Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Romance Classics

4.0  

Gitanjali Pujapanda

Romance Classics

ଆରେଞ୍ଜ ମ୍ୟାରେଜ

ଆରେଞ୍ଜ ମ୍ୟାରେଜ

8 mins
518



କବାଟ ଫାଙ୍କରେ ନୂଆ ଦୁନିଆଟି ଦେଖି ଡର ମାଡୁଥିଲା ରୁଚିକୁ । ବୋହୁ ବେଶରେ ସଜେଇ ହୋଇବସିଛି ସେ ।ସାଙ୍ଗମାନେ ତାର ନାଚ ଗୀତରେ ମଗ୍ନ ଥିଲେ । ହେଲେ, ରୁଚି ମନରେ ଅଜଣା ଭୟ । ବାବା ତାର ଜିଦ ଧରିଲେ ଏ ବର୍ଷ ତାକୁ ବାହାକରିବେ, ତାଙ୍କ ସାଙ୍ଗ ପୁଅ ଅବିର ସହ ଅବିରକୁ ଯାହା ସେ ପିଲା ଦିନେ ଦେଖି ଥିଲା, ହେଲେ ଏବେ ଫଟୋ ନ ଦେଖି ବାହା ହେବା ପାଇଁ କେମିତି ରାଜି ହୋଇଗଲା ସେ ଜାଣି ପାରି ନ ଥିଲା।ବାବା ତାର କହିଲେ ମାଆ ମୋ ସାଙ୍ଗକୁ ପିଲା ଦିନେ କଥା ଦେଇଥିଲି ମୋ ଝିଅ ତାକୁ ଦାନ କରିବି ବୋଲି। ତୁ ତା ଘରକୁ ବୋହୁ ହେଇକି ନୁହେଁ ଝିଅ ହେଇକି ଯିବୁ । ବାବାଙ୍କର କଥାକୁ କେବେ ହେଲେ ସେ ବିରୋଧ କରିନି ତାର ଇଚ୍ଛା ଥିଲା ଆଇପିଏସ ହେବା ପାଇଁ, କାରଣ ସେ କରାଟେରେ ବ୍ଲାକବେଲ୍ଟ। ହେଲେ ତା ବାବା ତାକୁ ମନା କରିବାରୁ ସେ ସେଥିରୁ ଓହରି ଯାଇଥିଲା, ଗୋଟେ କଥା ଜାଣିଥିଲା ବାବା, ବୋଉଙ୍କର ଇଚ୍ଛା ବିରୁଦ୍ଧରେ ସେ କିଛି କରିବେନି।କାରଣ, ତାଙ୍କ ବିରୁଦ୍ଧରେ ଗଲେ କେହି କେବେ ଖୁସି ହେଇପାରିବେନି ଜୀବନରେ । ରୁଚିର ମନରେ ଅନାବିଳ ସେହ୍ନ ଥିଲା, ତା ବାବା ବୋଉଙ୍କର ପ୍ରତି, ତା ପରେ ବି, ସେ ଗୋଟେ ଝିଅ ବାବା ବୋଉଙ୍କର ସାନ ଭାଇ ଅଛି । ହେଲେ ବାବା ତାର ବେଶି ଭଲ ପାଆନ୍ତି ତାକୁ । କାରଣ, ସେ ତା ବାବାଙ୍କର କଥା ବେଶି ମାନେ । ଆଜି ମାନି ନେଇଥିଲା, ତାର ଜୀବନର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଯାହା ତା ବାବା ତା ପାଇଁ ନେଇ ଥିଲେ । ମୁଦି ପିନ୍ଧା ହେଲା ହେଲେ ଅବିର ଆସିନଥିଲେ । ତାଙ୍କର ଛୁଟି ନଥିଲା କାରଣ ସେ କାନେଡାର ଏକ ସଫ୍ଟୱେକମ୍ପାନୀରେ ଚାକିରୀ କରିଥିଲେ । ହେଲେ ଶାଶୁ ଶଶୁର ଆସି ମୁଦି ପିନ୍ଧେଇ ଦେଇ ସମ୍ବନ୍ଧଟି ପକା କରି ଯାଇଥିଲେ। ତା କିଛି ଦିନରେ ନିର୍ବନ୍ଧ, ହେଲେ ସେଥିରେ ବି ଅବିର ଆସି ନ ଥିଲେ । ବିଡ଼ିଓ କଲିଂରେ ନିର୍ବନ୍ଧ ହେଲା, ହେଲେ ରୁଚି ଆଜି ପ୍ରର୍ଯ୍ୟନ୍ତ ଅବିର ସଙ୍ଗେ ନା କଥା ହେଇଚି ନା ବିଡ଼ିଓ ଚାଟିଙ୍ଗ କରିଛି ।

