Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତିମ ପର୍ଯ୍ୟାୟ
ଅନ୍ତିମ ପର୍ଯ୍ୟାୟ
★★★★★

© Pratima Das

Inspirational Tragedy

5 Minutes   222    4


Content Ranking

ପ୍ରତିମା ଦାସ

ଅହଂକାର, ଅଭିମାନ ଓ ଗର୍ବ ତିନୋଟି ଶବ୍ଦର ଆନୁମାନିକ ତଥା ଧାରଣାମୂଳକ ଅର୍ଥ ପ୍ରାୟ ଏକା ଲାଗୁଥିଲେବି ଏହାର ଅର୍ଥ ସମାନ ନୁହେଁ କିମ୍ବା ଏହି ତିନୋଟି କ୍ରିୟାର ପରିଣାମ ବି ସମାନ ନୁହେଁ। ଗର୍ବ କରିବା ଭଲ। ନିଜକୁ ବା ଯାହାକୁ ତୁମେ ପ୍ରେମ କରୁଛ ତା ଖୁସିରେ ଖୁସି ନିହାତି ହେବା ଦରକାର, ଅବଶ୍ୟ ଏ ଖୁସି ବହୁତ ଲୋକଙ୍କ ଚକ୍ଷୁଶୀଳ ହୋଇଥାଏ, ତେଣୁ ରକ୍ଷଣଶୀଳ ଲୋକ ଭାବିଚିନ୍ତି ଖୁସିର ରୂପାନ୍ତର ଗର୍ବକୁ ପ୍ରକଟ ସହଜରେ କରନ୍ତିନାହିଁ ଆଉ ଅଧିକାଂଶ ଗଦ୍ ଗଦ ହୋଇ ପ୍ରକାଶ କରିଦିଅନ୍ତି (ମୁଁ ଗଦ ଗଦ ହୋଇ ପ୍ରକାଶ କରିଦେବା ଗ୍ରୁପରେ ଯାଏ) । ନିଜର କିମ୍ୱା ନିଜ ପ୍ରିୟ ଲୋକର ସଫଳତା ମଣିଷକୁ ସମୟେ ସମୟେ ଆତ୍ମହରା କରିଦିଏ ଫଳତଃ ତାର ଅଭିମାନ ଆସେ ନିଜ ସଫଳତାକୁ ନେଇ। ଏ ପର୍ଯ୍ୟନ୍ତ ଠିକ୍ ଚଳିବ ମଧ୍ୟ କିନ୍ତୁ ମଣିଷ ଆଉ ଟିକେ ଯଦି ଆଗକୁ ଚାଲିଗଲା । ଭାବିଦେଲା ଯେ ସେ ହିଁ ଏ ସବୁ କେବଳ କରିପାରେ, ଅନ୍ୟମାନେ ତା ନିଜ ଆଗରେ ତୁଛ୍, ଅନ୍ୟକୁ ହେୟ ଜ୍ଞାନ କରିବା ଆରମ୍ଭ କରିଦିଏ। ପରିଣାମ ସ୍ବରୂପ ତାର ରସାତଳକୁ ଯିବାର ବାଟ ସଫା ହୋଇଯାଏ।

ଏହି ହେତୁ ଞାନୀ ଗୁଣୀ ମାନେ ପ୍ରଥମରୁ ସାବଧାନ ହେବା ପାଇଁ କୁହନ୍ତି । କାରଣ ସୁଅ ମୁହଁର ପତର ମଣିଷର କେତେବେଳେ ଗର୍ବ -ଅଭିମାନକୁ ଓ ଅଭିମାନ -ଅଂହକାରକୁ ରୂପାନ୍ତରିତ ହୋଇଯାଏ ସେ ବୁଝିପାରେନା। ବଡ ଆଶ୍ଚର୍ଯ୍ୟ କଥା ଉପରୋକ୍ତ ତିନୋଟି କ୍ରିୟାର ବୀଜ ଏକ -.ତାହା ପ୍ରେମ।

