Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Abstract Inspirational Children

4.6  

DR SAMIR RANJAN BEHERA

Abstract Inspirational Children

ଏ ମନ ବୁଝେନା

ଏ ମନ ବୁଝେନା

6 mins
282


ମାଇଁ ଡ଼ିଅର ତପୁ,


        ମୋତେ ଚିହ୍ନି ପାରୁଛୁ ? ନାଇଁ ନା l ହା ହା ହା..... କେମିତି ଚିହ୍ନିବୁ ବେଟା ମୁଁ ହେଲି ଡାକ୍ତର ସମୀର ରଞ୍ଜନ ବେହେରା l ବେକରେ ଷ୍ଟେଥୋ l ଦେହରେ ସୁଟ କୋଟ, ବେକରେ ଟାଇ l ବେକରେ ଦାମୀ ସୁନା ଚେନ l ଆଖିରେ କଳା ଚଷମା, ଅଣ୍ଟାରେ ବେଲ୍ଟ l ପାଦରେ ଦାମୀ ଜୋତା l ହାତରେ ରାଡୋ ର ଘଣ୍ଟା , ପକେଟ ରେ ଆଇ ଫୋନ l ପାଖରେ ପୁଣି ଜଣେ ଅର୍ଡରଲି, ଆଉ ଦାମୀ କାର l ତଥାପି ଚିହ୍ନି ପାରୁନୁ ନା, ମୋ କଥା ଶୁଣି ଡରିଯାଉଛୁ କି ବନ୍ଧୁ l କୋଡିଏ ବର୍ଷହେଲାଣି ତୋ ସହ ଦେଖା ହେଇନି ମାନେ ତୁ ଭାବୁଛୁ କି ମୁଁ ଭୁଲିଯାଇଛି l ଆରେ ନାଇଁ ରେ ବାୟା ତୋତେ କେମିତି ଭୁଲିବି l ତୁ ପରା ମୋ ପିଲାଦିନ, ମୋ ଅତୀତ ଆଉ ମୁଁ ତୋ ବର୍ତ୍ତମାନ l

