ପଥ ପ୍ରଦର୍ଶକ
ପଥ ପ୍ରଦର୍ଶକ
ଶାନ୍ତିଲତା
ମିଶ୍ର, ରଚେଷ୍ଟର,ମିନେସୋଟା
*******************************
ଘରେ
ସ୍ତ୍ରୀ ଥାଉ ଥାଉ ପୁଅ ‘ଅମର’
ତା ଅଫିସରେ କୋଉ ଏକ ରମ୍ଭା କି ମେନକା ସାଥିରେ ପାର୍କ, ସିନେମା ଯିବାଟା ତାଙ୍କର ମୋଟେ ପସନ୍ଦ
ନୁହେଁକି ସେମାନଙ୍କ ସହିତ ବେପରୁଆ ଭାବେ ମିଳା ମିଶା ବି ସେ ଚାହାନ୍ତିନି l ତାହା ତାଙ୍କର ସହ୍ୟ କରିବାର ସୀମା ରେଖାର
ସମ୍ପୂର୍ଣ୍ଣ ବାହାରେ l କିନ୍ତୁ ପୁଅକୁ
ଦୋଷ ବି ଦେଇ ପାରୁ ନାହାନ୍ତି l ହଁ ମାନୁଛନ୍ତି
ଅମରକୁ ଗୋପୀନାଥ ବାବୁ ତା ନିଜ ପସନ୍ଦର ଝିଅକୁ ବାହା ହବା ପାଇଁ ସୁବିଧା ସୁଯୋଗ ଦେଇ ନଥିଲେ l
ସ୍ତ୍ରୀଙ୍କ
ଅସୁସ୍ଥତାର କାରଣ ଯୋଗୁ ଅମରକୁ ପଚିଶ ହଉ ନ ହଉଣୁ ଗୋପୀ ବାବୁ ତାଙ୍କର ଜଣେ ଦୂର ସମ୍ପର୍କୀୟ
ଭାଇର ଶଳାର ଝିଅକୁ ନିଜ ପସନ୍ଦରେ ବାହା କରେଇ ଦେଇଥିଲେ l
ଯିଏ କି ଘରର ଦାୟୁତ୍ବ ଶାଶୁର ଯତ୍ନ ଭଲ ଭାବରେ ନେଇ ପାରିବ l ବୋହୁ ଉଷା ଘରକୁ ଆସିଥିଲା ଦେବୀ ହୋଇ l କୌଣସି କାମରେ ବାହୁନି ବାର ନାହିଁ l ସତରେ ସେ କୌଣସି କାମ ରେ ହେଳା କେବେ କରି
ନଥିଲା l ‘ଶାଶୁ’ ତାଂକ ସ୍ତ୍ରୀ ପ୍ରମିଳା ଗଲା ପରେ ସେ
ଘରକୁ ପୁରା ସମ୍ଭାଳି ନେଇଥିଲା l
ଦଶ
ବର୍ଷର ବାହାଘର ପରେ ପୁଅର ଏପରି କାଣ୍ଡ କାରଖାନା ଯତେବେଳେ ସେ ତାଂକ ସାଗଂ ମହେଶ ବାବୁଙ୍କ ପୁଅ
ରମେଶ ଠାରୁ ଶୁଣିଲେ, ତାଂକ ମୁଣ୍ଡ
ଗରମ ହୋଇଗଲା l ନାତି ‘ଟୁନୁ’
ସହିତ ଖେଳିବା ବି ସେ ଛାଡିଦେଲେ l
ବୋହୁକୁ ଦେଖିଲେ ଆଖିରୁ ଲୁହ ଗଡିଗଲା l ବିଚାରି ବାପା ମା ନଥିବା ଝିଅଟା କକେଇ
ଖୁଡିଙ୍କ ପାଖରେ ବଢିଥିଲା l ଏଠି ବାପା ମା
ସ୍ବାମୀ ସନ୍ତାନ ପାଇ କେତେ ଖୁସିରେ ଦୀର୍ଘ ଦଶ ବର୍ଷ ବିତେଇ ସାରିବା ପରେ ଏକଥା ଶୁଣିଲେ ତାକୁ
କିପରି ଲାଗିବ l
ହଁ
ସେ ବି ମାନୁଛନ୍ତି ତାଂକ ବୟଷ ସମୟରେ ସେ ସବୁବେଳେ କିଛି ନା କିଛି ଏପରି କରିବାକୁ ଭାବୁଥିଲେ, ବହୁତ ପ୍ରକାର ସ୍ବପ୍ନ ଦେଖୁଥିଲେ l ବହୁତ ପ୍ରକାର ବିକୃତ ଚିନ୍ତାଧାରା ତାଂକ
ମୁଣ୍ଡକୁ ଆସୁଥିଲା l ତାଂକ ମତରେ
ଥିଲା ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ ବା ଦୁଇଟି ସ୍ତ୍ରୀ ରଖିବାର ଅଧିକାର ବା ଅନୁମତି
