Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMALKUMAR DASH

Abstract Classics

3  

KAMALKUMAR DASH

Abstract Classics

ବଉଳ

ବଉଳ

1 min
235



ଦିନେ ଅଚାନକ ଦେଖା ହୋଇଗଲା ରିତାର ବଉଳ ଗୀତl ସହିତ | ବିଶ୍ୱାସ ହେଲାନି ତାର ଗୀତାକୁ ଦେଖି ତାଙ୍କ ଘର ସହରଠୁ ଏତେ ଦୂରରେ | ରିତା ପଚାରିଲା ଗୀତା ଆରେ ତୁ ଏଠି କେବେଠୁ ? ଗୀତା କହିଲା ଆରେ ମୋ ଝିଅ ଏଠି ରହୁଛି, ଗୋଟେ ଘର ନେଇଛି ତୁମ ଫ୍ଲାଟରେ | ଚାଲ ଘରକୁ ଯିବା କହି ଗୀତାକୁ ଭିଡି ନେଇଗଲା ତା ଘରକୁ | କଲେଜ ପଢିଲା ବେଳେ ଗୀତାର ବାହାଘର ହୋଇ ଯାଇଥିଲା | ହେଲେ ଗୀତାର ଶୂନ୍ୟ ହାତକୁ ଦେଖି ରିତା ମନରେ ଅନେକ ପ୍ରଶ୍ନ ଥିଲା | ଗୀତା କହିଲା ସେ ଇଂଜିନିୟର ଥିଲେ ହେଲେ ବାହାଘରର ୭ ବର୍ଷ ପରେ ତାଙ୍କର କ୍ୟାନ୍ସର ଡିଟେକ୍ଟ ହେଲା, ଆଉ ଦି ବର୍ଷ ପରେ ସେ ଚାଲିଗଲେ | ମୁଁ ଛୁଆ ଦିଟାଙ୍କୁ ଧରି ବହୁତ ହଇରାଣ ହୋଇଛି, ଏବେ ଝିଅ ବାହାଘର ପରେ ପୁଅ ବାଙ୍ଗାଲୋରରେ ରହୁଛି | ଏତକ କହି କାନ୍ଦି ପକାଇଲା ସେ | ରିତା ଆଖିରେ ବି ପାଣି ଆସିଗଲା | ଆଖି ପୋଛି ସେ କହିଲା ମୋ ଜ୍ୱାଇଁ ମିଲିଟାରୀରେ ତେଣୁ ଝିଅ ତା ପିଲା ମାନଙ୍କୁ ଧରି ଏଠି ଏକାରହୁଛି , ସେଗୁଡା ତାକୁ ବହୁତ ହଇରାଣ କରୁଛନ୍ତି, ସେଥିପାଇଁ ମୁଁ ବେଳେ ଏଠିକୁ ଚାଲି ଆସୁଚି | ଆଉ ତୁ ତୋ କଥା ଶୁଣା, ରିତା କହିଲା ମୋ ପୁଅ ବି ବାଙ୍ଗାଲୋରରେ, ଆମେ ଦି ଜଣ ଏଠି ଏଇ ଘରଟେ କିଣି ରହୁଚୁ | ଦେହ ଆଉ ଭଲ ରହୁନି କଣ କରିବା | ଗୀତା କହିଲା ଏତେ ଦିନ ପରେ ତତେ ଦେଖି ବହୁତ ଖୁସି ଲାଗୁଚି | ତା ପରେ ସେ ଉଠିଲା ତା ଝିଅର ରିଂ ଦେଖି | ରିତା କହିଲl ବଉଳ ଆସିଲେ ମୋ ଘରକୁ ଆସିବୁ, ଚାଲ ମୁଁ ତତେ ଛାଡି ଦେଇ ଆସିବି ସେ ବି ଉଠି ଠିଆ ହେଲା |


Rate this content
Log in

Similar oriya story from Abstract