Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprava Mishra

Inspirational

5.0  

Shaktiprava Mishra

Inspirational

ଆସନ

ଆସନ

1 min
7.7K


ହିନ୍ଦୁ କୂଳରେ ଜନ୍ମ ହୋଇଥିବା ଜଣେ ଅଭିନେତ୍ରୀ ଜଣେ ମୁସଲିମ ଅଭିନେତାଙ୍କୁ ବିବାହ କରିବା କଥା ଶୁଣି ମୋ ସହିତ ଚାଲୁଥିବା ସ୍ତ୍ରୀ ଜଣକ କହିଲେ , ବଡଘର କଥା ବୋଲି ସିନା ମୋ ଝିଅ ଯଦି ଏମିତି କରିଥାନ୍ତା ସତ କହୁଛି ତାକୁ ଦୁଆରୁ ତଡି ଦେଇଥାନ୍ତି ।

ମୁଁ କହିଲି , କାହିଁକି ? ମୁସଲମାନ ବୋଲି ?

--- ଆମ ଜାତି ବାହାରକୁ ତ ଗଲେ ଘରେ ପୁରେଇବିନି ଆଉ ମୁସଲମାନ କଥା କାହିଁ କେତେ ଦୂରରେ ।

---- ଆଛା ତୁମ ଘରକୁ ଯେଉଁ ସପ୍ଲାଇ ନଦୀପାଣି ଆସୁଛି ସେ ତ ମୁସଲମାନ ବସ୍ତି ଭିତର ବାଟ ଦେଇ ଆସୁଛି ଆଉ ସେଇ ପାଣିରେ ହିନ୍ଦୁ ମୁସଲିମ ଆଉ ଖ୍ରୀଷ୍ଟିଆନ ସମସ୍ତେ ଗାଧଉଛନ୍ତି । ପାଣି କଥା ଛାଡ ଯେଉଁ ବାୟୁ ତୁମେ ନିତି ଆଘ୍ରାଣ କରୁଛ ସିଏ କାହାକୁ ଛୁଇଁନି କହିଲ ? ଜାତି ପଚାରି ସେ କଣ ନାକପୁଡ଼ାରେ ପଶୁଛି ?

ସ୍ତ୍ରୀ ଜଣକ ଟିକେ ରାଗିଯାଇ କହିଲା , କହିବା ତ ଭାରି ସହଜ କିନ୍ତୁ ଆପଣଙ୍କ ପୁଅ ଯଦି ଗୋଟିଏ ମୁସଲମାନ ଝିଅକୁ ଭଲପାଇ ନେଇଆସିବ କଣ କରିବେ ଆପଣ ?

----ତାକୁ ବନ୍ଦାପନା କରି ବୋହୂର ମର୍ଯ୍ୟାଦା ଦେଇ ଘରକୁ ନେଇଆସିବି ।

---ଆପଣ ବ୍ରାହ୍ମଣ ହୋଇ ଏକଥା କହୁଛନ୍ତି ? ଆପଣଙ୍କର ଜାତି ଭ୍ରଷ୍ଟ ହେବନାହିଁ ? ପୂର୍ବପୁରୁଷ ପାଣି ପାଇବେ ଆପଣଙ୍କ ଘରେ ? ଆପଣ ଧର୍ମ ସହିତ ଏମିତି ଖେଳ ଖେଳିପାରିବେନି ।

---- ଧୀର କଣ୍ଠରେ ମୁଁ ଉତ୍ତର ଦେଇଥିଲି ଧର୍ମ କଣ ମୁଁ ଜାଣିନି । ମୋ ପୁଅର ସୁଖ ଆଉ ତାର ଜୀବନକୁ ନେଇ ଖେଳ ଖେଳିବାକୁ ମୁଁ ଅଧର୍ମ ବୋଲି ବିଚାର କରେ । ମୋ ପାଇଁ ଧର୍ମ ଆଉ ଜାତିର ଉର୍ଦ୍ଧ୍ଵରେ ସବୁବେଳେ ମୋ ମଣିଷମାନେ ପ୍ରେମର ଉଚଆସନରେ ରହିବେ । ସମାଜ ଦ୍ୱାରା ରଚିତ କିଛି ବି ନିୟମ ମୋ ମଣିଷପଣିଆର ପ୍ରେମକୁ ପ୍ରତିହତ କରିପାରିବ ନାହିଁ ।

ଶକ୍ତିପ୍ରଭା ମିଶ୍ର 


Rate this content
Log in

Similar oriya story from Inspirational