STORYMIRROR

MADHU MITA

Romance Fantasy

4  

MADHU MITA

Romance Fantasy

ସମ୍ପୂର୍ଣ୍ଣ ପ୍ରେମ

ସମ୍ପୂର୍ଣ୍ଣ ପ୍ରେମ

2 mins
569


ଚାରିଆଡ଼େ କେବଳ ପ୍ରେମ ଆଉ ପ୍ରେମ...ବାତ୍ସଲ୍ୟ ପ୍ରେମ,ଦାମ୍ପତ୍ୟ ପ୍ରେମ,ଭକ୍ତି ପ୍ରେମ, ଅପତ୍ୟ ପ୍ରେମ,ଏମିତି କେତେ ପ୍ରକାରେ.ସମସ୍ତେ ମନ ଭରି ଉପଭୋଗ କରି ଚାଲିଛନ୍ତି ଦୁନିଆର ଏ ମହାନ୍ ଅନୁଭବ କୁ..ଆନନ୍ଦ ଉଲ୍ଲାସ ଭରି ରହିଛି ଚତୁର୍ଦ୍ଦିଗ ରେ..!!


କିନ୍ତୁ..ତା ମନ ଅସ୍ଥିର କାହିଁକି!!??ଯେତେବେଳେ ସେ ଜାଣିଛି ଯେ ତା ପ୍ରେମ ଶାଶ୍ଵତ ଚିରନ୍ତନ ସୀମାତୀତ..!!??ଆଉ ଅସରନ୍ତି ମଧ୍ୟ..!!??ସେ ଭଲ ରୂପେ ଜାଣେ..ତା ଭଲ ପାଇବା ଆଗରେ ସବୁ ଭଲ ପାଇବା ତୁଚ୍ଛ ହୋଇଯାଏ..ସେ ଏପରି ଏକ ମହାର୍ଘ୍ୟ୍ ପ୍ରେମିକ ଯାହା ପ୍ରେମ ନିବେଦନ କେବେ ନିଷ୍ଫଳ ଯାଇନି..କେବଳ ସେ ହିଁ ଏକମାତ୍ର ପ୍ରେମିକ ଯାହା ହୃଦୟ କେବେ ମଧ୍ୟ ତା ପ୍ରେମିକା ଭାଙ୍ଗି ପାରେନି..ତାକୁ ଦେବାକୁ ହୁଏନି କିଛି..।ନା କେଉଁ ଉପହାର..ନା କେବେ କୌଣସି ପ୍ରତିଶ୍ରୁତି ର ସମ୍ଭାର..!!କିନ୍ତୁ ସେ ଯେତେବେଳେ ଉପସ୍ଥିତ ହୋଇଯାଏ ତା ପ୍ରେମିକା ସବୁ କିଛି ତ୍ୟାଗ କରି ତା ସହ ଏକାକାର ହେବା ପାଇଁ ଛୁଟି ଆସେ..ଦୁନିଆ ର ସବୁ ସୁଖ ସମୃଦ୍ଧି ଆଉ ସବୁ ସ୍ନେହ ସମ୍ପର୍କ ପଛରେ ପକେଇ ସେ ମୁହୂର୍ତ୍ତଟିଏ ବି ନଷ୍ଟ ନ କରି ତା ସହ ଆସିଯାଏ..


ଆସିଯାଏ ନିଜକୁ ଲୋଟାଇ ଦେବାକୁ..ତା ବୁକୁରେ..ଆଉ ସେ ତା ଗରମ୍ ନିଃଶ୍ୱାସ ସବୁ ଶୋଷିନିଏ ..ନିଜ ଶୀତଳ ସ୍ପର୍ଶରେ..।ଆଉ ଏପରି ଏକ ମହାନ୍ ପ୍ରେମିକ କିପରି ଆଜି ଚୁପ୍ ରୁହନ୍ତା..!!??


