Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଜଳଖିଆ

ଜଳଖିଆ

2 mins
222


ରୋଷେଇ ଘରୁ ମାଧବୀ ନିଜେ ନିଜେ ଧିରେ ଧିରେ ପାଟି କରି କ'ଣ ସବୁ କହି ଚାଲିଥାନ୍ତି , ସବୁଦିନ କେତେ ନୁଆ ନୁଆ ଜଳଖିଆ ତିଆରି କରିବୁ, ଜଳଖିଆ ନିୟମିତ ତିଆରି କରିବା ଭାରି ଚିନ୍ତାରେ ପକାଉଛି , କ'ଣ କରିବୁ ଯେ, ବାପା ମାଆଙ୍କର ସହ(ଶଶୁର ଓ ଶାଶୂ) ଜଳଖିଆ ଗୋଟେ ପ୍ରକାର, ଆମ ବାବୁଙ୍କର ଜଳଖିଆ ଆଉ ଗୋଟେ ପ୍ରକାର, ଛୁଆ ମାନଙ୍କର ଜଳଖିଆ ତ ଭିନ୍ନ ପ୍ରକାରର, କାହାର ଆଧୁନିକ ଜଳଖିଆ ତ କାହାକୁ ଦେଶୀ ଜଳଖିଆ ପସନ୍ଦ, ଏତେ ପ୍ରକାରର ଜଳଖିଆ କେତେ ତିଆରି କରିବୁ, ଭାତ ତରକାରୀ ରାନ୍ଧଣାରେ ଯେତେକ କଷ୍ଟ ନଥାଏ, ତାଠାରୁ ଅଧିକ ଝାମେଲା ସମୟ ଜଡ଼ିତ ଥାଏ ଏହି ଆଧୁନିକ ଜଳଖିଆ ତିଆରି କରିବାରେ। ଆମ ପିଲାଦିନର କଥା ମନେ ପଡିଲେ ମୋତେ ଭାରି ଅଡ଼ୁଆ ଅଡ଼ୁଆ ଲାଗେ। ମନେ ମନେ ଏମିତି କଥା କହୁ କହୁ ସବୁ ପ୍ରକାରର ଜଳଖିଆ ସକାଳୁ ଉଠି ତିଆରି କରିସାରିଥାନ୍ତି ମାଧବୀ, ରାଜେଶ ବାବୁ ବିଛଣାରୁ ଉଠି ପଡ଼ି ସିଧା ମୁଁହ ହାତ ନ ଧୋଇ ରୋଷେଇ ଘରକୁ ପଶି ଯାଆନ୍ତି, ଆହାଃ କି ବାସ୍ନା ମୋ ମାଧବୀ! ଆଜି ଜଳଖିଆରେ କ'ଣ କରିଛ କି? ସବୁଦିନ ତାଲିକାରେ ଯାହା ଜଳଖିଆ ଥାଏ, ସେଇଟା ହିଁ ହେଇଛି।ଏମିତି କାହିଁକି କହିଲ! କ'ଣ ରାଗିଛ କି? ନା ଏଥିରେ ରାଗିବାର କ'ଣ ଅଛି, ତମେ ପଚାରିଲ ମୁଁ କହିଲି, ଆଛା ଆଛା। ସତରେ ଆଜି ଭାରି ବାସ୍ନା ହଉଛି , ଆଜି ଇଟିଲି-ଦୋସା ହେଇଛି କି? ହଁ ହେଇଛି, ତାହେଲେ ମୁଁ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଜଳଖିଆ କରିବା ଉଚିତ। ତମେ ଖାଲି ନିଜ କଥା ଚିନ୍ତା କରୁଛୁ , ସମସ୍ତଙ୍କ କଥା ଟିକିଏ ଚିନ୍ତା କର। ପିଲା ମାନେ ଉଠିବେ ମୋତେ କେତେ କଥା ପଚାରିବେ, ସମସ୍ତେ ଥରେ ଥରେ ଆସି ପଚାରିଲେ, ମା ମୋ ପାଇଁ ସୁଜି ଉପମା କରିଛ? କିଏ କହିବ ମୋର ପରଟା କରିଛ? କିଏ କହିବ ମୋର ସିମେଇ ଉପମା କରିଛ? କେତେ ପ୍ରଶ୍ନ କିଏ ଉତ୍ତର ଦେବ? ଆମ ପିଲାଦିନେ ଆମେ ମୁଢ଼ି ଚୁଡ଼ା ଜଳଖିଆ ନିଜେ ତିଆରି କରି ଖାଉଥୁଲୁ , ସେସବୁ ନଥିଲେ ପଖାଳ ଭାତ ସହିତ ଖଟା ପିଆଜ ଖାଇବାକୁ ପଡୁଥିଲା, ଆଜି କି ସମୟ ହେଲା ଯେ ଆଧୁନିକ ଜଳଖିଆ ଖାଇବାକୁ ପସନ୍ଦ, ସେ ପୁଣି ଭିନ୍ନ ଭିନ୍ନ ରୁଚିରେ, ଭିନ୍ନ ଭିନ୍ନ ସମୟରେ । ହଁ ଠିକ୍ କଥା କହିଲ ମାଧୁରୀ, ଖାଲି ତମେ ନୁହଁ ମୁଁ। ବି ମୋ ପିଲା ବେଳେ ମୁଢ଼ି ଚୁଡ଼ା ଖାଉଥିଲି, ଆଜି ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି। ଆଜି କାଲି କୁଣିଆ ବନ୍ଧୁ ଯଦି ଆସିଲେ ସାଙ୍ଗେ ସାଙ୍ଗେ ପାଖ ଛକ ଦୋକାନ ରୁ ତେଲ ଭାଜି ଆଉ ଲେମ୍ବୁ ସର୍ବତ ପରିବର୍ତ୍ତେ ମୃଦୁ ପାନୀୟ ଦେଇ ବନ୍ଧୁ ଚର୍ଚ୍ଚା କରିବାକୁ ପଡ଼ିଥାଏ। ସମସ୍ତେ ବ୍ୟସ୍ତ, କାହାରି ପାଖରେ ସମୟ ନାହିଁ, ପିଲା ମାନଙ୍କୁ ମୁଢ଼ି ଚୁଡ଼ା ଭଲ ଲାଗୁନାହିଁ, ସକାଳୁ ସକାଳୁ ଫାଷ୍ଟ ଫୁଡ୍ ଖୋଜିବେ ଖାଇବାକୁ। କିଛି ଲୋକ ତ ଦିନ ଦଶଟା ରେ ବିଛଣା ଛାଡନ୍ତି, ଉଠନ୍ତି ନିଜ କାମରେ ଚାଲି ଯାଆନ୍ତି, ତାଙ୍କର ଜଳଖିଆ ଦରକାର ପଡେନାହିଁ, ଗାଁ ମାନଙ୍କରେ ଜଳଖିଆ ର ମାନେ କିଛି ନଥାଏ, କିଏ ଖାଇଲା କିଏ ନ ଖାଇଲା କିଛି ଫରକ ପଡେନାହିଁ, ମାଧବୀ ତମେ ତ ଜଳଖିଆ ତିଆରି କରି ଦେଉଛି କେତେ ବଡ଼ କଥା, କିଛି ଘରେ ତ ଜଳଖିଆ ରେ ଆଧୁନିକ ଢାଞ୍ଚା ଦେଖିବାକୁ ମିଳେ, ରାଜେଶ ବାବୁ କହିଲେ, ଡାକ୍ତର ମାନେ କହନ୍ତି , ସକାଳ ଜଳଖିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହିତକର, ଜଳଖିଆ ଯେମିତି ହେଉନା କାହିଁକି ସ୍ବାସ୍ଥ୍ୟ ପାଇଁ ଉଚିତ ହେବା ଦରକାର। ତମେ ତ ଏତେ କଥା କହିଲ, ହେଲେ କାହାକୁ ଫରକ ପଡିବ କି ନାହିଁ ସମୟ କହିବ। 


Rate this content
Log in

Similar oriya story from Abstract