ମିଳିବା ଉଚିତ l ଜଣେ ଘରେ ରହି
ବାପ ମା, ଛୁଆ ପିଲା, ବନ୍ଧୁ ବାନ୍ଧବ ଯିବା ଆସିବା ଘରର ଭଲ
ମନ୍ଦ ହାନି ଲାଭ ବୁଝନ୍ତା lଆଉ ଜଣେ ତାଂକ ସହିତ ନିତି ସଜବାଜ ହୋଇ
ସିନେମା, ସର୍କସ, ପାର୍ଟି , ପାର୍କ କୁ ଯାଆନ୍ତା l
ଏପରି
ଏକ ଗୋପନ କାମନା ଯାହାକି କେବେ ସମ୍ଭବ ହୋଇ ନଥିଲା କି ହେବାର ସମ୍ଭାବନା ବି ନଥିଲା ସେପରି ଏକ
ଅଦମ୍ୟ କାମନାକୁ ନିଜ ଭିତରେ ବାନ୍ଧି ରଖି ବହୁ ବର୍ଷ ଯାଏ ପାଳନ ପୋଷଣ କରି ସେ ରଖିଥିଲେ l କେବଳ ଏକ ମିଠା ସ୍ବପ୍ନରେ ଅମୋଦିତ
ହେଉଥିଲେ l ଏପରି ହେଲେ
କେତେ ଭଲ ହୁଅନ୍ତା l କିନ୍ତୁ ସେ
ଦୁର୍ବାର କାମନାକୁ ସେ କେବେ କାର୍ଯ୍ୟକାରୀ କରି ନାହାନ୍ତି କି ସେପରି କରିବାର ଦୁସାହାସ କରି
ନାହାନ୍ତି l
ପୁଅ
ଅମର କିନ୍ତୁ ତାଙ୍କୁ ବହୁତ ପଛରେ ପକେଇଦେଇ ବହୁ ଆଗକୁ ଚାଲିଗଲା l ବାପଠୁ ପୁଅ ବହୁ ଆ ଗରେ ରହିଲେ ଭଲ ଲାଗେ
ସତ l ଏ କଥା ସେ
ପ୍ରମାଣ କରିଦେଲା ହେଲେ ଭଲ କାମରେ ହେଲେ କିଛି କରି ଆଗେଇ ଯାଇ ଥାନ୍ତା ତେବେ ତାଂକ ମନରେ ଦୁଖ
ନହୋଇ ଖୁସି ଲାଗିଥାନ୍ତ l
ବୋହୁ
ଆଗରେ ତାଙ୍କୁ ବହୁତ ସଂକୁଚିତ ଲାଗୁଛି l ସେ
କିଛି ଜାଣିନି ସତ ତଥାପି ସେ ନିଜକୁ କ୍ଷମା କରି ପାରୁ ନହାନ୍ତି l ତାଙ୍କରି କଥାକୁ ବିଶ୍ବାସ କରି ତାର କକେଇ
ଖୁଡି ତାକୁ ବାହା ଦେଇଥିଲେ ଏ ଘରେ l ନା, ଭାବି ବସିଲେ ସମୟ ନଷ୍ଟ କରିବା ସାର ହେବ l ଲେଡିଗୁଡ କହୁଣିକି ଚାଲିଗଲା ପରେ ତାକୁ
ଆୟତ କରିବା ସମ୍ଭବ ହବ ନାହିଁ l ତାଙ୍କୁ ହିଁ
କିଛି କରିବାକୁ ହେବ l କିଛି ସମାଧାନର
ରାସ୍ତା ଖୋଜିବାକୁ ହେବ l ପୁଅକୁ ଅନେକ
ଥର ସିଧା ସଳଖ ନକହି ବୁଲେଇ ବକେଂଇ ସତର୍କ କରିଛନ୍ତି ସତ କିନ୍ତୁ ତାଙ୍କୁ ଲାଗୁନି ପୁଅ ତାଂକ
କଥାକୁ କାନରେ ପୁରେଇଛି ବୋଲି l
ଆଜି
ସେ ନିଜକୁ ଧନ୍ୟବାଦ ଦିଅନ୍ତି ସେ ତାଂକ କାମନାକୁ ଅଗ୍ରାଧିକାର ନଦେଇ ସମାଜ ବାପ ମା ଏମାନଙ୍କ
ଇଛାକୁ ସମ୍ମାନ ଦେଇଥିଲେ l ସେଥି ପାଇଂ ତାଙ୍କ
ସଂସାରର ଗାଡି ସୁରୁଖୁରୁରେ ଏ ପର୍ଯ୍ୟନ୍ତ ଗଡି ଆସିଛି l
ପୁଅ ବିଷୟରେ ସେ ବହୁତ କଥା ରମେଶ ଠାରୁ ନିତି ଶୁଣୁଛନ୍ତି l
