ଫନି
ଫନି
ସମୁଦ୍ର ଝଡ଼ ଫନି । କିଏ ଫୋନି କୁହନ୍ତି । ନାମ ଯାହେଉନା କାହିଁକିନା କାମ ପ୍ରଳୟ ।ଜାଗତିକ ଲୀଳା ।ଆମ ଧନଜୀବନକୁ ଦୋହଲେଇ ଦେଇଛି ।ଆମେ ଜାଣିଛୁ ଅଟୋମ୍ବର ବା ନଭେମ୍ବର ମାସରେ ବାତ୍ୟା ହୁଅ ।ଏହି ଫନି ମେ ମାସରେ ଆସିବା ଆମପାଇଁ ଦୃଭାଗ୍ୟ ।ଏମିତି ବି ଜୁଲାଇ ବା ଅଗଷ୍ଟ ମାସରେ ବନ୍ୟାଯୋଗୁଁ ବହୁତ କ୍ଷତି ହୁଏ ବନ୍ଧ ଭାଙ୍ଗିପାଣି ଘରଭିତରେ ପଶେ ଜମିର ଫସଲନଷ୍ଟହୁଏ ।ଅଣ୍ଟାସିଧାସଳଖ ନହେବା ଭିତରେ ବାତ୍ୟା ହୁଏ ।ପବନ ଘର ,ଓ ଗଛ ମାନଙ୍କୁ ଭାଙ୍ଗିଦିଏ ।ଧନଜୀବନ ବହୁତ କ୍ଷତି ହୁଏ ।ପୁଣି ଫନି ବାତ୍ୟା ବାକିଥିଲା ।ବେଢିଉପରେ କୋରଡା ।ଓଡିଶା, ଭାରତ ର ଏକଦୃବଲ ରାଜ୍ୟ ।ପ୍ରତିବର୍ଷ ଖଣ୍ଡପ୍ରଳୟ ହୋଇ ଆମ ମେରୁଦଣ୍ଡଭାଙ୍ଗିଯାଇଛି । ଆଜି ପ୍ରଳୟ ଦିନ ।
୨୦୧୯ବର୍ଷ , ମୟ ମାସ , ୩ତାରିଖ, ଦିନ ପ୍ରାୟ ଦୁଇଟା ।ପ୍ରବଳତୋଫାନ ।ପୂର୍ବଉତ୍ତର କୋଣରୁ ପବନର ଗତି । ଦିନ ବାରଟା ରୁ ବିକଟ ଗର୍ଜନ କରି ପଶ୍ଚିମ ଦିଗରୁ ପବନ ବୋହୁଛି ।ଗଛଗୁଡିକ ତ୍ରାହିତ୍ରାହି ଡାକୁଛନ୍ତି ।ଖାଶୀ ହଣ।କୁ ଗଲାପରି ପବନପାଖରେ ଗଛନଇଁପଡୁଛନ୍ତି ।କାକୁତି ମିନତୀ ହୋଇ ଛାଡ଼ିଦେବାକୁ ନେହୁରା ହେଉଛନ୍ତି ।ପବନ ବେଖାତିରି ।ମୋ ବାଡିପଟ କେତୋଟି ଅବୃତଭଣ୍ଡ।ଗଛ ବଂଚିବାମଣି ପ୍ରାଣପଣେ ଚେଷ୍ଟ। କରୁଥିବାର ଦୃଶ୍ୟ ଝରକରେ ଦେଖିଲି ।ଏବେ ଗୋଟେ ଫୁଲ ଫୁଟିଥିବା ଚମ୍ପଗଛଟି ଯାହାକୁ ନେଇ ଭାବରେ କବିତାରଚନାକରିଥିଲି ତାକୁଦେଖି ନିରୁପାୟ ।ସତେଅବା ସେ ମତେଦେଖି ରକ୍ଷା କରିବାକୁ ହାତଯୋଡି କରୁଣାରେ ଡାକୁଛି ।ମୁଁ ହତଭାଗା ନିରୁପାୟ ।ଝାଂଜି ଖରାରୁ ବଞ୍ଚାଇବାକୁ ଯାଇ ନିତି ସଞ୍ଜ ସକାଳେ ଜଳଦେଉଥିବା ମୋର ବଦାନ୍ୟତା କୁ ଏମାନେ ଉପହାସ୍ୟ କରୁଛନ୍ତି ।ଧିକରେ ମଣିଷ ତୁ କେତେ ସ୍ୱାଥପର ।ନିଜେ ସୁରକ୍ଷିତରହି ଆମକୁ ହଣ। ମୁହଁରେ ଦେଖି ଚୁପ ରହିଛୁ । କଦଳି ଲଙ୍କାଗଛ କେତୋଟିର ଅବସ୍ଥା ଗୁରୁତର ।