କେମିତି ସେ ଏତେ ବଡ଼ ନିଷ୍ପତ୍ତି ନେଇଥିଲା । ଆଜିକାଲି ଯୁଗର ଝିଅ ହେଇ କି ? ବି ଖାଲି ତା ବାବାଙ୍କର ମନରେ ଦୁଃଖ ହେବନି ବୋଲି ସିନା । ହେଲେ ମନରେ ଭୟ ଥାଏ କାଳେ କଣ ହେବ ? ତାପରେ ମନେ ଭାବେ ମୁଁ ତ ବ୍ଲାକବେଲ୍ଟ ମତେ କିଏ କଣ କରିବ ? ମନରେ ସନ୍ଦେହ ଆଣେ ଅବିର କଣ ? ଆଉ କାହାକୁ ଭଲ ପାଉଛନ୍ତି କି ବିଦେଶରେ ସେ କାହିଁକି ? ତାଙ୍କ ନିଜ ବାହାଘର ପୂର୍ବ  କାର୍ଯ୍ୟକ୍ରମରେ ଆସିପାରୁନାହାନ୍ତି । ଜେଜେମାଆଙ୍କ ଆଗେ କୁହେ ହେଲେ ଜେଜେମାଆ କହନ୍ତି ରୁଚି ମିଛରେ ସନ୍ଦେହ କରିବୁନି କାହା ଉପରେ, ଆଜି କାଲି ପିଲାମାନେ ସିନା ଦେଖା ସାକ୍ଷାତ ପରେ ବାହାହେଉଛନ୍ତି । ମୁଁ ଆଉ ତୋ ଜେଜେବାବା ପରା ଚଉଠି ରାତିରେ ଦିଜଣକୁ ଦେଖିଲୁ ଲାଇଟ ବି ନ ଥିଲା ସେତେବେଳେ ଖାଲି ଯାହା ଦୀପ ଆଲୁଅରେ ଦୁକ ଦୁକ ହୋଇ ଜଳୁଥିଲା । ସେ କୁହେ ସତରେ ଜେଜେମାଆ ହଁ ତୁ ଦେଖୁନୁ, ଆଜି ପ୍ରର୍ଯ୍ୟନ୍ତ ଆମେ ସାଥି ହୋଇଅଛୁ । କଳି ଲାଗେ ହେଲେ ପୁଣି ଏକାଠି ହୋଇଯାଉ ଆମେ, ତୁ କଣ ? ଦେଖିନୁ ରୁଚି କହେ ହଁ ଜେଜେମାଆ ସତକଥା ।