ଦିନେ
ପୁର୍ବ ଯୋଜନା ଅନୁଯାୟୀ ଗୋପନରେ ଅମର ତା ମହିଳା ବାନ୍ଧବୀଙ୍କ ସହିତ ପାର୍କରେ ବୁଲୁଥିବା ସମୟରେ
ସେ ରମେଶ ଠାରୁ ଫୋନ୍ ପାଇ ସିଧା ପାର୍କରେ ହାଜର l କୌଣସି
ପ୍ରକାର ପରିଚୟ ଆଦାନ ପ୍ରଦାନର ଅବତାରଣା ନକରି ସିଧା ସଳଖ ଆକ୍ରମଣ କଲେ “ ତମେ ଜଣେ ବିବାହିତ ଗୋଟିଏ ପୁଅର ବାପା
ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛା l ଲଜ୍ୟ|, ଆତ୍ମସମ୍ମାନ ଜ୍ଞାନ କିଛି ତମର ଅଛି ନା
ନାହିଁ l ସେପରି ଲୋକକୁ
ବିଶ୍ବାସ କରିବା ଉଚିତକି ତମର l ସେ ବି ଯଦି
ତୁମ ସହିତ ସେପରି ବ୍ୟବହାର କରେ କିଛି ଦିନ ପରେ ତୁମକୁ କିପରି ଲାଗିବ l ନକରିବ ବୋଲି କିଛି ଗ୍ୟାରେଣ୍ଟି ବି
ନାହିଁ ଯିଏ ନିଜ ବିବାହିତ ସ୍ତ୍ରୀ ସହିତ ଦଶ ବର୍ଷ ଘର ସଂସାର କରି ସାରିଲା ପରେ ଆସି ଏତେ ନିର୍ଲ୍ଲଜ
ଭାବରେ ତମ ସହିତ ମିଳା ମିଶା କରି ପାରୁଚି ତା ସହିତ ସବୁ ସମ୍ଭବl ତୁମେ ମୋ କଥାରେ ରାଜି ହେବ ବୋଲି ମୁଁ
ଭାବୁଛି l
“ ହଁ ମୁଁ କିଏ ! ତୁମକୁ ଏକଥା କହିବାକୁ l ମୋର ପରିଚୟରେ ମୁଁ ଏତିକି କହିବି, ଦୁର୍ଭାଗ୍ୟରେ ମୁଁ ଏ ଭଦ୍ର ବ୍ୟକ୍ତିଙ୍କର
ବାପା, କ୍ଷମା କରିବେ
ମୋର ଅନଧିକାର ହସ୍ତକ୍ଷେପ ଯୋଗୁ ତୁମ ମାନଙ୍କ ବାର୍ତ୍ତାଳପରେ l ତାପରେ ସେ ଏତକ କୌଣସି ପୂର୍ଣ୍ଣଛେଦ
ନପକେଇ, ଏକ ନିଶ୍ବାସରେ
କହି ସେ ସ୍ଥାନ ପରିତ୍ୟାଗ କରିଥିଲେ l
ଘରକୁ
ଫେରିଥିଲେ ଏକ ଭାବି ଘମାଘୋଟ ଯୁଧ୍ୟର ଆଶଂକା ନେଇ l କିନ୍ତୁ
ସେପରି କିଛି ହେଲା ନାହିଁ l ପୁଅ ସେଦିନ
ବହୁତ ଡ଼େରିରେ ଘରକୁ ଫେରିଥିଲା l ସ୍ତ୍ରୀ
ତାର ଘର ଦ୍ବାରା ଏପଟ ସେପଟ ହୋଇ ବହୁତ ସମୟ ଯାଏ ଚାହିଁ ଥିଲା l ସେ ନିଶ୍ଚିନ୍ତ ନିଦରେ ଶୋଇ ଥିବାର ଛଳନା
କରି ପୁଅର ଆଗମନକୁ ସେ ବି ଅପେକ୍ଷା କରିଥିଲେ l
ପୁଅ
ଘରକୁ ଫେରିଥିଲା ରାତି ଦୁଇଟା ଉପରେ ହୋଇ ଯାଇଥିଲା ବୋଧେ ଏବଂ ସକାଳୁ ଗୋପୀ ବାବୁ ଉଠିବା
ପୁର୍ବରୁ କାମକୁ ଚାଲି ଯାଇଥିଲା l ସେ
ବି ଜାଣି ଜାଣି ବେଶ ଡ଼େରିରେ ଉଠିଥିଲେ ସେଦିନ l କିଛିଦିନ
ଘରର ବାତାବରଣ ଗୁମସୁମ୍ ହୋଇ ରହିଥିଲା l କେହି