ଆଉ ତୋ ଖବର କ'ଣ କହ l

ତୋ ଅବସ୍ଥା.... ଛାଡ ନକହିବା ଭଲ l ଛିଣ୍ଡା ତାଳିମରା ପ୍ୟାଣ୍ଟ l

ଗଳିପଡୁଛି ବୋଲି ତୋ ମା ଦଉଡି ଟେ ଅଣ୍ଟାରେ ବାନ୍ଧିଦେଇଛି l

ନାକରୁ ସିଂଘାଣି ତ କେବେ ଶୁଖେନି l ଆଉ ଦେହରେ ଛିଣ୍ଡା ଗଞ୍ଜି l ଆଉ ଖାଲି ପାଦ l ଅବଶ୍ୟ ଏଥିରେ ତୋ ବାପା ମା କୁ ଦୋଷ ଦେଲେ କ'ଣ ହେବ l ସେମାନେ ବି କ'ଣ କରିବେ କହ l ଚାଷ ବାସ ରୁ ଯାହା ମିଳେ ସେଇଥିରେ ଚାରିଟା ଛୁଆ କୁ ଖାଇବାକୁ ଦେବେ, ପାଠ ପଢ଼େଇବେ ପୁଣି ନୂଆ ଡ୍ରେସ, କେଉଁଠି ଆଣିକି ଏତେ ଦେବେ କହିଲୁ l ହେଲେ ତୁ ବି କ'ଣ କମ ଉତ୍ପାତିଆ ହେଉଥିଲୁ ,ଟୁକ ସହ କୁସଙ୍ଗ ଧରି ଗଛ ଚଢ଼ିବୁ, ବୁଦା ଭିତରେ ପଶିବୁ କୋଳି ଖାଇବାକୁ l ଆଉ ପେଣ୍ଟ ଗଞ୍ଜି ଚିରି କରି ଆଣିବୁ, ଜୋତା ହଜେଇଦେଇଥିବୁ, ତୁ ତପୁ କହ ବାରମ୍ବାର ଗଞ୍ଜି ପ୍ୟାଣ୍ଟ ଚିରେଇବୁ, ଜୋତା ହଜେଇବୁ....ତୋ ବାପା ମା କେତେ ଆଣିଦେବେ ?? ସେମାନେ ତୋତେ ଆଉ ତୋ ଭାଇ ଭଉଣୀ ଙ୍କୁ ପାଳିବା ପାଇଁ କେତେ କଷ୍ଟ କରନ୍ତି କହିଲୁ l ତୋ ମା ଢ଼ିଙ୍କି ରେ ଧାନ କୁଟିବା ଠାରୁ ଆରମ୍ଭ କରି ଘର ର ଯାବତୀୟ କାମ କରେ l ବେଳେ ବେଳେ ପଡିଶା ଘରେ ବି ତାକୁ କାମ କରିବାକୁ ପଡେ l ଯାହା ବି ଟଙ୍କା ପାଞ୍ଚ ଦଶ କମାଏ ସେଇ ତମରି ପଛରେ ଖର୍ଚ୍ଚ କରେ l ପ୍ରତ୍ୟେକ ଦଶହରା ମେଳା ଆସିଲେ ତୁ ଜିଦି କରିବଶୁ ବନ୍ଧୁକ ଆଣିବୁ ବୋଲି l ତୋ ମା ଟଙ୍କେ ଦୁଇଟଙ୍କା ଗୁଛେଇ ଗୁଛେଇ ଯାହା ରଖିଥାଏ ସେଇଥିରେ ତୋତେ ବନ୍ଧୁକ ଆଣିଦେଉଥିଲା ତୁ ଫଟ୍ ଫଟ୍ କରି କେତେ ଖୁସି ପାଉଥିଲୁ କହିଲୁ l

ହେଲେ ଆଜି ମୁଁ କାହିଁକି କେଜାଣି ଏତେ ଖୁସିପାଇ ପାରୁନି l ସକାଳୁ ରୁ ରାତି ଯାଏ ଖାଲି ଡିଉଟି ଡିଉଟି l ଘରେ ଡିଉଟି ପରିବା ମାର୍କେଟ ଡିଉଟି, ଛୁଆ କୁ ସ୍କୁଲ ଛାଡିଯିବାର ଡିଉଟି ହସ୍ପିଟାଲ ର ଡିଉଟି, ଏମାରଜେନ୍ସି ଡିଉଟି ଆଉ ସବୁଠୁ ବଡ ଡିଉଟି କ'ଣ ଜାଣିଛୁ l ମାଡାମ ଙ୍କ ର ଇଛା ଅନୁସାରେ ମାର୍କେଟ କିମ୍ବା ବିଭିହ୍ନ ଜାଗା ବୁଲେଇନେବାର ଡିଉଟି l ବହୁତ କଷ୍ଟ ଲାଗେ ରେ ତପୁ l ଅଣନିଶ୍ୱାସୀ ଲାଗେ l ତୁ ସତରେ କେତେ ଭଲ ଥିଲୁ ନାଇରେ l ନା ଘର ଚଳାଇବା ଟେନସନ ତୋ ପାଖରେ ଥିଲା , ନା ରୋଗୀ ଟେନସନ ନା ସ୍ତ୍ରୀ କୁ ଖୁସି କରେଇବା ଟେନସନ l ବହୁତ ଭଲ ଲାଇଫ ବିତାଉଥିଲୁ ନାଇଁ ରେ l

