Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Romance Classics

4.4  

jyotsna mayee panda

Romance Classics

ବିଶ୍ୱାସ...

ବିଶ୍ୱାସ...

4 mins
774


ବିଶ୍ୱାସ ଜୀବନ ର ମୂଳମନ୍ତ୍ର l ଯେଉଁ ଠି ବିଶ୍ୱାସ ଥାଏ ସେଇଠି ସମ୍ପର୍କ ଚିର ଦିନ ପାଇଁ ତିଷ୍ଠି ରହେ l ବିଶ୍ୱାସ ନ ଥିବା ସମ୍ପର୍କ ମୂଲ୍ୟହୀନ ହୋଇଥାଏ l ସେଥିପାଇଁ ସମ୍ପର୍କ ରଖ କି ନ ରଖ ବିଶ୍ୱାସ ରଖିବା ଉଚିତ l        ସେ ରାଧା . କୃଷ୍ଣ ଙ୍କ ସମ୍ପର୍କ ବିଷୟରେ କିଛି ଲେଖିବାକୁ ଚାହୁଁଛି l ଯେତେବେଳେ ଶ୍ରୀକୃଷ୍ଣ ଙ୍କୁ ମଥୁରା ଯିବାପାଇଁ ଉଗ୍ରସେନ ରଥ ଧରି ଆସିଲେ ସେତେବେଳେ ସମଗ୍ର ବୃନ୍ଦାବନ ରେ ଚହଳ ପଡିଗଲା l ଗୋପୀ ଗୋପାଙ୍ଗନା ଙ୍କ ଆଖି ରୁ ଅଶ୍ରୁ ଵିସର୍ଜିତ ହେବାକୁ ଲାଗିଲା ଯଶୋଦା ଧର୍ଯ୍ୟ ଚ୍ୟୁତ ହେଲେ l ନନ୍ଦରାଜl ସ୍ତବ୍ଧ ହୋଇ ଗଲେ lଯମୁନା ର ପାଣି ସ୍ତବ୍ଧ   ହେଲା l ମୟୁର ଆଉ  ନାଚିଲେ ନି lକଦମ୍ବ ଗଛ  ପବନ ରେ ଦୋହଲିବା ବନ୍ଦ ହୋଇଗଲା  lବ୍ରଜବlସି ନିର୍ବିକାର ..... ହୋଇ.... ଦେଖୁଥିଲେ ଶ୍ରୀ କୃଷ୍ଣ  ଙ୍କୁ lଯିବା ବାଟ ରେ ବାଟ ଓଗାଳି ଛିଡା ହେଲେ. ଶ୍ରୀରାଧା..... କୃଷ୍ଣ କହିଲେ ମୋ  ମଥୁରା ଗମନ ରେ ସମସ୍ତେ ଦୁଃଖିତ କିନ୍ତୁ ତୁମ ଆଖିରେ ଦେଖୁଛି ଟୋପେ ବି ଲୁହ ବହୁନି ତୁମେ ସତରେ ଦୁଃଖିତ ନୁହଁ l ଏମିତି କେମିତି ରହିପାରୁଛ ରାଧେ ମୋତେ କହିବ l ରାଧା

ଟିକେ ହସିଲେ ଆଉ କହିଲେ ତୁମ ରୁପ ସବୁବେଳେ ମୋ ଆଖିରେ ଅଛି ମୁଁ ଭାବେ ମୁଁ କାନ୍ଦିଲେ ସେ ରୁପ ଧୋଇ ହୋଇଯିବ ମୁଁ କେମିତି ବଞ୍ଚିବି କାହ୍ନ l

ସେଥିପାଇଁ ମୋ ଅଶ୍ରୁ କୁ ନିଜ ଆୟତ୍ତ ରେ ରଖିଛି l ତୁମେ ନ ଆସିବା ପର୍ଯ୍ୟନ୍ତ କାନ୍ଦିବି ନି l ତା ଛଡା ତୁମେ ସବୁଦିନ ପାଇଁ ତ ଯାଉ ନ ପୁଣି ଫେରି ଆସିବ l ଆମ ଶରୀର ସିନା ଦୁଇ ଆତ୍ମା ତ ଗୋଟେ l ତୁମେ ମୋ ହୃଦୟ ରେ ସବୁବେଳେ ରହିବ l ସେଥିପାଇଁ ମୁଁ ଦୁଃଖ କଣ ପାଇଁ କରିବି l

ମୁଁ ଚାହେଁ ଜୀବନ ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମେ ମୋର ହୋଇ ରହିବ l