ଯିଏ ପ୍ରେମକୁ ଲଗାମ ଦେଇ ରୂପାନ୍ତରକୁ ନିୟନ୍ତ୍ରଣ କରି ପାରିଲା ସେ ଏକ ସଫଳ ମଣିଷ ହୋଇଯାଏ। ଏଭଳି ଏକ ସୁନ୍ଦର ତାର୍କିକ ଆଲୋଚନା ବୈଠକ ଘରୁ ସୀତାଦେବୀଙ୍କ କାନରେ ଗୋଟି ଗୋଟି ହୋଇ ପଡୁଥିଲା। ଲାଗୁଥିଲା ବୋହୁ ପଦ୍ମଜା ଏ କଥାଟି ଜାଣିଶୁଣି, ତାଙ୍କୁ ଶୁଣେଇ ଶୁଣେଇ କହୁଛି। କହୁ ଦୀର୍ଘ ତିନି ଦଶନ୍ଧି ଧରି ତ ତାକୁ ହେୟ ମଣି ଆସିଛନ୍ତି। ଯାର ଫଳ ସ୍ୱରୂପ ବୋଧେ ଏମିତି ନର୍କ ଯନ୍ତ୍ରଣାରୁ ମୁକ୍ତି ମିଳୁନି। ଏ ଅନ୍ତିମ ପର୍ଯ୍ୟାୟରେ ବୋହୁ ପ୍ରତି ଘୃଣା ହେୟଭାବ ଆଉ ନୁହେଁ । ବ୍ରେନ ଷ୍ଟ୍ରୋକ ହୋଇ ଆଖିକୁ ଆଉ ବିଲକୁଲ୍ ଦେଖାଯାଉନି କେବଳ କାନକୁ ଶୁଭୁଛି।

ଅଲିଅଳ ଡାକ୍ତର ପୁଅ ପାଇଁ ଖୋଜି ଖୋଜି ବାପାମା ବୋହୂ ଆଣିଥିଲେ। ପରକୁ ଆପଣାର କରିବା କଳାଟି ବୋହୁ ଭଲ ହାସଲ କରିଥିଲା। ଫଳତଃ ଘରର ପୋଷାବିଲେଇଠୁ ଗାଈଗୋରୁ, ଦୁଃଖିରଙ୍କୀ, ଯୋଗୀଭିକାରୀ ସମସ୍ତଙ୍କ ମୁହଁରେ ବୋହୁର ଖୁବ୍ ପ୍ରଶଂସା। ଶଶୁରଙ୍କର ଗୋଡ ତଳେ ଲାଗେନି। କିନ୍ତୁ ଏ ଖୁସି ପଦ୍ମଜା ଅଧିକ ଦିନ ପାଇପାରିଲେନି। ଅହରହ ବୋହୂ ବିରୋଧୀ ଶାଶୁ ଇର୍ଷା ଆଉ ଛୋଟ (ଗରୀବ) ଘରର ଝିଅ ବୋଲି ନାନା କୁସ୍ଚାରଟନାରେ ବୋହୂକୁ ନୟାନ୍ତ କରିବାରେ ଲାଗିଲେ। କାହିଁକି ଶାଶୁ ଅଶାନ୍ତି ବୋହୂ ପଦ୍ମଜା କାରଣ ଖୋଜିଲେ। ବାପା କହିଥିବା ମୁତାବକ ଜିନିଷ ଦେଇ ପାରି ନାହାନ୍ତି ଏବଂ ନିଜର ନିପୁଣତା, କର୍ମକୁଶଳତା, ଭଲପାଇବା ଶୈଳୀ, ରୋଷେଇ ବାସକଳାର ଢେର ଢେର ପ୍ରଶଂସକ ଘରେ ସାହିରେ ଖୁବ୍ ଜଲଦି ସୃଷ୍ଟି ହୋଇ ଯାଇଥିଲେ। ଶଶୁରତ ପ୍ରଶଂସକ ଥିଲେ କିନ୍ତୁ ତାଠୁ ବଡ ପ୍ରଶଂସକ ଥିଲେ ନିଜ ସ୍ବାମୀ। ରାତିରେ ସମସ୍ତ କାମ ସାରି ଶାଶୁଶଶୁରରଙ୍କୁ ଘଷାମୋଡ଼ା କରି ଶୋଇବାକୁ ଗଲାବେଳକୁ ଖୁବ୍ ସ୍ନେହରେ ସ୍ବାମୀ ଅପେକ୍ଷାରେ ଥାନ୍ତି । ଆନନ୍ଦରେ କୋଳକୁ ଟାଣି ନେଇ ପଚାରନ୍ତି ଏଇ.... ପଦ୍ମଜା କେଉଁଥିରେ ତୁମେ ଗଢା ! ଥକୁନ କିପରି?? ଏତିକି କଥାରେ ପଦ୍ମଜାଙ୍କ ସାରା କ୍ଲାନ୍ତି କୁଆଡେ ଚାଲିଯାଏ। ମୋର ଗୋଟେ ନିଦ ଭାଙ୍ଗିଲାଣି ସକାଳୁ ସେମିତି ଖଟୁଛ। ମେଡିକାଲ ପଢିଥିଲେ ଭଲ ଗାଇନେକଲୋଜିଷ୍ଟ ଗୋଟିଏ ହୋଇଥାନ୍ତ । ତୁମକୁ ଏମିତି ଯୁଗ ଯୁଗ ଧରି ପାଖରେ ପାଇବାକୁ ମୋର ଦୂର୍ବାର ଇଛା ମୋ ଠୁ କେବେ ଛଡାଇ ନେବନି। କେବେବି ଦୂରେଇ ଯିବନି ମୋଠୁ ପ୍ରୋମିଜ କର। ଥାଉ ଏମିତି ମନ ନିଆ କଥାଗୁଡା କୁହନି। ମୁଁ ଡାକ୍ତର ହୋଇଥିଲେ ତୁମ ମାନଙ୍କର ସେବା ପୁଣି କିଏ କରିଥାନ୍ତା?ପୁଅର ବୋହୁକୁ ଭଲପାଇବାର ମାତ୍ରା ଶାଶୁଙ୍କୁ କଷ୍ଟ ଦିଏ। ପଦ୍ମଜାଙ୍କ ସତର୍କତା ଥାଏ। ସ୍ବାମୀଙ୍କ ଭଲ ପାଇବା ଚହଲିକି ପଦାରେ ନ ପଡୁ। କାରଣ ଶାଶୁ ହୁଏତ ଅଧିକ ଉତକ୍ଷିପ୍ତ ହୋଇ ଉଠିବେ।

