲେ । ଭୁବନେଶ୍ବରରେ ନିଜ ଜୀବିକା ନିର୍ବାହ ପାଇଁ ସେ ଘରୋଇ ଶିକ୍ଷିକା ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ କିଛି କରିବା ପାଇଁ ସେ ଦୃଢ ନିଷ୍ପତ୍ତି ନେଲେ । “ଚନ୍ଦ୍ର କୁମାର ବଳବନ୍ତରାୟ” ରୁ “ଚନ୍ଦ୍ରିକା ବଳବନ୍ତରାୟ” ପାଲଟି ଥିବା ଚନ୍ଦ୍ରିକା ଟ୍ରାନ୍ସଜେଣ୍ଡର ମାନଙ୍କ ଅଧିକାର ପାଇଁ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । ଦୀର୍ଘ ଆଠ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ନ୍ୟାୟାଳୟ ଟ୍ରାନ୍ସଜେଣ୍ଡରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ । ସମାଜ ତୃତୀୟ ଲିଙ୍ଗର ଅସ୍ତିତ୍ଵ ତଥା ସତ୍ତା ମନିବା ପାଇଁ ଏକ ରକମ ବାଧ୍ୟ ହୋଇଥିଲା । ଚନ୍ଦ୍ରିକା ମ୍ୟାଡ଼ାମଙ୍କର ଯୁକ୍ତି ଥିଲା ସମାଜରେ ବଞ୍ଚିବାର ସମସ୍ତଙ୍କର ସମାନ ଅଧିକାର ରହିଛି । ପୁରୁଷ ଓ ନାରୀମାନଙ୍କ ଭଳି ତୃତୀୟ ଲିଙ୍ଗର ବ୍ୟକ୍ତି ମାନଙ୍କୁ ମଧ୍ୟ ସମାନ ଅଧିକାର ସମାନ ସୁଯୋଗ ମିଳିବା ଉଚିତ । ତାଙ୍କର ଐତିହାସିକ ବିଜୟ ପରେ ତାଙ୍କ ଭଳି ଅନ୍ୟ ଟ୍ରାନ୍ସଜେଣ୍ଡରମାନଙ୍କ ପ୍ରତି ସମାଜରେ ବ୍ୟବହାର ବଦଳିବାକୁ ଲାଗିଲା । ଏହାହିଁ ଥିଲା ଚନ୍ଦ୍ରିକା ମ୍ୟାଡ଼ାମଙ୍କର ପ୍ରକୃତ ବିଜୟ । ଯେଉଁମାନେ ଦିନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ଆଜି ସମ୍ମାନ ଚକ୍ଷୁରେ ଦେଖିବାକୁ ଲାଗିଲେ । ଯେଉଁମାନେ ତାଙ୍କ ପାଇଁ ଦିନେ ଲଜ୍ଜା ଅନୁଭବ କରୁଥିଲେ ଆଜି ଗର୍ବ କରିବାକୁ ଲାଗିଲେ । ତାଙ୍କ ବାପାଙ୍କ ଚିନ୍ତାଧାରା ମଧ୍ୟ ବଦଳି ଯାଇଥିଲା । ବାପା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିବା ପରେ ତାଙ୍କ ମନୋବଳ ଶତଗୁଣ ବଢିଯାଇଥିଲା ।

ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିବା ପାଇଁ ସେ ଜନପ୍ରତିନିଧି ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସମାଜସେବା କରିବା ଦ୍ଵାରା ତାଙ୍କର ଲୋକପ୍ରିୟତା ଏତେ ବଢିଯାଇଥିଲା ଯେ ଭୁବନେଶ୍ଵର ମେୟର ନିର୍ବାଚନରେ ସେ ବିଜୟୀ ହୋଇପାରିଥିଲେ । ବର୍ତ୍ତମାନ ଚନ୍ଦ୍ରିକା ମ୍ୟାଡ଼ାମ କେବଳ ଭୁବନେଶ୍ଵର ବାସୀଙ୍କ ସୁଖ ଦୁଃଖର ସମଭାଗୀ ହୋଇ ସେମାନଙ୍କର ସମସ୍ୟା ହୃଦୟଙ୍ଗମ କରିବା ସହିତ ସେମାନଙ୍କ ମଧ୍ୟରୁ ଜଣେ ହେବା ପାଇଁ ଚାହୁଁଥିଲେ । ଇଶ୍ଵରଙ୍କ ଆଶୀର୍ବାଦରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ତାଙ୍କର ସବୁ ଆସ ସବୁ ଆକାଂକ୍ଷା ପୂରଣ ହେଲା ଭଳି ତାଙ୍କୁ ମନେ ହେଉଥିଲା । ନିଜ ବାପା ମାଆଙ୍କ ଆଶୀର୍ବାଦ ନେଇ ଭୁବନେଶ୍ଵରର ଉନ୍ନତି ପାଇଁ କେଉଁ କାର୍ଯ୍ୟ କରିବେ ତାର ନକ୍ସା ମନ ଭିତରେ ପ୍ରସ୍ତୁତ କରିବାକୁ ଲାଗିଲେ । ହଠାତ୍ କାହାର କଣ୍ଠସ୍ଵରରେ ପ୍ରକୃତିସ୍ଥ ହୋଇ ଦେଖିଲା ବେଳେ ବାପା ସାମ୍ନାରେ ଠିଆ ହୋଇ କହୁଛନ୍ତି , “ ମେୟର ସାହେବା ଆଜି ଅଫିସ୍ ଯିବାର ନାହିଁ କି ?”


Rate this content
Log in

Similar oriya story from Inspirational