Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational

3  

Golak Bihari Sahoo

Inspirational

ନିର୍ଯାତିତ ପୁରୁଷ

ନିର୍ଯାତିତ ପୁରୁଷ

3 mins
7.4K


ନିର୍ଯାତିତ ପୁରୁଷ 

ଗୋଲକ ବିହାରୀ ସାହୁ

 

ନିର୍ଯାତିତ ନାରୀ ବିଷୟରେ ଆମେ ଅନେକ କଥା ଶୁଣିଛେ । କିନ୍ତୁ ପୁରୁଷ କ'ଣ ନାରୀ ଦ୍ଵାରା ନିର୍ଯାତିତ ହୁଏନା ? ଆମର ପୁରୁଷ ପ୍ରାଧାନ୍ୟ ସମାଜରେ ପୁରୁଷକୁ ଅଧିକ ପ୍ରାଧାନ୍ୟ ଓ ପ୍ରାଥମିକତା ଦିଆଯାଏ । କିନ୍ତୁ ପୁରୁଷ ନିର୍ଯାତିତ ହେଲେବି ଏସବୁ ଘଟଣା ଲୋକଲୋଚନକୁ ପ୍ରାୟ ଆସେ ନାହିଁ । ପୁରୁଷର ସ୍ଵାଭିମାନ ଓ ସମ୍ମାନରେ ଆଞ୍ଚ ଆସିବ ଭାବି ନିର୍ଯାତିତ ପୁରୁଷ ଅନେକ ସମୟରେ ପ୍ରକାଶ କରେ ନାହିଁ । ପ୍ରକାଶକଲେ ସମାଜ ତାକୁ ସମର୍ଥନ ନକରି କହେ - "ପୁରୁଷ ହୋଇ ତୁ କାପୁରୁଷ ଭଳି ଏ ସବୁ ସଜ୍ୟ କରୁଛୁ କିପରି ? ନଚେତ୍ କହେ, ନାରୀ ହୋଇ ନିଜର ସ୍ଵାମୀକୁ ଏଭଳି ନିର୍ଯାତନା ଦେବା ପଛରେ ସ୍ଵାମୀର କିଛି ଦୁର୍ବଳତା ଥାଇ ପାରେ ।" 

          ଏଭଳି ଜଣେ ନିର୍ଯାତିତ ପୁରୁଷ ଥିଲେ ପାଣିଗ୍ରାହୀ ବାବୁ । ଖୁବ୍ ଶାନ୍ତ, ସରଳ, ଆମାୟିକ ପୁରୁଷ ଜଣେ । ବିବାହର ତିନି ମାସ ପରେ ନିଜ ସ୍ତ୍ରୀକୁ ନେଇ ଆସିଲେ ନିଜ କର୍ମସ୍ଥଳିକୁ । ସରକାରୀ କ୍ଵାର୍ଟର୍ସରେ ବସବାସ କଲେ ।