ସ୍ବାମୀଙ୍କର ଖୁବ୍ ଜଲଦି ଏକ ମାସର ଛୁଟି ସରିଗଲା । ଏକ ମାସ ମାତ୍ର ସାତରାତି ପରି ଲାଗୁଥାଏ ।ସ୍ବାମୀ ବହୁତ କଷ୍ଟରେ ଚାକିରିରେ ଯୋଗ ଦେବାକୁ ଗଲେ। ପଦ୍ମଜା ଶାଶୁଶଶୁରଙ୍କ ପାଖେ ରହିଲେ। ଶଶୁର ନିଜ ଝିଅଠୁ ବଳି ସ୍ନେହ କରୁଥିଲେ । ପଦ୍ମଜା ଭାବୁଥିଲେ, ସବୁ କଣ ଭାଗ୍ୟରେ ଏକକାଳୀନ ମିଳିବ ।ବାପା ପରି ଶଶୁର, ଦେବତା ପରି ସ୍ବାମୀତ ମିଳିଛନ୍ତି, ଆଉ ବାକି ଚଳାଇ ବାକୁ ପଡିବ। ଶଶୁର କିନ୍ତୁ ଦେଖିଲେ ସାମାନ୍ୟ ସାମାନ୍ୟ କଥାରେ ସୀତାଦେବୀ ଅତି ନିଷ୍ଠୁର ବୋହୂ ପ୍ରତି ହୋଇଚାଲିଛନ୍ତି।ଯେଉଁ ସୀତାଦେବୀ ଦିନେ ବୋହୂ ଥିଲାବେଳେ କହିଥିଲେ- ନିଜ ଶାଶୁଙ୍କର କିଛି ଟାଣ କଥାରେ ଯେ, ମୁଁ ଏପରି ଖରାପ ଶାଶୁ ହେବିନି । ଖୁବ୍ ଭଲ ଶାଶୁ ହୋଇ ବୋହୁକୁ ଭଲ ପାଇବି। ଆଜି କିନ୍ତୁ ଏକ ଅତ୍ୟାଚାରୀ ଶାଶୁରେ କିପରି ପରିଣତ ହେଲେ? ଏ ସବୁ ଦେଖି ଶଶୁର ପୁଅର ଖାଇବା ପିଇବା ଅସୁବିଧା ହେଉଛି,ଏହି ବାହାନାରେ ବୋହୂକୁ ପୁଅ ପାଖେ ଛାଡିବା ପାଇଁ ସ୍ତ୍ରୀଙ୍କୁ ବୁଝାଇଲେ । ଆଉ ବଡ ଲୋଭ ବି ଦେଖାଇବାକୁ ପଡିଲା। ସୀତା ଶୁଣୁଛ.. ନାତି ନାତୁଣୀ ଦେଖିବାକୁ ଇଚ୍ଛା ଅଛି କି ନାହିଁ ??