ହାଡ଼ିଆ ପଦା ପଡିଆ ରେ କ୍ରିକେଟ କବାଡି ଦହିହାଣ୍ଡି ଗୁଡ଼ାଗୁଡ଼ି ଖେଳ କେତେ ମଜା ନେଉଥିଲୁ ନା ତପୁ l ଖୋଲା ପବନ ର ମଜା... ଆହା.... ବହୁତ ମିସ କରୁଛି ରେ ସେ ସବୁ l ମୁଁ ଆଜି ଘରେ ଟିଭି ଆଗରେ ବସି କ୍ରିକେଟ କବାଡି ଦେଖୁଛି l ସେ ଖେଳ ମୁଁ ଭୁଲି ଗଲିନି l ତୋର ମନେ ଅଛି ନା ଥରେ ଲୁଚି ଲୁଚି ବିଡି ଟାଣି ମା ପାଖରୁ ମାଡ ଖାଇଥିଲୁ l ଦିନ ଦୁଇଟା ଯାଏଁ ତାସ ପାଲି ଖେଳି ମା ପାଖରୁ ମାଡ ଖାଇଥିଲୁ l ହେଲେ ଆଜି ମୁଁ ସେଇ ମା କୁ ଝୁରୁଛି l ମୁଁ ଏମିତି କାର୍ଯ୍ୟ ବ୍ୟସ୍ତ ରେ ରହୁଛି ଯେ ମାଆ ସଙ୍ଗେ ଟିକେ କଥା ଖାଇବା ପାଇଁ ବି ସମୟ ନାହିଁ l ଆଜି ସେ ଖେଳ ସବୁ ବହୁତ ମିସ କରୁଛି l ଛୋଟ ବେଳେ ମନେ ଅଛିନା, ଶୀତୁଆ ସକାଳୁ ମା ଶାଗ ଖରଡି ଦେଉଥିଲା ତୁ ତୋ ନାନୀ ବଡଭାଇ ସବୁ ପୋଖରୀ ହିଡ଼ ରେ ଖରାରେ ବସି କେତେ ମଜା ନେଇ ଖାଉଥିଲ l ବାଡ଼ି ରୁ ପିଆଜ ସାଇଁ ଉପୁଡି ଡାଇରେକଟ ଗଛରୁ କଞ୍ଚା ଲଙ୍କା ତୋଳି ଖିଆ ହେଉଥିଲା l ଆହା କି ସମୟ ସେ ଥିଲା କହତ ତପୁ l ହେଲେ ମୁଁ ଆଜି ଖାଇବା ପାଇଁ ଟାଇମ ନାହିଁ l ପୋଖରୀ ହୁଡ଼ା ତ ସ୍ୱପ୍ନ... ଡାଇନିଂ ଡାଇନିଂ ଟେବୁଲ ରେ ମୁଁ ଖାଉଛି l ନା ମୁଢି ମୋତେ ମିଳୁଛି ନା ଶାଗ l କେବେ ଉପମା କେବେ ଦୋଷା ନହେଲେ କେବେ ପୋହା l ତୋ ସମୟ ର ସେ ମଜା ଆଉ କାହିଁ l ମୋର ପୁଅ ପାଖରେ ତୋତେ ବେଳେ ବେଳେ ଖୋଜେ , ହେଲେ ନା ନା କିଛି ମିଳେନି l ଆରେ ତୁ କେତେ ସରଳ ନିଷ୍କପଟ ଗାଉଁଲି ଥିଲୁ... ହେଲେ ମୋ ପୁଅ ବାପ ରେ ବାପ ଏମାନେ ମୋର୍ଡେନ୍ ଯୁଗ ର ସର୍ଡନ୍ ହିରୋ l ସ୍ମାର୍ଟ ସ୍ମାର୍ଟ ପିଲା ମାନେ l ସେମାନେ ତୋ ଭଳି ଟେଂକି ଡବଳ କି ଦହିହାଣ୍ଡି ଖେଳୁନାହାଁନ୍ତି ରେ ବାବୁ, ସେମାନେ ପବ୍ଜି, ଅଭେଞ୍ଜର, ଟେମ୍ପଲେ ରନ , ରବର୍ଟ ସୁପର, ସ୍ପାଇଡ଼ର ସୁପର ଆଉ କ'ଣ କ'ଣ କହିପାରିବିନି l ତୁ ସେତେବେଳେ ବାପା କିଛି କହିଲେ ଉତ୍ତର ଦେବା ଦୂରରକଥା ପାଟି ଫିଟାଉନଥିଲୁ l ହେଲେ ମୋ ପିଲା ମୁଁ ଏକ କହିଲେ ସେମାନେ ଦଶ କହୁଛନ୍ତି l ଦୁନିଆ ଯୁକ୍ତି ବି କରୁଛନ୍ତି l ବହୁତ କଷ୍ଟ ବି ଲାଗେରେ ତପୁ l