ଅବିର ବି କଣ ତାଙ୍କ ବାହାଘର ପାଇଁ ସିରିଅସ ନୁହେଁ ନା କଣ ? ସେ କଣ ପାଇଁ ଫୋନ କରୁ ନାହାନ୍ତି ? ଭାବେ ନିଜେ କରିଦେବ ହେଲେ ହାତ ଅଟକି ଯାଏ ତାର, କଣ ପାଇଁ କରିବ ସେ ତ କରୁନାହାନ୍ତି ? ବାବା ତାର ବାହା ଘର ତାରିଖଟା ଠିକ କରି ତାଙ୍କ ସାଙ୍ଗକୁ ଜଣେଇ ଦେଲେ । ରୁଚିକୁ ଯେତେବେଳେ କହିଲେ ତାଆ ପାଦ ତଳୁ ମାଟି ଖସିଗଲା । ଆଉ ପନ୍ଦର ଦିନ ପରେ ତାଆ ବାହା ଘର ।ଅବିର ଆସି ପାରିବେ ତ ? ନା ସେ ବାଡୁଅ ପାଣିରେ ଗାଧେଇ ସେମିତି ରହିଯିବ । ମନରେ ଅସରନ୍ତି ଭୟ । ବାହାଘର ପାଖେଇ ଆସେ ହେଲେ ଅବିର କଥା କାହା ପାଟିରୁ ଶୁଣେନି ତାକୁ ବି ପଚାରି ବାକୁ ଲାଜଲାଗେ କାଳେ କିଏ ଖରାପ ଭାବିବ କହିବ ଏଝିଅ କେତେ ଫରଫର ହଉଛି ନିଜ ବାହାଘର ନେଇ । ତେଣୁ ଚୁପଚାପ ବାହାଘର ହେବା ପ୍ରର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

ହେଲେ, ବାବା ଉପରେ ତାର ଭରଷା ଥାଏ । ବାହାଘର ତାର ଆଜି, ପାର୍ଲାରବାଲି ଆସି ତାକୁ ପୁରା ବୋହୁ ବେଶେ ସଜେଇ ଦେଇଚି ନାଲି ଟୁକୁ ଟୁକୁ ସାଧବ ବୋହୁ ପରି ସେ ଦିଶୁଚି । କଣ ଆଜି ଅବିର ଆସିଛନ୍ତି ? ମନରେ ତାର ଅନେକ ପ୍ରଶ୍ନର ସମାହାର ହେଲେ ଉତ୍ତର ମନେମନେ ଦେବାକୁ ପଡିବ ନିଜକୁ ବୁଝେଇବାକୁ ପଡିବ ଗୋଟେ ଶବ୍ଦ, ହଁ ଆସିଥିବେ ନିଶ୍ଚିତ ଆସିଥିବେ । ବାବାଙ୍କର ନ ହେଲେ ମୁଣ୍ଡ ବିନ୍ଧା ହେବନା, ସତ କହିବାକୁ ଗଲେ ସେ ତା''ର ବାବାଙ୍କର ଉପରେ ସବୁ ଛାଡି ଦେଇଛି। ସବୁ କଥା ମନେ ମନେ ଭାବି ନିଜକୁ ଶାନ୍ତ କରିନିଏ। ବାହାଘର ସଜେଇ ହୋଇ ବସିଛି ସାଙ୍ଗମାନେ ତାର " ଡୋଲି ସଯାକେ ରଖନା ମେହେନ୍ଦୀ ଲଗାକେ ରଖନା" ଗୀତରେ ନାଚୁଥାନ୍ତି ହେଲେ ରୁଚି ମନରେ ଦୁଃଖ ଗୀତ ବାଜୁଥାଏ । ମନ ତାର ଏପଟ ସେପଟ ଦୁଆର ଫାଙ୍କରେ ସେ ଚାହିଁ ଦିଏ, ତା ବାବା ବୋଉକୁ ଭାବେ ସତରେ କେତେ ମହାନ ଏମାନେ ଦେଖା ସାକ୍ଷାତ ବିନା ବାହା ହୋଇ ଜେଜେ ମା'ର ପଚାଶ ବର୍ଷ ଆଉ ବାବାଙ୍କର ୨୫ ବର୍ଷ ଏକାଠି କେମିତି କଟିଲେ ସେମାନେ, ଏ ମାନଙ୍କୁ ଧନ୍ୟ କହିବ ସତରେ, ଦେଖି ଭାବନାରେ ଆଖିର ଅଶ୍ରୁ ତା ଅଜ୍ଞାତସାରରେ ଝରିପଡ଼େ ଲୁହ ବି ନା କେତେବେଳେ ଆସିବେ । ବେଳ କାଳ ତାଙ୍କୁ ଜଣାନାହିଁ । ଅଚାନକ ଆସିବେ, ମନ ଆଉ ଆଖିକୁ ଓଦା କରି ଚାଲିଯିବେ ।

