Priyadarshini Mishra

Drama

3  

Priyadarshini Mishra

Drama

ଡାହାଣୀ

ଡାହାଣୀ

2 mins
190



 "ମାଆ କଣ ସତରେ ଡାହାଣୀ ହୋଇପାରେ!ମୁଁ ଶୁଣିଥିଲି ପୁଅ କୁପୁଅ ହୋଇପାରେ କିନ୍ତୁ ମାଆ କୁମାତା ହୋଇନପାରେ।ତେବେମ ପାଇଁ ଏତେ କଥା କଣ ପାଇଁ?ମୋର କଣ ଇଚ୍ଛା ନାହିଁ।ମୋର କଣ ନିଜ ଇଚ୍ଛା ପୂରଣ କରିବାର ଅଧିକାର ନାହିଁ।ମୋର କଣ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ନାହିଁ।"ଅନିମାର ଏତେ ସବୁ ପ୍ରଶ୍ନ ଉପସ୍ଥିତ ଥିବା ସମସ୍ତଙ୍କ ମୁଣ୍ଡ ତଳକୁ କରିବା ପାଇଁ ଯଥେଷ୍ଟ ଥିଲା।ଟିକିଏ ଆଗରୁ ଯେଉଁମାନେ ଅନିମାକୁ ଡାହାଣୀ ସମ୍ବୋଧନ କରୁଥିଲେ ଅନିମା ମୁହଁ ଖୋଲିବାରୁ ଚୁପଚାପ ନିଜ ନିଜ ସିଟ ଆଡ଼କୁ ଅଗ୍ରସର ହେଉଥିଲେ।ହେଲେ ଅନିମା କିନ୍ତୁ ନଛୋଡବନ୍ଧା।ସେ ପାଟି କରି କହିଲା,"ମିଶ୍ରବାବୁ ନିଜ ଘରେ ସ୍ତ୍ରୀ ଥାଉ ଥାଉ ଝିଅ ବୟସର ମାନସୀକୁ ଧରି ବୁଲୁଛନ୍ତି,ଆଉ ମୋତେ ଆଙ୍ଗୁଳି ନିର୍ଦେଶ କରୁଛନ୍ତି।ମାନସୀ ତୋ କଥା ନକହିଲେ ଭଲ। ତୁ ପରା ପରଘର ଭାଙ୍ଗିଟିଏ।ମିଶ୍ରବାବୁ ଙ୍କ ପରି କେତେ ଲୋକଙ୍କ ସାଙ୍ଗରେ ବୁଲୁଛୁ।ତୁ କଣ କଥା କହୁଛୁ।ପ୍ରଶାନ୍ତ ତୋ ଘର ଚଲେଇବା କ୍ଷମତା ତୋର ନାହିଁ।ଦରମାଗଣ୍ଡାକ ମଦପାଣିରେ ଉଡଉଛୁ,ତୋ ସ୍ତ୍ରୀ ଚାକିରୀ ନକରିଥିଲେ ତୋ ପିଲେ ଭୋକ ଉପାସରେ ରହିଥା'ନ୍ତେ ତୁ ମୋତେ ପିଲାକୁ କେମିତି ସମ୍ଭାଳିବାକୁ ହୁଏ ଜ୍ଞାନ ଦେବୁ।ଅଫିସରେ କାହାର ଅଧିକାର ନାହିଁ ମୋତେ ପଦୁଟିଏ କହିବାକୁ।କାହାର ଯୋଗ୍ୟତା ନାହିଁ ମୋ ବିଷୟରେ ଆଲୋଚନା କରିବାକୁ।ମୋ ବିପଦ ବେଳେ କେହି ମୋ ପାଖରେ ନଥିଲ।ଏବେ କାହିଁକି ଏତେ କଥା କହୁଛନ୍ତି।ଆଜି ସମସ୍ତଙ୍କ ବିଷୟରେ କିଛି କଛି କଥା କହିଛି ଆଗକୁ ମୋ ବିଷୟରେ ଆଲୋଚନା ହେବାର ମୁଁ ଶୁଣିଲେ ସମସ୍ତଙ୍କ ଭଦ୍ର ମୁଖା ତଳେ ଥିବା ଅସଲ ଚେହେରା ଭଲ ଭାବେ ପଦା ରେ ପକେଇବାକୁ ମୋତେ ଆଦୌ ସମୟ ଲାଗିବନି।"ଅନିମାର ଉଗ୍ର ରୂପ ଦେଖି ସମସ୍ତେ ଭୟ ପାଇଯାଇଥିଲେ।