ତୁ କେତେ ସରଳ ନିରୀହ ଥିଲୁ କହିଲୁ l ତୋର ମନେ ଅଛି ନା ସ୍କୁଲ ରେ ଥରେ ମଣ୍ଟୁ ତୋତେ ପିଟିଥିଲା ତୁ ହାତ ନଉଠେଇ କାନ୍ଦି କାନ୍ଦି ଘରକୁ ପଳେଇ ଆସି ମାଆ କୁ କହିଥିଲୁ l ହେଲେ ସେ ସହାନଶିଳତା ଆଜି କାହିଁକି କେଜାଣି ନା ମୋ ପିଲା ପାଖରେ ଅଛି ନା ମୋ ପାଖରେ l ଥରେ ହସ୍ପିଟାଲ ର କ'ଣ ଗଣ୍ଡଗୋଳ ହେଲାଯେ ଆମେ ସାଙ୍ଗ ମାନେ ମିଶିକରି ରୋଗୀ ଲୋକ ମାନଙ୍କୁ କେତେ ପିଟି ପକେଇଲୁ l

ସତରେ ତପୁ କେତେଭଲ ଦିନ ଥିଲା ସେ ଦିନ ଗୁଡିକ ନୁହଁ l ସକାଳରୁ ସଂନ୍ଧ୍ୟା ଯାଏଁ ନା କିଛି ଟେନସନ ନା କିଛି ଦାୟିତ୍ୱ ବୋଧ, ନା କିଛି କର୍ତ୍ତବ୍ୟ ନା କିଛି ଲକ୍ଷ ସାଧନ l ବାସ ସକାଳୁ ଉଠିଲୁ ନିଜର ଧୂଳିଖେଳ ଆଉ ପାଠ ପଢା, ତାପରେ ରାତିରେ ନିଶ୍ଚିନ୍ତରେ ଶୋଇପଡିଲୁ l ହେଲେ ମୁଁ ଗୋଟେ ଉଚ୍ଚଆସନ ରେ ବସିଥିବା ଗୋଟେ ଅର୍ଦ୍ଧଦଗ୍ଧ ଖେଳନା l ସକାଳୁ ରୁ ରାତିଯାଏଁ କର୍ତ୍ତବ୍ୟ ର ଖଣ୍ଡାଧାର ଚାଲି ଚାଲି ଆଜି ମୁଁ ଥକି ପଡିଛି ରେ ତପୁ l ଦାୟିତ୍ୱ ବୋଧ ର ଜଞ୍ଜିର ଯେମିତି ମୋ ବେକକୁ ଶ୍ୱାସରୁଦ୍ଧ କରିପକାଉଛି l ମୋ ଉପର ଅଫିସର ମାନଙ୍କ ତାଗିଦ ଆଉ ତାଚ୍ଛଲ୍ୟ ଯେମିତି ମୋ ସ୍ୱାଭିମାନ କୁ ଖିନ୍ନ ଭିନ୍ନ କରିପକାଏ l

ତୋର ମନେ ଅଛି ନା ଡବ୍ ଡବ୍ କରି ଆଇସକ୍ରିମ ଵାଲା ଆସି ଗାଁ ମୁଣ୍ଡ ରେ ବଜେଇଲେ ମା ପାଖରୁ ଟଙ୍କାଟେ ନେଇ ନଡିଆ ବରଫ ନେଇ କେତେ ମଜାରେ ଖାଉ l ଆଜି ମୋ ଫ୍ରିଜରେ ପ୍ୟାକେଟ ପ୍ୟାକେଟ ଅମୁଲ ଆଇସକ୍ରିମ l ହେଲେ ସେ ଆଇସକ୍ରିମ ରେ କିଛି ବି ମଜା ନାହିଁରେ l ଏବେ ବି ସେଇ ନଡିଆ ବରଫ କୁ ଝୁରେ l