ବାଜାର ଶବ୍ଦ ବାଣର ଶବ୍ଦରେ କାନ ତାର ଫାଟିଗଲା ପରି ଲାଗିଲା ତାକୁ ସାଙ୍ଗମାନେ କହିଲେ, ରୁଚି ତୋ ବର ଆସିଗଲା । ଆରେ ସତେ ନା କଣ ଅବିର ଆସିଗଲେ କି ? ରୁଚି ମନରେ ଆନନ୍ଦର ଲହରୀ ଖେଳିଗଲା ମନରେ ତାର "ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା" ଗୀତଟି ବାଜିବାକୁ ଲାଗିଲା କିନ୍ତୁ ମନଟା ତାର ଗୋଟେ ଅଜଣା ଭୟରେ ଗୀତଟିକୁ ରୋକି ଦେଲା । ମନରେ ବହୁତ ପ୍ରଶ୍ନ ଘର କରି ସରିଥାଏ । ତା'ର ଅବିର ଦେଖିବାକୁ କେମିତି ପିଲା, ପିଲାଦିନେ ତ ଠିକ ଥିଲେ ।ହେଲେ ଏବେ ମନକୁ ନିଜର ପ୍ରଶ୍ନ କରି ନିଜ ଉପରେ ଭାରି ବିରକ୍ତ ଲାଗିଲା ତାକୁ, ଭାବିଲା ଏଣ୍ଟରନେଟ ଯୁଗ ରେ ସେ ନବେ ମସିହାର ଜୀବନ ବଞ୍ଚୁଛି କାହିଁକି ? ସେ ମନା କରୁଥିଲା ଫଟୋ ଦେଖିବାକୁ ଯେତେବେଳେ ବାବା ତାକୁ ଫଟୋ ଦେଲେ ବୋକି ଫଟୋ ନ ଦେଖି ଫେରାଇ ଦେଲା, ସେତେବେଳେ ବାବା ତାଙ୍କ ସାଙ୍ଗ ଦେଇଥିବା କଥାକୁ ରଖିବ ପାଇଁ ତାକୁ ଅବିରର ଫଟୋ ମଧ୍ୟ ଦରକାର ନ ଥିଲା।

ହେଲେ ଆଜି ବାହାଘର ଦିନରେ କଣ ? ପାଇଁ ଏସବୁ ଭାବୁଚି ଅବିର ଯଦି ଅସୁନ୍ଦର ହେଇଥିବେ କଣ ତାକୁ ଛାଡିକି ଚାଲିଆସିବ ? ଏମିତି କେତେ ଭାବନା ତା ମନକୁ ଘାଣ୍ଟି ଚକଟି ଦେଉଥାଏ । କଣ କରିବ, ଏବେ ନେଡିଗୁଡ଼ କହୁଣୀକି ବୋହିଗଲାଣି ଏବେ ଭାବୁଚି ବସି । ସୀମା ତା ସାଙ୍ଗ ଆସିକି କହିଲା ରୁଚି ତୋ ବରକୁ ମତେ ଦେଇ ଦେ ତୋ ବଦଳରେ ମୁଁ ବାହା ହେଇଯିବି । ରୁଚି ଆଶ୍ଚର୍ଯ୍ୟ ହେଇକି ଚାହିଁଥାଏ ସୀମାକୁ କଣ ପାଗଳ ପରି କଥା କହୁଛି ? ସେ ଆରେ ଏତେ ସୁନ୍ଦର ଟୋକା ମୋ ଲାଇଫରେ ମୁଁ ଦେଖିନି ଡେଙ୍ଗା ସୋମୈୟ, ପୁରା ଏକ ଦମ ଝାକାଶ। କଣ କହିବି ପୁରା ଲଷ୍ମୀ ନାରାୟଣ ଯୋଡି ତୁମର ?