ରାଧେ ଙ୍କ କଥା ରେ କୃଷ୍ଣ ଭାବ ବିହ୍ୱଳ ହୋଇ ଗଲେ ଓ କହିଲେ ବାସ୍ତବ ରେ ତୁମ ପ୍ରେମ ଆମର ହୋଇ ରହିବ ରାଧେ l ଦୁନିଆ ସବୁଦିନ ପାଇଁ ତୁମ କୁ ତୁମ ପ୍ରେମ ପାଇଁ ମନେରଖିବ l ଏହା କହି କୃଷ୍ଣ ଅକୁର ରଥ ରେ ଚାଲିଗଲେ ମଥୁରା l ସେଠାରେ ସେ କଂସ ସହିତ ବହୁତ ରାକ୍ଷସ ଙ୍କୁ ବଧ କଲେ l ପରେ ମଥୁରା ନଗରୀ ରେ ରାଜା ହୋଇ ରୁକ୍ମଣୀ, ସତ୍ୟ ଭାମା ଙ୍କୁ ବିବାହ କରି ରାଧା ଙ୍କୁ ଭୁଲି ଗଲେ l ରାଧା ଙ୍କୁ ଫେରିବା ପାଇଁ ଦେଇଥିବା କଥା ବି ଆସ୍ତେ ଆସ୍ତେ ଭୁଲି ଗଲେ l କିନ୍ତୁ ରାଧା କୃଷ୍ଣ ଙ୍କୁ କେବେ ବି ଭୁଲି ନ ଥିଲେ l ଜୀବନ ର ପ୍ରତ୍ୟେକ ମୁହୂର୍ତ୍ତ ରେ ସେ ହୃଦୟ ରେ କୃଷ୍ଣ ଙ୍କୁ ହିଁ ଭାବୁଥିଲେ l କୃଷ୍ଣ ପ୍ରେମ ରେ ପାଗଳିନୀ ପରି ହୋଇଗଲେ l ଏହା ଦେଖି ତାଙ୍କ ପରିବାର ଲୋକ ତାଙ୍କ ବାହାଘର କରେଇ ଦେଲେ ଚନ୍ଦ୍ରସେଣା ସହିତ l ଯେ ମଥୁରା ନଗରୀ ରେ ରାଜ କର୍ମଚାରୀ ଥିଲେ l ବାହା ଘର ପରେ ବି ସେ କୃଷ୍ଣ ପ୍ରେମ କୁ ହୃଦୟ ରୁ ଭୁଲି ନ ଥିଲେ l ସେ ନିଜ ପତ୍ନୀ ଧର୍ମ, ନିଜ ପାରିବାରିକ କର୍ମ ସୁଚାରୁ ରୂପେ ତୁଲାଉ ଥିଲେ ଆଦର୍ଶ ନାରୀ ହୋଇ l ସମୟ ମିଳିଲେ ସେ ଯମୁନା ରେ ନିରବ ହୋଇ ବସି ରହୁଥିଲେ ଶ୍ରୀକୃଷ୍ଣ ଙ୍କ ସ୍ମୃତି ରେ.... ମଜ୍ଜି ଯାଉଥିଲେ ସେ ଅତୀତ ସ୍ମୃତି ରେ l ସେଇ କଦମ୍ବ, ସେଇ ଯମୁନା, ସେଇ ବନ, ପାହାଡ଼ ସବୁଆଡେ କୃଷ୍ଣ ଙ୍କୁ ହିଁ ଦେଖୁଥିଲେ l ଏମିତି ବହୁତ ଦିନ ଅପେକ୍ଷା କରି ସେ ବୃଦ୍ଧ ହୋଇଗଲେ କିନ୍ତୁ ତଥାପି କୃଷ୍ଣ ଆସିଲେନି l ଦିନେ ମନ କୁ ଦୃଢ଼ କରି ସେ ଦ୍ୱାରିକା ନଗରୀ ଚାଲିଗଲେ l ସେଠି ତାଙ୍କୁ ରାଧା ବୋଲି କେହି ଜାଣିପାରିଲିନି l

କେବଳ କୃଷ୍ଣ ହିଁ ଚିନ୍ହିଲେ l ସେ ନିଜ ମହଲ ର ମୁଖ୍ୟ ସେବିକା କରିଦେଲେ l ରାଧା କୃଷ୍ଣ ଙ୍କୁ ସବୁଦିନ ଦେଖୁଥିଲେ l ଲୁଚି ଲୁଚି କଥା ବାର୍ତ୍ତା କରୁଥିଲେ lଏକଥା କେହି ଜାଣି ନ ଥିଲେ l ଏମିତି ବହୁତ ଦିନ ବିତିଗଲା l

ପରେ ରାଧା ପୂର୍ବ ପ୍ରେମ ଫେରି ପାଇଲେ l ସେ ଭାବିଲେ ମହଲ ରେ ଯଦି ତାଙ୍କ ରହସ୍ୟ ଉନ୍ମୋଚନ ହେବ ତା ହେଲେ ଅସୁବିଧା ହେବ l ଏହା ଭାବି ସେ ରାତ୍ରି ରେ ମହଲ ତ୍ୟାଗ କରି ବନ କୁ ଚାଲିଗଲେ l କୃଷ୍ଣ ଏହା ଜାଣିପାରି ନିଜେ ତାଙ୍କ ପଦାନୁସରଣ କରି ବନ କୁ ଗଲେ l କିନ୍ତୁ ରାଧେ ଚାଲି ଚାଲି କ୍ଲାନ୍ତ ହୋଇ ବନ ଭୂମି ରେ ପଡିଗଲେ ଓ ଅଚେତ ହୋଇଗଲେ