ତୁ ବହୁତ ଖୁସିରେ ଥିଲୁ ନାହିଁ l ଦହିହାଣ୍ଡି ଖେଳ, କବାଡି ଖେଳ

ଗୋଲି ଖେଳ, ସାଇକେଲ ଟାୟାର ଗଡେଇବା, ଲୁଚୁଲୁଚାଣୀ ଖେଳ, ପର୍ବ ପର୍ବାଣୀ ହେଲେ ଗାଁ ମହାଦେବ ମନ୍ଦିର ପାଖରେ ମେଲଣ, ମେଳାରେ ନାଗରଦୋଳି ଖେଳ, ଲୁଚିକି ତାସ ଖେଳି ମା ପାଖରୁ ମାଡ ଖାଇବା, ଆମ୍ବ ଚୋରି କରି ଗାଳି ଶୁଣିବା, ଗରମ ଦିନରେ ଘଣ୍ଟା ଘଣ୍ଟା ଗାଁ ପୋଖରୀ ରେ ଗାଧୋଇବା, ସତରେ କେତେ ଭଲ ଥିଲା ସେ ଦିନ ନା ତପୁ l ହେଲେ ମୁଁ ଖାଲି ଝୁରୁଛି ମୋର ସେଇ ଅତୀତକୁ l ମୋ ପାଖରେ ନା ଅଛି ତୋର ସେଇ ପିଲା ଖେଳ ନା ସାଥୀମେଳ ନା ଅଛି ଆମ୍ବ ତୋଟା ର ସୁଲୁସୁଲିଆ ପବନ ନା ମିଶିକରି ଗାଁ ପୋଖରୀ ର ମଜା , ନା ଅଛି ହାଇସ୍କୁଲ ମାଇନର ସ୍କୁଲ ର ଚପଳତା , ନା ଦୁଷ୍ଟାମୀ କରି ମାଆ ପାଖରୁ ମାଡ ଖାଇବାର ନିଆରା ଅନୁଭୂତି , ନା ଅଛି ସକାଳୁ ସଂନ୍ଧ୍ୟା ଆହେ ଦୟାମୟ ବିଶ୍ୱବିହାରୀ ଗୀତ ର ଅଫୁରନ୍ତ ଆନନ୍ଦ , ନା ଅଛି କମ୍ପିଟିସନ କରି ପାଠ ପଢ଼ିବାର ମଜା , ନା ଅଛି ଟିଂ ଟିଂ କରି ସାଇକେଲ ଚଢିବାର ମଜା l

କିଛି ନାହିଁ ରେ ତପୁ କିଛି ନାହିଁ ସବୁ କିଛି ହଜି ଯାଇଛି l ସବୁ ଭାସିଯାଇଛି ସମୟ ସୁଅ ରେ l ଆଜି ଉଚ୍ଚାସନ ରେ ବସିଥିବା ଏକ ରୋବର୍ଟ ମୁଁ l ଖାଲି ଆଦେଶ ପାଳୁଛି ଆଉ କେବେ ଆଦେଶ ଦେଉଛି l ତୋ ପାଖରେ ସେତେବେଳେ ଧନ ସମ୍ପତ୍ତି ଟଙ୍କା ସିନା ନ ଥିଲା ହେଲେ ଅଫୁରନ୍ତ ଖୁସି ଥିଲା l ହେଲେ ଆଜି ମୋ ପାଖରେ ଗାଡି, ବଙ୍ଗ୍ଲୋ ଫ୍ଲାଟ, କାର, ଅଭିଜାତ୍ୟ ସବୁ ଅଛି ହେଲେ ଟିକେ ଖୁସି ପାଇପାରୁନି ରେ ତପୁ l ଯେମିତି କର୍ତବ୍ୟ ର ଖଣ୍ଡା ମୋ ଉପରେ ଝୁଲୁଛି l ହସ୍ପିଟାଲ ରେ ସକାଳୁ ସଂନ୍ଧ୍ୟା ଷ୍ଟ୍ରେସ l ସହ ସହ ପେସେଣ୍ଟ ଦେଖିଆସିବା ପରେ ଭାବେ ଘର ଟିକେ ଶାନ୍ତି ରେ ନିଶ୍ୱାସ ମାରିବି, ହେଲେ ଘର ଷ୍ଟ୍ରେସ ଆହୁରି ବଳିଯାଏ l ଜାଣିଛୁ ତପୁ ଆମ ମାଡାମ ପୁରା ହିଟଲର l ଏଟା ନାହିଁ ସେଟା ନାହିଁ ଏଟା କାହିଁକି ହେଲାଣି, ଏଠି କାହିଁକି ଟଙ୍କା ଦେଲ , ଏତେ କାହିଁକି ଲେଟ ହେଲା ଆସିବାକୁ ଏମିତି କେତେ ପ୍ରଶ୍ନ ର ଉତ୍ତର ଦେଉ ଦେଉ ରାତ୍ରି ହେଇଯାଏ l ତୁ ବାପା ଙ୍କୁ ସେତେବେଳେ କେତେ ଡରୁଥିଲୁ ହେଲେ ଆଜି କାହିଁକି କେଜାଣି ବାପା ଙ୍କ ପ୍ରତି ସ୍ନେହ ଭଲପାଇବା କମିଯାଉଛି l ଦିନକୁ ଦିନ ମନ ଟା ମୋର ଜଟିଳ ହେଇଯାଉଛି l