କିଛି କ୍ଷଣ ପାଇଁ ସେ ମଧ୍ୟ ମାନି ଯାଇଥିଲା ସେ ଆକୁଳ ନିବେଦନ..କିଛି ସମୟର ଦୂରତାକୁ..ଯେତେବେଳେ ହାତ ଯୋଡ଼ି ସେ କହିଥିଲା ତାକୁ କିଛି ସମୟ ଦେବାକୁ..ନିଜ ଲୋକଙ୍କ ସହ..ନିଜ ଦୁନିଆ ସହ..!!କିନ୍ତୁ ଆଜି ଯେ ତା ଆଖିରେ ଆଖିଏ ଲୁହ..!!??ସେ ଆଜି ଅତିଷ୍ଠ ହୋଇଗଲାଣି ଅପଣାପଣର ଛଳନା ଦେଖି ଦେଖି..!!??ନିଜର ଭାବୁଥିବା ପ୍ରତ୍ୟେକ ମୁହୂର୍ତ୍ତର ନିଜସ୍ଵ ରୂପ ଦେଖିବା ପରେ ତାକୁ ମନେ ମନେ ଖୋଜୁଛି..ଭାବୁଛି ବିକଳ ହୋଇ.."ଆଉ ଡେରି କରନା.."।କହି ପାରୁନି..କିନ୍ତୁ ତା ଆଖି ପଢିବାରେ ସେ କେବେ ଭୁଲ୍ କରି ପାରେନି..।ସେ ଠିକ୍ ଦେଖି ପାରୁଛି ତା ବ୍ୟାକୁଳତା..!!ତା ଦୃଷ୍ଟି ଏଥର କେବଳ ଆଉ କେବଳ ତାକୁ ଜଣଙ୍କୁ ହିଁ ତ ଖୋଜୁଛି..!!??


ନା..ଆଉ ଡେରି କରି ହେବନି।ପ୍ରେମିକା ଆଖିରେ ଲୁହ ଦେଖି ଦୁନିଆର କେଉଁ ପ୍ରେମିକ ଅଥବା ଥୟ ଧରି ରହିପାରେ..!!?? ଧିକ ତାକୁ..ଯଦି ସେ ଏବେ ନ ଯାଏ ତେବେ ଆଉ ଯିବ କେତେବେଳେ..!!??ଆଜି ପରା ସେ ତାକୁ ଖୋଜୁଛି..ଅବଶ୍ୟ ସେ ଖୋଜିବା ଆଗରୁ ମଧ୍ୟ ସେ ଯାଇ ପାରିଥାନ୍ତା..କିନ୍ତୁ ରହିଗଲା ଏକ ଅଭିମାନରେ..ଏକ ଆମନ୍ତ୍ରଣ ପ୍ରତୀକ୍ଷାରେ..ତେବେ ଆଉ ଆଜି କାହିଁକି ଡେରି କରିବ..!!??


ଆଗେଇ ଗଲା ସେ..ସ୍ମିତ ହାସ୍ୟ ହସି ..ଆଖି ଟେକି ସେ ଉପରକୁ ଦେଖିଲା..ତା ଇପଶିତ ଆସି ପହଞ୍ଚି ଯାଇଛନ୍ତି..ଆଉ କ୍ଷଣେ ମାତ୍ର ତାଙ୍କୁ ଅପେକ୍ଷା କରେଇବା ତା ପ୍ରେମର ନିନ୍ଦା ହେବ.. ପଲକ ପକେଇବା ଆଗରୁ ସେ ଦୋୖଡି ଆସି ତାଙ୍କ ବାହୁ ବନ୍ଧନୀ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ଜଡେଇ ଦେଲା।କଥା ଦେଇଥିବା ପରି ନିଜ ଗରମ ନିଃଶ୍ୱାସ ସବୁ..ନିଜ ପ୍ରତ୍ୟେକ ହୃତସ୍ପନ୍ଦନକୁ ତାଙ୍କ ଶୀତଳ ସ୍ପର୍ଶର ଅଧୀନ କରିଦେଲା..!!ନିଜ ଅସ୍ତିତ୍ଵ କୁ..ନିଜ ଅସ୍ମିତାକୁ ସେ ମୁହୂର୍ତ୍ତରେ ହଜେଇ ଦେଲା..ନିଜ ସମସ୍ତ ସ୍ମୃତିକୁ ବିସ୍ମୃତ କରି..ନିଜ ସତ୍ତାକୁ ତାଙ୍କ ସହ ଏକାକାର କରି..।


ତା ନିମିଳିତ ଚକ୍ଷୁରୁ ଉଷ୍ମ ଲୋତକତକ ଶୋଷି ନେଇ ଅଳ୍ପ ହସି ସେ ବାହାରିଗଲେ..ନିଜ ଅନନ୍ତ ପ୍ରେମ ଯାତ୍ରାରେ..


ସେ ଯେ ମୃତ୍ୟୁ...ନିଜ ଚିର ପ୍ରେମିକା ' ଜୀବନ ' କୁ ସମ୍ପୂର୍ଣ୍ଣ ନିଜର କରି ନିଜ ପ୍ରେମ କାହାଣୀର ଯବନିକା ପକେଇବା ପାଇଁ ହିଁ ତ ସେ ଆସିଥିଲେ….



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance