Priyadarshini Mishra

Others

4.0  

Priyadarshini Mishra

Others

ରାଣୀ

ରାଣୀ

2 mins
268


ମୁଁ ରାଣୀ । ହଁ ବାପାମାଆ ବହୁତ ଶ୍ରଦ୍ଧା ରେ ମୋ ନାଁ ଦେଇଥିଲେ ରାଣୀ । ଆମେ ତିନି ଭାଇ ଓ ଦୁଇ ଭଉଣୀ ଭିତରେ ମୁଁ ସବୁଠାରୁ ସାନ । ତେବେ ମୁଁ ମୋ ମାଆର ଏଗାରତମ ଗର୍ଭ । ମାଆ କହେ ତାର ଅନେକ ଛୁଆ ଜନ୍ମ ନେବା ମାତ୍ରେ ମରିଛନ୍ତି । ମୋ ଭାଇମାନେ ଓ ନାନୀ ବୟସରେ ମୋ ଠାରୁ ଯଥେଷ୍ଟ ବଡ଼ । ମୁଁ ସାନ ବୋଲି ବାପାଙ୍କର ଭାରି ଗେହ୍ଲା ଥିଲି । ତେବେ ମୁଁ ତୃତୀୟ ଶ୍ରେଣୀ ପଢିଲା ବେଳେ ବାପା ଆମମାନଙ୍କୁ ଛାଡି ଚାଲିଗଲେ । ଘର ଆଉ ବାପାମାଆଙ୍କ ଘର ହୋଇ ରହିଲାନି । ଭାଇ ଭାଉଜଙ୍କ ଘର ପାଲଟିଲା । ନାନୀର ବାହାଘର ସରିଯାଇଥାଏ । ସେ ତା' ଦୁନିଆରେ ବ୍ୟସ୍ତ । ଭାଇ ଭାଉଜଙ୍କ ଘରେ ମାଆ ସମ୍ପୂର୍ଣ୍ଣ କ୍ଷମତାହୀନ । ଏ ସବୁ ଭିତରେ ମୁଁ ରାଣୀରୁ କେତେବେଳେ ଚାକରାଣୀ ହୋଇଯାଇଥିଲି ମୁଁ ନିଜେ ଜାଣିପାରିଲିନି । ଘରର ଯାବତୀୟ କାମଠାରୁ ଆରମ୍ଭ କରି ଭାଇମାନଙ୍କ ଛୁଆମାନଙ୍କ ଯତ୍ନ ନେବା ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥିଲା । ଏତେ ସବୁ ଭିତରେ ମୁଁ ଭାଉଜମାନଙ୍କ ଠାରୁ ସ୍ନେହବଲା କଥାପଦିଏ କେବେ ଶୁଣିଛି ମୋର ମନେ ନାହିଁ । ମୋ ଭବିଷ୍ୟତ କଥା ମଧ୍ୟ କେହି ଚିନ୍ତା କରୁନଥିଲେ । ମାଆ କିନ୍ତୁ ସବୁବେଳେ ମୋ ପାଇଁ ଚିନ୍ତାଗ୍ରସ୍ତ ରହୁଥିଲା । ମାଆ ମନ ତା' ଛୁଆର ମଙ୍ଗଳ କାମନା କରେ । ସବୁବେଳେ କହେ ରାଣୀର ହାତକୁ ଦୁଇ ହାତ କରିଦେଲେ ମୁଁ ଶାନ୍ତିରେ ମରିପାରିବି । ଏମିତି ଏମିତିରେ ମୋତେ ତିରିଶି ପୁରି ଏକତିରିଶି ଚାଲିଲା । କିନ୍ତୁ ମାଗଣା ଚାକରାଣୀ ହାତରୁ ଚାଲିଯିବା ଭୟରେ ଭାଇମାନେ ମୋ ବାହାଘର କଥା ମୁଣ୍ଡରେ ପୁରଉନଥିଲେ । 

    ଦିନେ ହଠାତ ମୋର ପଦୁଟିଏ କଥାରେ ଘର ପଡିଲା ଉଠିଲା । କାରଣ ମୁଁ ନିଜେ ମୋ ବାହାଘର କଥା କହିଥିଲି । ମୁଁ ଦୁର୍ଗାବାବୁଙ୍କୁ ଭଲ ପାଉଥିଲି ଓ ତାଙ୍କୁ ବାହା ହେବାକୁ ଚାହେଁ ବୋଲି କହିଥିଲି । ଦୁର୍ଗାବାବୁ ମୋ ସାଙ୍ଗର ଭାଇ । ସେ ମଧ୍ୟ ମୋତେ ଭଲ ପାଉଥିଲେ । ମୁଁ କିନ୍ତୁ କାହାକୁ କିଛି ନକହି ଚୁପ ରହିଥିଲି । ତେବେ ମୋ ସାଙ୍ଗ ଘରକୁ ଯାଇଥିବା ବେଳେ ଦୁର୍ଗାବାବୁଙ୍କ ପଦେ କଥା ମୋ ମନରେ ଅଫୁରନ୍ତ ସାହସ ଭରିଦେଲା ଓ ମୁଁ ଘରେ ମୋ ବାହାଘର କଥା କହିପାରିଥିଲି । ସେ କହିଥିଲେ, "ରାଣୀ ନିଜ ନାଁର ସାର୍ଥକତା ରକ୍ଷା କର । ଚାକରାଣୀ ନ ହୋଇ ରାଣୀ ହେବା ପାଇଁ ଇଚ୍ଛା କର । ତୁମେ ଚାହିଁଲେ ସବୁ ପାରିବ ।"



Rate this content
Log in