ଜାଣିଛି ତପୁ ତୋ ଜାଗା କୁ ମୁଁ ତ ଆଉ ଯାଇପାରିବିନି l ତୋତେ ଖାଲି ଝୁରିହେବି l ବାପା ମା ତୋତେ ଯେମିତି ଭଲ ପାଉଥିଲେ ମୋତେ ସେମିତି ଆଉ ପାଉନାହାନ୍ତି l ଦିଦି ତୋର ଯେମିତି ଯତ୍ନ ନେଉଥିଲା ଏବେ ମୋତେ ଆଉ ସେମିତି ପଚାରୁନି l ମହାପୁରୁଷ ମାନେ କହିଛନ୍ତି ଅତୀତ କୁ ଅନୁଶୋଚନା କର ନାହିଁ କି ଭବିଷ୍ୟତ କୁ ଚିନ୍ତନ କର ନାହିଁ, ବର୍ତ୍ତମାନ ରେ ଚାଲିବା ଶିଖ l

ହେଲେ ମୁଁ ପାରୁନି ରେ ତପୁ l ଜାଣିଛୁ ସେଦିନ ଗାଁ କୁ ଯାଇଥିଲି ମାଧିଆ ଠାକାପ ଯାହା କୋଳ ରେ ତୁ କେତେ ବସିଛୁ, ମୋତେ କିଛି ସମୟ ଜିରାଫ ଭଳିଆ ଅନେଇଲା ଆଉ ପଚାରିଲା ତମେ କିଏ ସାହବ ? କାହାକୁ ଖୋଜୁଛ ?

କେଶୁଆ ଠାକାମା ଯିଏ ତୋତେ ମୁଣ୍ଡେଇ ମୁଣ୍ଡେଇ ବୁଲୁଥିଲା ମୋତେ ଦେଖି ମୁହଁ ମୁଡ଼ି ଚାଲିଗଲା l ତାହେଲେ ତୁ କହ କେମିତି ମୁଁ ମୋ ଅତୀତ କୁ ଖୋଜିବିନି ? ମୋତେ ଯେମିତି ମୋ ଅତୀତ ବାରମ୍ବାର ମୋ ହୃଦୟ ରେ କୁଠାର ଘାତ କରୁଛି l

ମୁଁ ଜାଣିଛି ତପୁ ।

ଭବିଷ୍ୟତ କେବେ ଜାଣିହୁଏନା

ସମୟ କେତେ ବାନ୍ଧିହୁଏନା

ସ୍ମୃତି କେବେ ଭୁଲି ହୁଏନା

ଆଉ ଅତୀତ କେବେ ଫେରି ପାଇ ହୁଏନା

ହେଲେ ବି ଏ ମନ ବୁଝେନା

               ଏ ମନ ବୁଝେନା........

ଇତି

ଉଚ୍ଚପଦବୀ ରେ ବସି ତୋତେ ଝୁରୁଥିବା

ତୋ ବର୍ତ୍ତମାନ l



Rate this content
Log in

More oriya story from DR SAMIR RANJAN BEHERA

Similar oriya story from Abstract