ତେଣୁ ନିଜ ନିଜ କାମରେ ମନୋନିବେଶ କଲେ।ଅନିମା କିନ୍ତୁ ଫେରିଯାଉଥିଲା ଅତୀତକୁ। ଶ୍ରୀମତୀ ଅନିମେଶ ରାୟ ଭାବେ ଅନିମାର ସୁଖଦ ସଂସାର ଆରମ୍ଭ ହୋଇଥିଲା।ଅନିମେଶ ତାକୁ ବହୁତ ଭଲ ପାଉଥିଲେ।ବିବାହର ବର୍ଷକ ପରେ କୋଳକୁ ଆସିଥିଲା ସିମି କିନ୍ତୁ ଅନିମାର ଖୁସି ବେଶୀ ଦିନ ରହିନଥିଲା।ସଡ଼କ ଦୁର୍ଘଟଣାରେ ଅନିମେଶ ପ୍ରାଣ ହରେଇଲା ପରେ କୋଳରେ ଦୁଇ ମାସର ଖୁସିକୁ ଧରି ଜୀବନ ବଞ୍ଚିବା ପାଇଁ ଅନିମାର ସଙ୍ଘର୍ଷ ଆରମ୍ଭ ହୋଇଥିଲା।ଅନିମେଶଙ୍କ ଚାକିରୀ ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ତା' ଜୋତା ଛିଡିଯାଇଥିଲା।ଏଇ ମିଶ୍ରବାବୁ ତାକୁ ଥରକ ପାଖକୁ ଚାରିଥର ଦୌଡେଇଦେଇଥିଲେ।ସାହାଯ୍ୟ ତ ଦୂରର କଥା ହଇରାଣ କରିବା ପାଇଁ ନୂଆ ନୂଆ ଉପାୟ କରିଥିଲେ।ଆଉ ଏବେ ଭଲେଇ ହେଉଛନ୍ତି।ବହୁ କଷ୍ଟରେ ଚାକିରୀ ଖଣ୍ଡିକ ପାଇଲା ପରେ ଝିଅ ଘର ଚାକିରୀ ଏକା ସାଙ୍ଗରେ ସମ୍ଭାଳିବା ତା ପାଇଁ କଷ୍ଟକର ହୋଇଗଲା।ନୂଆ ନୂଆ ଚାକିରୀ ହୋଇଥିବାରୁ ଚାକିରୀ ବଞ୍ଚାଇବା ପାଇଁ ଝିଅକୁ ହଷ୍ଟେଲ ରେ ଛାଡିବାକୁ ମନସ୍ତ କଲା ଓ ବୁଝା ବୁଝି କରି ଛାଡିଲା।ସେଥିପାଇଁ ତା' ସହକର୍ମୀ ମାନଙ୍କ ଆଲୋଚନା।ସେ କାଳେ ମାଆ ନୁହଁ ଡାହାଣୀ।ନିଜର ସୁବିଧା ପାଇଁ ଝିଅକୁ ହଷ୍ଟେଲ ରେ ଛାଡିଛି ଫଳରେ ଅନ୍ୟ ପୁରୁଷଙ୍କ ସହ ବୁଲିପାରିବ।ଅନିମା ନିଜ ସୁବିଧା ପାଇଁ ଝିଅକୁ ଛାଡିଛି କିନ୍ତୁ ଅନିମେଶ ଛଡା ଅନ୍ୟ କୌଣସି ପୁରୁଷ ତା ଜୀବନରେ ନାହାଁନ୍ତି।ନିଜ ଜୀବନ ଗାଡିକୁ ଠିକ ଭାବରେ ଚଲେଇବା ପାଇଁ ତା'ର ଏ ପଦକ୍ଷେପ।ସେ ଅଫିସରେ ଥିବା ସମୟରେ ଝିଅର ଦେଖାଶୁଣା କିଏ କରିବ ଭାବି ତା'ର ଏଇ ପଦକ୍ଷେପ।ସେ କେଉଁଠି ଭୁଲ ଯେ ତା'ନାଁ ରେ ଏତେ ଆଲୋଚନା କରାଯାଉଛି।ଏମିତି ଭାବୁ ଭାବୁ ଅଫିସ ପିଅନ ରାମୁର "ମାଡାମ ଚାହା"କଥା ପଦକରେ ସେ ଭାବନା ରାଜ୍ୟରୁ ଫେରିଆସିଲା।ଧୂଆଁ ଉଠୁଥିବା ଚାହା କପ ମୁହଁରେ ଦେଉ ଦେଉ ଅଫିସ କାମରେ ମନ ଦେଲା।


Rate this content
Log in

Similar oriya story from Drama