ଉପରେ ଲୁହାକବାଟଟିର ସବ୍ଧଶୁଭିଲା ।ଛାତ ଉପରକୁ ଗଲି । ପବନସହିତ ବର୍ଷା । ପବନର ବେଗ ବଢିଯାଇଛି । ଦେଖିଲି ଦୁଇଟି ଛଡ଼େଇ ତାଜା ଉପରେ ଭୟରେ ବସିଛନ୍ତି । କାଳେ ମତେ ଦେଖି ଉଡି ବିପଦ ମୁହଁରେ ପଡିବେ କଡେଇ ଆସିଲି । ଭଲ କରି କବାଟ ଦେଲି ,ତଳକୁ ଆସିଲି । ଦେଖିଲି ମୋ ଝରକା ଦେଇ ପାଣି ଛାଟୁଛି ।ଝରକା ଦେବାକୁ ଦେଖିଲି ମୋ ଆଶାର ଗଛକେତୋଟି ମୁର୍ଦ୍।ର ପରି ଲୋଟିଯାଇଛନ୍ତି ଭୂମିରେ । ମୁଁ ନାଚାର ।ପ୍ରକୃତିଦାଉ ସାଜିଛି ହାତକାହାର ।
ଏବେ ପବନ ବର୍ଷା ପଶ୍ଚମପଟରୁ ।ପ୍ରବଲବତାସ ।ପଶ୍ଚମ ପଟ ଖୋଲା ଜାଗା ପବନ ପିଟୁଛି ।କେତୋଟି ଗଛ ଭୁଁମିରେ ତ ପାଣି ଝରକା ରନ୍ଦ୍ରଦେଇ ଘରକୁ ବହିଆସିଛି । ଉପର ଘର ପ୍ରସ୍ତୁତି ଚାଲିଛି ।ଝରକା କବାଟ ଲାଗିନାହିଁ ।ପାଣିଛ।ଟି ଉପରଘରଭିତରେ ସୁଅଛୁଟିଛି । ପବନର ବେଗ ପ୍ରାୟତିନିସହ ପାଖାପାଖି । ବାହାରେ କତୋଟି ଗଛ ଉପୁଡି ଡାଇ ଭାଙ୍ଗି ପଡିଛି ।ସମୟ ପାଞ୍ଚଟା ପୁଣି ରାତିକ ଅଛି ।
ପ୍ରକୃତି ପାଖରେ ମଣିଷ ଛେଳି ।ଜଳ ,ବାୟୁ, ଅଗ୍ନି,ଆକାଶ ଓ ଭୂମି ମହାଭୂତ । ସନ୍ତୁଳନ ରକ୍ଷା କରିବା କଥା ।ଏକପକ୍ଷରୁ କଲକରଖାନା ,ଯାନବାହନ, ଖାଦାନ, ବିଷାକ୍ତଗ୍ୟାସ ,କୀଟନାଶକଔଷଦ , ସୌଧନିର୍ମାଣ ,ଜାରୀ ଚାଲିଛି । ଅନ୍ୟ ପକ୍ଷରୁ ବୃକ୍ଷ ଛେଦନକରି ଜଙ୍ଗଲ ଲୋପହୋଇଆସୁଛି । ନୂତନ ଜଙ୍ଗଲ ସୃଷ୍ଟିକରି ପାରିନେ ହାଣିଚାଲିଚେ।ପରିଣତି ଆମକୁ ଭୋଗିବାକୁ ପଡ଼ିବ ।ପଶୁପକ୍ଷୀ ଜଙ୍ଗଲସଂପଦ ଅମଜୀବନର ଆଧାର ।
ପ୍ରତେକ ଲୋକ ତାର ଜୀବନକାଳର ଅନ୍ତତଃ ପକ୍ଷେ ପଚିଶଭାଗ ଗଛଲଗାଇବାକୁ ସରକାରୀ ନିର୍ଦେଶ ଜାରୀକରାଯାଉ ।ଜଣେ ଅସି ବର୍ଷ ବଞ୍ଚିଲେ କୋଡିଏଟି ଗଛଲଗାଇ ତାର ଯତ୍ନ ନେଉ । ସରକାର ପ୍ରତେକ ଗ୍ରାମରେ ତୋଟା ଗଠନ କରି , ଗଛ ଲଗାଇବାକୁ ବ୍ୟବସ୍ତା କରନ୍ତୁ । ନଚେତ ମଣିଷ ସମାଜ ଲୋପପାଇ ଯିବା ଅସମ୍ଭବ ନୁହେଁ । ଅକ୍ଷୟକୁମାର ଦାଶ ଜାରକା ଯାଜପୁର ।