ଓଃ.... ହୋ ! ରୁଚି ମନରେ, ପ୍ରାଣରେ ଜୀବନ ଆସିଲା ଏସବୁ ଶୁଣି ରୁଚି ନିଜକୁ ହାଲକା ଅନୁଭବ କରୁଥାଏ ।

ଯା ହଉ ବାବା ମୋର ବାହାଘର ଗୋଟେ ସୁନ୍ଦର ଲୋକ ସହ କରିଛନ୍ତି । ହେଲେ, ପୁଣି ପ୍ରଶ୍ନର ମାୟାଜାଲ ଉପର ସୁନ୍ଦର ହେଲେ କଣ ହେବ?? ହୃଦୟ ସୁନ୍ଦର ହେବା ଦରକାର ପୁଣି ମନରେ ତାର ଦୁଃଖବଷା ବାନ୍ଧୁ ଥାଏ ।ସେତେବେଳେକୁ ତାବୋଉ ତାକୁ ବେଦୀ ପାଖକୁ ଡାକିବା ପାଇଁ ଆସନ୍ତି, ବୋଉକୁ କୁଣ୍ଢେଇ କାନ୍ଦି ପକାଏ । ବୋଉ ତାର ଲୁହ ପୋଛି ଦିଅନ୍ତି । ସେ ମନେ ମନେ ଭାବେ ବାବା ବୋଉ କେବେ ହେଲେ ପିଲାମାନଙ୍କ ପାଇଁ ନେଇଥିବା ନିଷ୍ପତ୍ତି ଭୁଲ ହୁଏନି ବାକି ତାର ଭାଗ୍ୟ ଉପରେ ନିର୍ଭର ଧୀରେ ଧୀରେ ଚାଲେ ବେଦୀ ପାଖକୁ ବୋଉଙ୍କର ହାତ ଧରି।

ପ୍ରଥମେ ବେଦୀରେ ବସେ କିଛି ସମୟ ପରେ, ଟିକେ କଣେଇ କଣେଇ ଚାହେଁ ଅବିରକୁ ହେଲେ ହୋମ ଧୂଆଁରେ ଆଖି ତାର ବନ୍ଦ ହୋଇଯାଏ । ମନେ ମନେ ଭାବେ ଓଃ!! ଏ ବାହାଘର କେବେ ସରିବ କେଜାଣି। ମଣିଷ ଖାଲି ସକାଳୁ ସର୍ବତ ପିଇକିଅଛି । କେତେ ପ୍ରକାର ଖାଇବା ହେଇଛି । ହେଲେ କୁଣିଆମାନଙ୍କ ପାଇଁ, ତାକୁ ଆଉ ଅପେକ୍ଷା କରିବାକୁ ପଡିବ ଓଃ!! କି କଷ୍ଟ ବେଦୀରେ ବସି ବାହା ହେବା । ବାବା ଯଦି କୋଟରେ ରେଜିଷ୍ଟ୍ରେସନ କରି ବାହାଘର କରିଥାନ୍ତି, ଭଲ ହେଇଥାନ୍ତା ହେଲା ଆଇନି ଅନୁସାରେ ବିଦେଶ ଗଲେ ମ୍ୟାରେଜ ସଟିଫିକେଟ ବି ଦରକାର, ସେ ତା"ହେଲେ ଆଉ ଥରେ କୋଟ ରେ ବାହା ହେବ ମଣିଷ ଭଲ ଫସିଲା ବାବାଙ୍କର କଥା ଶୁଣି। ହେ ମହାପ୍ରଭୁ ରକ୍ଷାକର ମତେ ମନେ ମନେ କହୁ କହୁ ହାତ ଗଣ୍ଠି ପଡିଲା ହୁଳହୁଳିରେ ପୁରା ବେଦୀଟା ଫାଟି ପଡୁଥାଏ ହେଲେ ରୁଚି ଆଉ ଏକ ଦୁନିଆରେ।

