Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMALKUMAR DASH

Abstract Drama

3  

KAMALKUMAR DASH

Abstract Drama

ମୁଁ ପାଗଳୀ ନୁହେଁ

ମୁଁ ପାଗଳୀ ନୁହେଁ

1 min
205


   କୋଣାର୍କ ଏକ୍ସପ୍ରେସ ମୁମ୍ବାଇ ଛାଡୁଥାଏ ,ଥାର୍ଡ଼ ଏସି ବଗିରେ ବହୁତ କମ ଲୋକ ଥିଲେ କରୋନା ଯୋଗୁଁ । ଜଣେ ଭଦ୍ର ମହିଳା ପ୍ଲାଟଫର୍ମରେ ଦୌଡ଼ି ଦୌଡ଼ି  ଆସି ଥାର୍ଡ଼ ଏସି ବଗିରେ ଚଢିଲେ । ସେ ବସିବାର ଅଳ୍ପ ସମୟ ପରେ ଗାଡି ଛାଡିଦେଲା । ସେ ଥରୁଥିଲେ ପାଖ ସିଟ୍ ରେ ବସିଥିବା ରାକେଶ ବାବୁ ପଚାରିଲେ ଦିଦି କଣ ହେଲା ଏତେ ଲେଟରେ କାହିଁକି ଆସିଲେ , କେଉଁଠିକି ଯିବେ ? ସେ କହିଲେ ମୋର ଆଜି ଯିବାର ନଥିଲା ହେଲେ ମୁଁ ଏଠି ପୁଅ ବୋହୁ ପାଖରେ ଆଉ ରହି ପାରିଲିନି ତେଣୁ ଘରକୁ ପଳାଇ ଯାଉଛି । ରାକେଶ ବାବୁ ପଚାରିଲେ କଣ ଭୁବନେଶ୍ୱର ଯିବେ ? ଟିକେ ରହି ସେ କହିଲେ ହଁ ଭାବୁଛି । ତାଙ୍କ ହାତରେ ଫୋନ ବି ନଥିଲା । ରାକେଶ ପଚାରିଲା ଦିଦି ଘରେ ନକହି ପଳାଇ ଆସିଛନ୍ତି ବୋଧେ , ପିଲାମ।ନଙ୍କୁ ଟିକେ କହିଦିଅନ୍ତୁ ସେମାନେ ଖୋଜୁଥିବେ । ସେ କାନ୍ଦି ପକାଇଲେ କହିଲେ, ମତେ କିଏ ଖୋଜିବେନି । ରାକେଶ କହିଲା ଆପଣ ମତେ ନମ୍ବର ଦିଅନ୍ତୁ ମୁଁ କହିଦେବି । ଟିକେ ପରେ ଦେବି କହି ସେ ମୁହଁ ମାଡି ବସିଗଲା ।

    ଟିଟି ଆସିଲା ପରେ ସେ କହିଲେ ମୋର ଟିକେଟ ନାହିଁ ମତେ ଗୋଟେ ଟିକେଟ ଦିଅନ୍ତୁ । କେଉଁଠି କି ଯିବେ ମାଡାମ ଟିଟି ପଚାରିଲା ? କହୁଛି କହି ସେ ରାକେଶକୁ ଡାକିଲେ ଓ କହିଲେ ଟିକେ ମୋ ଝିଆରୀକୁ ରିଂ କରିବେ ? ରାକେଶ ରିଂ କଲା ତାଙ୍କ ଝିଆରୀ ରିମା ଫୋନ ଉଠାଇଲା ,ସେ ମହିଳା ଜଣକ କହିଲେ ରିମା ମୁଁ ସିଲା ଆଣ୍ଟି କହୁଛି ତୁ ହାଇଦ୍ରାବାଦରେ ଅଛୁ ନା ? ସେ ହଁ କହିଲା ଓ କହିଲା ତମେ କେଉଁଠି ? ସିଲା ସବୁ କହିଲା ।ରିମା କହିଲା ତମେ ହାଇଦ୍ରାବାଦରେ ଓହ୍ଲାଇପଡ଼ ମୁଁ ତୁମକୁ ଷ୍ଟେସନରୁ ନେଇ ଆସିବି । ତାପରେ ସିଲା ହାଇଦ୍ରାବାଦ ଯାଏଁ ଟିକେଟ କଲା । ରିମା ମୁମ୍ବାଇ ଫୋନ କରି ସିଲାର ଘର ଲୋକଙ୍କୁ କହିଲା । 

     ସିଲା କୁ ଝର୍କା ପାଖ ସିଟ ମିଳିଗଲା ,ସେ ବାହାରକୁ ଚାହିଁ ବସିଥିଲା ଉଦାସ ଆଖିରେ । ଲୁହ ନଥିଲା ହେଲେ କୋହ ଭରି ରହିଥିଲା ମନରେ। ରାକେଶ ପଚାରିଲା ଦିଦି କଣ ପାଇଁ ଘର ଛାଡ଼ିଚାଲି ଆସିଲେ । ସିଲା କହିଲା ମୋ କଥା କେହି ବୁଝୁ ନଥିଲେ । ଯାହା କହିଲେ ପାଗଳୀ କହି ମତେ ଚିଡାଉ ଥିଲେ । ଭୁବନେଶ୍ୱରରେ ସାଙ୍ଗ ଭାଇ ବନ୍ଧୁ ସମସ୍ତଙ୍କୁ ଛଡ଼ି ଏଠି ବଂଚିବା ମତେ ଭଲ ଲାଗୁନଥିଲା ହେଲେ ମୋ ମିଷ୍ଟରଙ୍କୁ ମୁମ୍ବାଇ ଭଲ ଲାଗୁଚି । ମୁଁ କିଛି କହିଲେ ପାଗଳ ଡାକ୍ତରଙ୍କୁ ଦେଖାଇ ମତେ ଗୁଡ଼େ ମେଡ଼ିସିନ ଜବରଦସ୍ତି ଖୁଆନ୍ତି । ସେଗୁଡା ଖାଇଲା ପରେ ମୁଁ ମଲା ଭଳି ପଡ଼ିଯାଏ କିଛିଦିନ ନଖାଇ ନପିଇ । ସେଥିପାଇଁ  ମୁଁ ତାଙ୍କୁ ସବୁ ଛାଡି ଗାଡ଼ିରେ ଚଢ଼ିଗଲି । ରାକେଶକୁ ବି ସିଲା ପାଗଳୀ ଭଳି ଲାଗୁ ନଥିଲା । ରାତିରେ ଖାଇ ଶୋଇଗଲା ସେ । ତା ପରଦିନ ସକାଳ ୮ଟା ରେ କୋଣାର୍କ ସିକନ୍ଦରାବାଦରେ ପହଁଚିଲା । ରିମା ଓ ତାର ପତି ଷ୍ଟେସନରେ ଠିଆ ହୋଇଥିଲେ । ରାକେଶ ସିଲାକୁ ଗାଡ଼ିରୁ ଓହ୍ଲାଇବାରେ ସାହାଯ୍ୟ କଲା । ସିଲା ଗାଡ଼ିରୁ ଓହ୍ଲାଇବା ପରେ ରାକେଶକୁ ଧନ୍ୟବାଦ ଦେଲା । ରିମା ସିଲାକୁ କୁଣ୍ଢ।ଇ ପକାଇଲା । 

       


Rate this content
Log in

Similar oriya story from Abstract