          ଦିନେ ପାଣିଗ୍ରାହୀ ବାବୁ ପଡୋଶୀ ସହକର୍ମୀ ବନ୍ଧୁ ପରିଡା ବାବୁଙ୍କ ଘରକୁ ଦୌଡ଼ି ଆସି ଭୋ ଭୋ କରି କାନ୍ଦିବାକୁ ଲାଗିଲେ । ପରିଡା ବାବୁ ପଚାରିବାରୁ କହିଲେ- ''ମୋ ସ୍ତ୍ରୀକୁ ନେଇ ମୁଁ ଆଉ ଚଲି ପାରିବିନାହିଁ । କେତେ ଆଉ ସହ୍ୟ କରିବି। ଆଜି ସକାଳୁ ଉଠି ସବୁକାମ କରି ଅଫିସ ଗଲି । ଘର ଝାଡୁଦେବା, ବାସନ ମାଜିବା ଏବଂ ଏପରିକି ରୋଷେଇ କରିବା କାମ ପ୍ରାୟ ସବୁଦିନ ମୁଁ କରୁଛି । ରାଣୀ ଖଟ ଉପରେ ପଡି ରହିଥିବେ । ଆଜି ଅଫିସରୁ ଆସିଲି ଖାଇବା ପାଇଁ, ଦେଖେ କୌଣସି ରୋଷେଇ ବାସ ହୋଇନାହିଁ । ପଚାରିବାରୁ କହିଲା - ''ମୁଁ କ'ଣ ତୋର ଚାକର ? ଘରର ସବୁକାମ କରିବି । ତୁ ନିଜେ ରୋଷେଇ କରି ଖା ।'' ମୁଁ ତ ତା' ପ୍ରତି କିଛି ଅବିଚାର କରୁନି । କହନ୍ତି, ସ୍ଵାମୀ ଓ ସ୍ତ୍ରୀ ଜୀବନର ସୁଖଦୁଃଖର ସାଥୀ । କିନ୍ତୁ ଏ ଦୁଷ୍ଟସ୍ତ୍ରୀ ମୋ କପାଳରେ ପଡିଲା । ମୁଁ ଦୁଇଚାରି ପଦ କହି ଗାଳି ଦେବାରୁ, କବାଟ କିଳି ଶୋଇବାଘରେ ପଶିଗଲା । ଯେତେ ଡାକିଲେ ବି କବାଟ ଖୋଲୁନି । କହୁଛି, ''ଆଜି ମୁଁ ଗଳାରେ ଫାଶି ଲଗାଇ ଆତ୍ମହତ୍ୟା କରିବି । ତୁ ଥାନାକୁ ଯିବୁ । ତୋ ଚାକିରି ଯିବ । କିଏ ତୋତେ ବଞ୍ଚାଇବ ଦେଖିବି ।'' 

          ମୋତେ ସ୍ଵାମୀ ହିସାବରେ ସମ୍ମାନ ଦେଉନି କି ମୋ କଥା ମାନୁନାହିଁ । ଦେଖିବାକୁ ସୁନ୍ଦରୀ ହେଲେ କ'ଣ ହେବ, ସ୍ଵଭାବ ନିହାତି ବାଜେ । ଦୁଇଘଣ୍ଟା ହେଲାଣି ଶୋଇବାଘରେ ପଶିଛି । ମୁଁ ନିଜେ ରୋଷେଇ କରି ତାକୁ ଖାଇବାକୁ ଡାକିଲି । କବାଟ ଖୋଲୁନି । ଆଗରୁ ଯାହା ସକେଇ ହେଉଥିଲା, ସେ ଶବ୍ଦ ବି ଆଉ ଶୁଭୁ ନାହିଁ । କ'ଣ, ସତରେ ଆତ୍ମହତ୍ୟା କରି ଦେଲା ନା କ'ଣ ? ମୁଁ ଏବେ କ'ଣ କରିବି ? ଆଉ ଗୋଟିଏ ଦିନ ସେ ଛୁରୀ ନେଇ ତା ହାତକୁ କାଟି ଦେଇ ଥିଲା । ମୁଁ ତୁରନ୍ତ ବ୍ୟାଣ୍ଡେଜ୍ ପଟି ନଲଗାଇଥିଲେ, ମରିଯାଇଥାନ୍ତା। 

          ପରିଡା ବାବୁ କହିଲେ- ''ସେ ଦୁଷ୍ଟସ୍ତ୍ରୀ ଆତ୍ମହତ୍ୟା କରିବନି । ତୁମକୁ ଡରାଇ ସବୁକାମ ତୁମ ଦ୍ଵାରା କରାଉଛି । ତୁମେ ଖାଇ ଅଫିସ୍ ଯାଅ । ପରେ ସେ ଆପେଆପେ ଉଠି ଖାଇ ନେବ।'' ପାଣିଗ୍ରାହୀ ବାବୁ କହିଲେ - ''ନାହିଁ, କୂଅ ଦଉଡିଟା ସବୁବେଳେ ବାରଣ୍ଡାରେ ରଖା ହୋଇଥାଏ । ଆଜି ଖୋଜି ଦେଖିଲି, କୂଅ ଦଉଡିଟା ଘରେ କେଉଁଠି ନାହିଁ । ନିଶ୍ଚୟ ସେ ଦଉଡିଟା ନେଇ ଶୋଇବା ଘରକୁ ଯାଇଛି । ଦଉଡି ଦେଇ ଆତ୍ମହତ୍ୟା କରିବ।'' 