l କୃଷ୍ଣ ତୁରନ୍ତ ତାକୁ କୋଳେଇ ନେଲେ l କହିଲେ କହ ରାଧେ ତୁମର ଇଛା କଣ... ମୁଁ ସବୁ ପୂରଣ କରିବି l ମୋପାଇଁ ବହୁତ କଷ୍ଟ ସହିଛ ଜୀବନ ରେ l ରାଧl ହସିଲେ କହିଲେ ଆଉ କିଛି ଦରକାର ନାହିଁ l ଜୀବନ ର ଶେଷ ମୁହୁର୍ତରେ ତୁମେ ସେ ମୋ କାହ୍ନl ହୋଇ ବଂଶୀ ବଜେଇ ପାରିବ l କୃଷ୍ଣ ଙ୍କ ଆଖିରେ ଲୁହ ଆସିଗଲା l ସେ ନିଜ ବଂଶୀ କୁ ବଜାଇବାକୁ ଲାଗିଲେ l

ରାଧେ ଙ୍କ ଶରୀର ଧୀରେ ଧୀରେ ଥଣ୍ଡା ହୋଇଗଲା ଓ ନିଶ୍ୱାସ ବନ୍ଦ ହୋଇଗଲା ସବୁଦିନ ପାଇଁ ତାଙ୍କ ପ୍ରେମିକ କାହ୍ନl ଙ୍କ କୋଳରେ l ସେଦିନ ରୁ କୃଷ୍ଣ ବଂଶୀ କୁ ଫିଙ୍ଗି ଦେଲେ ସେ ବନ ଭୂମି ରେ l ଆଉ କେବେ ବଜାଇଲେ ନି l ସେ କହିଲେ ସେ ବଂଶୀ ରାଧା ପାଇଁ ଥିଲା l ଆଉ ରାଧା ନ ରହିଲେ ବଂଶୀ କାହା ପାଇଁ ବାଜିବ l ବାସ୍ତବ ରେ ବିଶ୍ୱାସ ହିଁ ମଣିଷ କୁ ବଞ୍ଚାଇ ରଖେ l ଶ୍ରୀକୃଷ୍ଣ ଙ୍କ ଅଷ୍ଟ ପାଟବଂଶୀ ଥାଇ ବି କୃଷ୍ଣ ସାଙ୍ଗେ ରାଧା ହିଁ ରହିଲେ ସବୁଦିନ ପାଇଁ l ସେ ତ ତାଙ୍କ ପତ୍ନୀ ନ ଥିଲେ ତଥାପି କୃଷ୍ଣ ଙ୍କୁ ପାଇବାର ଏକମାତ୍ର ମଧ୍ୟ୍ୟମ ରାଧା ହୋଇଗଲେ l ବାସ୍ତବ ରେ ସମ୍ପର୍କ ବଡ଼ ନୁହଁ ବଡ଼ ପ୍ରେମ ଏହାହିଁ ଜଗତ କୁ ଶିକ୍ଷା ଦେଲେ l ପ୍ରେମ ରେ ସବୁକିଛି ସମର୍ପଣ କରିହୁଏ l କେବେ ପାଇବାର ଆଶା ନ ଥାଏ ସବୁ ତ୍ୟାଗ କରିବାର ଇଛା ଥାଏ l ପ୍ରେମ କୁ ମଣିଷ ବେଳେ ବେଳେ ବନ୍ଧନ ର ଆଖ୍ୟା ଦିଏ କିନ୍ତୁ ବାସ୍ତବ ରେ ପ୍ରେମ ବନ୍ଧନ ନୁହେଁ କାରଣ ଯେଉଁଠି ବଂଧନ ଥାଏ ସେଠି ପ୍ରେମ ନ ଥାଏ l ତେଣୁ ପ୍ରେମ ରେ ଥାଏ ସ୍ୱତନ୍ତ୍ରତା l କାହାକୁ ପ୍ରେମ ପାଇଁ ବାଧ୍ୟ୍ୟ କରାଯାଇ ନ ପରେ ସେ ମନ ର ସ୍ୱତନ୍ତ୍ରତା. ... ସେଠି ନ ଥାଏ ବନ୍ଧନ l କିନ୍ତୁ ସମ୍ପର୍କ ସ୍ୱାର୍ଥ ଉପରେ ପର୍ଯବେଶିତ ହୋଇଥାଏ l ଏହା ହିଁ ଜୀବନ ର ପ୍ରକୃତ ସତ୍ୟ l ସମ୍ପର୍କ ସ୍ୱାର୍ଥ ଉପରେ ତିଷ୍ଠି ରହେ l ସ୍ୱାର୍ଥ ସାଧନ ପରେ ସେ ସମ୍ପର୍କ ର ଆଉ କିଛି ମୂଲ୍ୟ ରହେନି l

                

           **ରାଧେ ରାଧେ **

   



Rate this content
Log in

Similar oriya story from Romance