କେଡେ ଅଲାଜୁକ ତୁମେ ହୋ, ଛି ଛି। ଛି କଣ ହୋ??ଶଶୁର ହସି ହସି କହିଲେ ମୁଁ ତ ଆକୁଳିଆ ମୋ ନାତି ନାତୁଣୀଙ୍କୁ ଧରି ଖେଳିବାକୁ। ବୋହୁ ବିନା ଶାଶୁର କ୍ଷମତା ଶୂନ୍ୟ। ସେଇ ଟିକକ ସୀତା ଦେବୀ ହାତଛଡା କରିବାକୁ ଚାହୁଁ ନଥିଲେ ।ନାତୀନାତୁଣୀ, ପୁଅ ଖାଇବା ପିଇବା କଥା ଭାବି ଶାସନ ମୁଠା କୋହଳ କଲେ।

ପୁଅବୋହୂ ପ୍ରତି ପର୍ବ ପର୍ବାଣୀରେ ଆସି ବାପା ମାଙ୍କର ଭଲମନ୍ଦ, ଦେହପା, ଜିନିଷପତ୍ର ଘରକଥା ବୁଝି ଯାଉଥିଲେ। ତଥାପି ସୀତାଦେବୀଙ୍କର କ୍ଷୋଭ, ବୋହୂ ଉପରୁ କମୁ ନଥିଲା।

ବୋହୂକୁ ନା ନା କଥା ଶୁଣାଇଲା ବେଳେ ଭାବନ୍ତି- ଏତେ ଖୁଣ୍ଟଣା ଖାଇଲା ପରେ ବି ବୋହୂ ପ୍ରତିକ୍ରିୟା ହୀନା କିପରି?? ବୋହୂର ପ୍ରତିକ୍ରିୟାହୀନ, ମୁଣ୍ଡତଳକୁ କରିବା ଚାହାଣୀ, ସୀତାଦେବୀଙ୍କୁ ଆହୁରି ଛୋଟ କରିଦିଏ । ତାର ପ୍ରକୃତ କାରଣ ଯେ ଅଂହକାର ତାକୁ ନ ଜାଣି ପାରି ସେ ଅଧିକରୁ ଅଧିକ ଈର୍ଷାତୁର ହୋଇ ଉଠନ୍ତି।

ପୁଅଟିଏ ଜନ୍ମକରି ପୁଅର ମାଟିଏ ହୋଇ ମାତୃତ୍ବ ଲାଭ କରିବା ଖୁସିର କଥା ଓ ଗର୍ବର କଥା ମଧ୍ୟ। ଭାଗ୍ୟକୁ ପୁଅଟି ଅତି ଭଲ ପଢିଲା ଓ ଭଲ ଡାକ୍ତର ଟିଏ ହେଲା । ତା ସଫଳତାରେ ବାପାମା ସାହି ପଡିଶା ଅଭିମାନ କଲେ । ମା ମଧ୍ୟ କଲେ ଇଏ ବି ଠିକ୍। କିନ୍ତୁ ସମସ୍ତେ ସେଇଠି ଅଟକି ଗଲେ । ତେଣୁ ଅଭିମାନ ପର୍ଯ୍ୟନ୍ତ ଆସିଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ, କିଛି ଅସୁବିଧା ହେଲାନି।