ହାତଗଣ୍ଠି ସମୟରେ ଅବିରର ପ୍ରଥମ ଛୁଆଁ, ତା "" ଦେହ ଓ ମନରେ ଶିହରଣ ଖେଳେଇ ଦିଏ । ସେ ବ୍ଲାକବେଲ୍ଟ ରୁଚିରୁ ଗୃହିଣୀ ରୁଚି ହେଇଯାଏ, ସେତେବେଳେ ମନରେ ତାର ଅନେକ ଗୀଟାର, ଭାଓଲୀନ, କେତେ ଯେ ସଙ୍ଗୀତ ବାଜି ଉଠେ । ରୁଚି ସେ ଗୁଡିକ କଣ୍ଟ୍ରୋଲ କରି ପୁଣି ପ୍ରଶ୍ନର ମାୟାଜାଲ ମୋ ମନରେ ଯାହା ଅବିର ମନରେ କଣ ଠିକ ସେଇଆ ? ସେଇ ଏକ ପ୍ରକାର ଭାବନା କିଏ ଜାଣିବ ଆଗୁଆ କଣ ?? ସେ ତାଙ୍କ ସହ କଥା ହେଇଚି ନା ତାଙ୍କ ମନକୁ ପଢ଼ିଛି। ଅବିର ତା ମୁଣ୍ଡରେ ସିନ୍ଦୁର ପିନ୍ଧେଇ ଦିଅନ୍ତି । ସବୁ କର୍ମ ସରିଯାଏ ଏବେ ସେ ଅବିରର ସହଧର୍ମୀମିଣି ଅବିର ତାର ଇହକାଳ ପରକାଳର ଦେବତା । ହେ ଆଜିକାଲି କିଏ ମାନୁଚି ମ । ସିଏ କଣ ତା ବୋଉ ଆଉ ଜେଜେମା ହେଇଚି ଯେ କଳି କରି ପୁଣି ମିଶିଵ??

ସିଏ ତ ବ୍ଲାକବେଲ୍ଟ ଯଦି କିଏ କଣ କହିବି ଏମିତି ଦବ ତାକୁ ଯେ ମାଟି କାମୁଡି ପଡିବ । ଆରେ ନା ବୋଉ କହୁଥିଲା ପାପ ହବ ବୋଲି ଓଃ! ହୋ ମଣିଷ ବଡ଼ କଲବଲଟେ ହେଲା।

ବାହାଘର ସରିଲା ବାବା ତାଙ୍କ ସାଙ୍ଗକୁ କହିଲେ ମୋ ରୁଚି ତତେ ଲାଗିଲାରେ, ସେ ଅବିରକୁ ଦେଖିନି ହେଲେ ମୋ କଥାରେ ସେ ସୁନାଝିଅ ମୋର ରାଜି ହେଇଗଲା ଆରେଞ୍ଜ ମ୍ୟାରେଜ ପାଇଁ ବୁଝିଲୁ ଝିଅ ନଉଛୁ ମୋ ଠୁ ତାକୁ ବୋହୁ ଭାବିବୁନି ଝିଅ ପରି ଚଳେଇବୁ । ଅବିରର ବାବା କଥା ଦେଇ କହିଲେ ତୁ ଏତେ ଵ୍ୟସ୍ତ ହୁଅନା ରୁଚି ଆଜିଠାରୁ ମୋ ଝିଅ । ତା'ପରେ ସମସ୍ତେ ବସିଲେ ଖାଇବାକୁ ହେଲେ ରୁଚିର ଗୋଟେ ଗୁଣ୍ଡା ବି ଗଲାଣି ତଣ୍ଟି ରେ ତାକୁ ମନେ ମନେ କାନ୍ଦ ଲାଗୁଥାଏ ।ତା' ଘର ପରିବାର କୁ ଛାଡି, ସେ ଆଉ ଗୋଟେ ଘରକୁ ଯିବ ଆଉ ଯାହା ସଙ୍ଗେରେ ରହିବ ସେ ତା ପାଇଁ ପୁରା ଅଜଣା ଅପରିଚିତ, ଯାହା ପିଲାଦିନେ ସେ ଦେଖି ଥିଲା ତାକୁ । ମନ ହେଉଥାଏ ଜୋରକରି ବଡ଼ ପାଟିରେ କାନ୍ଦିବାକୁ ହେଲେ, କାନ୍ଦି ପାରେନି ସେ କାରଣ ସେ ଯଦି କାନ୍ଦିବ ଘରର ସମସ୍ତେ କାନ୍ଦିବେ, ହେଲେ ଆଉ ସମ୍ଭାଳି ପାରିଲାନି ତା ଭିତରେ ଉଠୁଥିବା କୋହକୁ, କୋହ ଗୁଡିକ ଆଖିବାଟେ ଲୁହ ହୋଇ ବହିଗଲା ତାକୁ ଦେଖି ସମସ୍ତେ ଘରର କାନ୍ଦି ବାକୁ ଲାଗିଲେ । ଝିଅ ବିଦାଟା ପୁରା କାନ୍ଦରେ ଭରିଗଲା । ବାବା ବୋଉ ଜେଜେ ଜେଜେମାଆ ଆଉ ସାନଭାଇ ର ସେହ୍ନ, ପ୍ରେମକୁ ନେଇ ଅବିର ସାଙ୍ଗରେ କାରରେ ବସି ଚାଲିଲା ଶାଶୁଘର ।