          ପରିଡା ବାବୁ ପାଣିଗ୍ରାହୀ ବାବୁଙ୍କ ଘରକୁ ଆସିଲେ । ଶୋଇବାଘର କବାଟ ଜୋରରେ ବାଡେଇ ଅନେକକଥା ବୁଝାଇ କହିଲେ ଏବଂ କବାଟ ଖୋଲି ବାହାରକୁ ଆସିବାକୁ କହିଲେ । କିଛି ଲାଭ ହେଲାନାହିଁ । ତା'ପରେ କହିଲେ- ''ଆଲୋ ଶାଳୀ, ତୋପରି ଦୁଷ୍ଟ ସ୍ତ୍ରୀ ଥିଲେ କେତେ, ମଲେ କେତେ । ତୁ କ'ଣ ଭାବୁଛୁ, ତୁ ମଲେ ପାଣିଗ୍ରାହୀ ଆଉଥରେ ବିବାହ କରି ଭଲ ଝିଅଟିଏ ସ୍ତ୍ରୀ ହିସାବରେ ପାଇବନି ? ତୋର ସୁନ୍ଦରତାକୁ ନେଇ ତୋ ମନରେ ଏତେ ଗର୍ବ କାହିଁକି ? ଗୁଣ ନଥିଲେ, ତୋ ସୁନ୍ଦରତାକୁ ତୁ ନିଜେ ଚାଟୁ ଥା । ତୋର ଯଦି ମରିବାକୁ ଇଛା, ଏବେ ମରେ । ମୋ ବାଡିରେ ଶୁଖିଲା କାଠ ଗଦା କରି ରଖିଛି । ଶ୍ମଶାନକୁ ନେଇ ଆମେ ପୋଡି ଦେବୁ । ନଷ୍ଟ, ଚରିତ୍ରହୀନ ସ୍ତ୍ରୀ ଆତ୍ମହତ୍ୟା କରିବୁନି ତ ଆଉ କ'ଣ କରିବୁ ।'' 

          ପରିଡା ବାବୁଙ୍କ ଏ ପେଟେଣ୍ଟ ମେଡ଼ିସିନ୍ କାମ ଦେଲା । ପାଣିଗ୍ରାହୀ ସ୍ତ୍ରୀ ଉଗ୍ର ଚଣ୍ତୀରୂପ ଧାରଣ କରି କବାଟ ଖୋଲି ବାହାରକୁ ଆସିଲେ । ହାତରେ ଗୋଟିଏ ପନିକି । କହିଲେ -''ବାଡିପୋଡା, ଆମ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଯାହା ଘଟିଲେ ତୁ କିଏସେ ମୋ ଘରକୁ ପଶି ଆସି ମୋତେ ଗାଳି କରିବୁ ? ଯାଉଚୁ ନା ବାଡିପୋଡା, ଯୋଗିନୀଖିଆ।'' 

          ପରିଡା ବାବୁ ସ୍ମିତ ହସି ବାହାରକୁ ଚାଲି ଆସିଲେ । କହିଲେ- ''ଦେଖିଲ ପାଣିଗ୍ରାହୀ, ମୋ ପେଟେଣ୍ଟ ମେଡ଼ିସିନ୍ କେମିତି କାମ କଲା । ଦୁଷ୍ଟସ୍ତ୍ରୀ ନାଗୁଣୀ ସଦୃଶ । ମୁଁ ଏବେ ଯେଉଁ ମହୁରୀ ବାଦନ କଲି, ସେଥିରେ ତାକୁ ବଶୀଭୂତ କରାଇ ବାହାରକୁ ନେଇ ଆସିଲି । ନଚେତ୍, ଫକୀର ମୋହନ ସେନାପତିଙ୍କ ପେଟେଣ୍ଟ ମେଡ଼ିସିନ୍। ଏ ନାଗୁଣୀ ସହଜରେ ମରନ୍ତି ନାହିଁ ।'' 

°°°

 

 

 


Rate this content
Log in

Similar oriya story from Inspirational