କାହା ମୁହଁକୁ ଭଲରେ ଚାହୁଁ ନଥିଲେ କାହା ସହିତ କାହାର କଥା ବାର୍ତ୍ତା କିଛି ହଉ ନଥିଲା l
ମାସେ
ଉପରେ ଏମିତି ବିତି ଯାଇଥିଲା l ସେଦିନ ଗୋପୀ
ବାବୁ ପ୍ରଥମେ ମୁଂହ ଖୋଲିଲେ l ଆରେ ପିଲାମାନେ
କାଲି ଟୁନୁର ଜନ୍ମ ଦିନ ସକାଳୁ କାଲି ମନ୍ଦିର ଯାଇ ଦେବ ଦର୍ଶନ କଲେ କିପରି ହୁଅନ୍ତା l ତାକୁ ଭଗବାନ୍ ସଦବୁଦ୍ଧି ଦିଅନ୍ତୁ ସେଇ
ପ୍ରାର୍ଥନା କରନ୍ତେ l ଆଜି କାଲି ସବୁ
ମିଲୁଚି କିନ୍ତୁ ସଦବୁଦ୍ଧି ସତ ପଥରେ ଯିବାଟା ମିଳୁନି l
ପଥ ପ୍ରଦର୍ଶକ ମାନେ ନିଜେ ପଥ ହୁଡି ଯାଉଛନ୍ତି l
ବୋହୁ
ଉଷା କିଛି ବୁଝି ନପାରି ଏକ ପ୍ରଶ୍ନିଳ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଲା l କିନ୍ତୁ ସେ ଠିକ୍ ଭାବେ ଜାଣିଥିଲେ ତାଙ୍କ
କଥାର ମହତ୍ବ ବୁଝିବା ଲୋକେ ଠିକ୍ ବୁଝି ଯାଇ ଥିବେ l ଆଉ
ବିଶେଷ ଅନୁଶୀଳନର ଆବଶ୍ୟକତା ନାହିଁ l
କିଛି
କ୍ଷଣର ନିରବତା ପରେ ଅମର ମୁହଁ ଖୋଲିଥିଲା ଓ କହିଥିଲା ହଁ ନିଶ୍ଚୟ ଯିବା l କଣ କହୁଛ ଉଷା ତମେ ଶୀଘ୍ର ରେଡି ହୋଇ
ପାରିବ ତ ଟୁନୁକୁ ରେଡି କରି ସକାଳୁ ସକାଳୁ l ମତେ
ମନ୍ଦିରରୁ ଫେରିଲା ପରେ ଅଫିସ୍ ଯିବାର ଅଛି l ଏକଥା
ଅମର ମୁହଁରୁ ଶୁଣିବେ ବୋଲି ଏତେ ଶୀଘ୍ର ଗୋପୀନାଥ ବାବୁ ଆଶା ରଖି ନଥିଲେ l ସେ ସେମାନଂକ ମୁହଁରୁ କିଛି ଶୁଣିବା
ଆଶାରେ ହିଁ ଏପରି ଏକ ପ୍ରସ୍ତାବ ରଖିଥିଲେ l ତାଂକ
ଅବ୍ୟର୍ଥ ଔଷଧ ଟା କାମ କଲାକି ନାହିଁ ମଧ୍ୟ ସେ ଜାଣିବାକୁ ଚାହୁଁଥିଲେ l ସେ ବହୁତ ଖୁସି l ଜଣା ପଡୁଛି ଔଷଧ ଟା ଠିକ୍ କାମ କରିଛି l
ଷାଠିଏ
ଉପରକୁ ଗଲା ପରେ ମଣିଷର ଜ୍ଞାନ ଉଦୟ ହୁଏ l ସେତେବେଳକୁ
ସେ ଜ୍ଞାତ ବା ଅଜ୍ଞାତରେ ହେଉ ଅନେକ କିଛି କୁକର୍ମ ଅକର୍ମ କରି ସରିଥାଏ l ଅନୁତାପ କେବଳ ସାର ହୁଏ lକିନ୍ତୁ ଯୁବ ଅବସ୍ଥାରେ ଯାହା ସବୁ ସେ
ଭାବେ ବା କରେ ତାକୁ ସେସବୁ ସବୁବେଳେ ଠିକ୍ ବୋଲି ହିଁ ଲାଗେ l କଣ କରିବ ସେ l କେହି ସୁପଥ ଦ୍ରଷ୍ଟା ହିଁ କେବଳ ସହାୟ ସେ
ମିଛ ଦୁର୍ବାର କାମନାର ନଦୀକୁ ପାର କରେଇ ଦେବା ପାଇଂ lଗୋପୀ
ବାବୁ ସେଇଆ ହିଁ କରିଥିଲେ ମାତ୍ର l
*************************************************************