କାର୍ ଟି ପୁରା ଗୋଲାପ ଫୁଲରେ ସଜ୍ଜିତ ହୋଇଥାଏ ।କେତେ ସମୟ କାନ୍ଦି କାନ୍ଦି ଥକି ଯାଇଥାଏ, ପାଖରେ ଥାଏ ଅବିର, ରୁଚିର ଆଖି ପଡିଯାଉଥାଏ ହେଲେ ମୁହଁର ବାଳ ଗୁଡିକ ପବନରେ ମୁହଁକୁ ଲୁଚେଇ ଦେଉଥାଏ । କାହାର ହାତ ଛୁଆଁରେ ହାଲକା ନିଦ ଟା ତାର ଭାଙ୍ଗି ଗଲା ସେ ଦେଖୁଥିଲା ଅବିର ତା ମୁହଁରେ ପଡିଥିବ ବାଳ ଗୁଡିକୁ ଠିକ କରୁଛନ୍ତି ସେ ଚମକି ପଡିଲା । ହେଲେ ହାଲିଆ ଯୋଗୁ ଶୋଇ ପଡିଲା ପୁଣିଥରେ। ଶାଶୁଘର ପହଞ୍ଚୁ ପହଞ୍ଚୁ ସକାଳ ହେଇଯାଇଥାଏ । ଶାଶୁଘର ଲୋକ ରୁଚିକୁ ବନ୍ଦାପନା କରି ଘରକୁ ନେଲେ ।

ବାସର ରାତି ପୁରା ରଜନିଗନ୍ଧାରେ ରୁମଟି ସଜ୍ଜିତ ତାକୁ ବି ତାର ଏକ ମାତ୍ର ନଣନ୍ଦ ଯିଏ ବିବାହିତ ସେ ସଜେଇ ଦେଇଥାନ୍ତି । ରୁଚିର ମନ ଆଜି ଜୋରରେ କାହିଁକି ?? ଧକ ଧକ କରୁଛି କିଛି ଖାଇବାକୁ ଇଚ୍ଛା ହେଉନି ତାର ମୁଣ୍ଡଟା ପୁରା ବିନ୍ଧା ବାହାଘରରେ ଟିକେ ରେଷ୍ଟ ନାହିଁ ତାକୁ । ଦେହରେ ବନାରସି ପାଟ ମୁହଁରେ ବଡ଼ ସିନ୍ଦୁର ହାତରେ ମୁଠା ମୁଠା ଚୁଡି, ମୁଣ୍ଡରେ ଗଜରା ବେକରେ ମାଳି କାନ ଫୁଲ ନିଜକୁ ଏତେ ସୁନ୍ଦର ସେ କେବେ ଦେଖିନି । ନଣନ୍ଦ ତାର ତାକୁ ନେଇ ସେ ରୁମକୁ ଗଲେ ଆଉ ଚୁନୀ ଟା ଟାଣି ବସିବାକୁ କହିଲେ । ଓଃ! କି ଗରମ ଏସି ଲାଗିଛି ହେଲେ ଦେହରୁ ତାର ଝାଳ କାହିଁକି?? ଆଜି ବାହାରୁଚି ସେ ଜାଣିପାରୁନି ଏତିକି ବେଳେ ଦୁଆର ଖୋଲିବାର ଶବ୍ଦରେ ଗୋଡ଼ ଥରିବାକୁ ଲାଗିଲା ତାର, ବ୍ଲାକବେଲ୍ଟ ରୁଚି ଆଜି ଶକ୍ତିହୀନ ହେଇଯାଇଥିଲା, ଅବିର ବୋଧେ ଆସିଲେ ନା କଣ?? ଚୁନୀରୁ କଣେଇ କଣେଇ ଚାହୁଁଥାଏ ବୋଉ କହିଥିଲା ଚଉଠି ଦିନ ଅବିରକୁ ମୁଣ୍ଡିଆ ମାରିବୁ। ଇସ କେମିତି ମାରିବି ରୁଚି ଭାବୁଥାଏ। ଏତିକି ବେଳକୁ ଅବିର ଆସି କହିଲେ ହେଲୋ ମ୍ୟାଡ଼ାମ କଣ ଭାବୁଚ?? ମୁଣ୍ଡିଆ ମାରିବ କି ନ ମାରିବ । ରୁଚି ଧୀର ସ୍ୱରରେ କହିଲା, ନା କିଛି ନୁହେଁ ଏଥର ଟିକେ ଛାତି ଥରିବା ବନ୍ଦ ହେଲା ରୁମ ରେ ସେ ଆଉ ଅବିର । ଏଥର ଅବିରର ମୁହଁକୁ ସେ ଦେଖିପାରିବେ । ହେଲେ ସେ କାହିଁକି?? ଚୁନୀ ଉଠାଉ ନାହାନ୍ତି ତାର, କଣ କରିବ ସେ। ଓଃ!! ଆଉ ଏତେ ପୋଜ ଦେଇ ବସିପାରିବନି ସେ । ଓଃ!! କହି ଉଠିଗଲା ବେଳକୁ ଅବିର ପୋଡା ନଡ଼ିଆ ଖଣ୍ଡେ ଆଣି ମୁହଁରେ ଦେଇ ଦେଲେ କଣ ମ୍ୟାଡ଼ାମ ଏଥର ଦେଖିଲ ମତେ କଣେଇ କଣେଇ ଚାହୁଁ ଥିଲା ରୁଚି ଲାଜେଇ ଯାଇଥିଲା, ଆଉ ଅବିର ତାଙ୍କୁ ତାଙ୍କ ବାହୁ ବନ୍ଧନରେ ଆବଦ୍ଧ କରି ନେଇଥିଲେ। ସେତେବେଳେ ରୁମରେ ତାଙ୍କର ବାସ୍ନାର ମହକ ସହିତ ବାଜୁଥିଲା, ତୁମ ମିଲେ ଦିଲ ଖିଲେ ଔର ଜିନେ କୋ କ୍ୟା ଚାହିଁଏ....... ରୁଚି ଅବିରର ବାହୁ ବନ୍ଧନରେ ନିଜକୁ ସୁରକ୍ଷିତ ମନେ କରୁଥିଲେ ବ୍ଲାକବେଲ୍ଟ ହୋଇମଧ୍ୟ।ଜେଜେମାଆର କଥା ମନେ ପଡୁଥିଲା "ଯିଏ ଯାହାର  ହାଣ୍ଡିରେ ଚାଉଳ ପକେଇଥାଏ ସେ ତା ଘରକୁ ଯାଏ।" ରୁଚି ଅବିରକୁ ଦେଖି ମନେ ମନେ ହସୁଥିଲେ ଭାବୁ ଥିଲେ ବାଃ!!ରେ ଆରେଞ୍ଜ ମ୍ୟାରେଜ କଣ କଲୁ ।



Rate this content
Log in

Similar oriya story from Romance