ମା ଟିକେ ଆଗକୁ ଚାଲି ଯାଇ ଭାବିଲେ, ମୁଁ ହିଁ ଜଣେ ଡାକ୍ତରର ମା। ପୁଅକୁ ଡାକ୍ତରଟେ କରି ଦେଖା ମୋତେ । ଏହିପରି ଚ୍ୟାଲେଞ୍ଜ ବି ବୋହୁକୁ ଦେବାକୁ ପଛାନ୍ତିନି।ବୋହୂ ପଦ୍ମଜା କିନ୍ତୁ ନଛୋଡବନ୍ଧା। ପଦ୍ମଜା ସୀତାଦେବୀଙ୍କର ପ୍ରତିଟି ଆକ୍ଷେପ ଉଲୁଗୁଣାକୁ ବିଶ୍ବବିଦ୍ୟାଳୟ ପରୀକ୍ଷା ପରି ଗୋଟିଏ ଗୋଟିଏ ପିଟି ଚାଲିଛନ୍ତି। ସୀତାଦେବୀ ବୋହୂର ଉଚ୍ଚାମନ ବଡପଣିଆ ଆଗରେ ଫୁଟେ ଫୁଟେ ତଳକୁଦବି ଚାଲିଥିଲେ। ମୁଁ ଦବିବା ସ୍ତ୍ରୀ ନୁହେଁ ଏହା ଦେଖାଇବାକୁ ଯାଇ ଗୁଡାଏ ଅପଚେଷ୍ଟା କରି ପୁଅ ସ୍ବାମୀ, ବୋହୂ ଏବଂ ଅନ୍ୟ ମାନଙ୍କ ଆଗରେ କିଛି କମ ହିନସ୍ତା ବି ହୁଅନ୍ତିନି। ସୀତାଦେବୀଙ୍କର ପାନ ଗୁଡାଖୁଠୁ ଆରମ୍ଭ କରି ମୁଣ୍ଡର ପେଶିୟାଲ ତେଲ ଓ ବ୍ରେଲକ୍ରିମ, ମୁହଁର ମୟଶ୍ଚାରଜର, ଗୋଇଠି ଫଟା ,ଓଠ ଫଟା ଇତ୍ୟାଦି ସବୁ ଗୋଟି ଗୋଟି କରି ଆଣିଥାନ୍ତି ପଦ୍ମଜା ।ଲୁଗାପଟାତ ସାଧାରଣ କଥା। ହେଲେ ଥରେ ତା'ର ମୁଣ୍ଡ ଆଉଁସି ଦେଇ କହିନାହାନ୍ତି- ମାଲୋ ତୁ ମୋ ବୋହୂ ନୁହଁ, ମୋ ମାଠୁ ଅଧିକ । ଯଦିଓ ଶତକଡ଼ା ଶହେ ପ୍ରତିଶତ ଇଛା ହେଉଥାଏ କହିବା ପାଇଁ ।

ବୋହୂ ଯେତିକି ଭଲ ହେଉଥାଏ, ସୀତାଦେବୀ ସେତିକି ଖରାପ ହେଉଥାନ୍ତି। ଏପରିକି ସ୍ବାମୀ ଚାଲିଗଲା ପରେ ସ୍ଥାବର ସମ୍ପତ୍ତିକୁ ଛାଡି, ସବୁ ଝିଅକୁ ଦେଇ ଆସିଲେ। ଈର୍ଷା ଆମକୁ ଚରମ ସୀମାକୁ ଟାଣିନେଇପାରେ ଏକ ଯାଦୁକାରିଣୀ ପରି। ଶରୀରର ସମସ୍ତ ଆବେଗ ଭିତରୁ ଈର୍ଷାର ବେଗ ଖୁବ୍ ଅଧିକ ଫଳତଃ ତାର ପରିପ୍ରକାଶ ବି ଆଗ ହୋଇଯାଏ। କଥାରେ ଅଛି ଈର୍ଷା ଏହାବି କରାଇବାକୁ ପଛାଏନି ସ୍ବାମୀ ପଛେ ମରୁ, ସଉତୁଣୀ ରାଣ୍ଡ ହେଉ ।ନିଜର ଅଂହକାରକୁ ଜଳାଜଂଳି ଦେଇ ବୋହୂ, ହାତଟେକାରେ ଚଳିବାକୁ ଗାଁ ଛାଡି ଆସିପାରୁନଥିଲେ । ପୁଅ ବୋହୂ ବାଧ୍ଯ କରି ଥକିପଡିଲେ ବି। କିନ୍ତୁ ପ୍ରଥମ ବ୍ରେନ ଷ୍ଟ୍ରୋକ ପରେ ଆଉ ନ ରହି ପାରି ବାଧ୍ୟ ହୋଇ

ଆସିଛନ୍ତି ପୁଅବୋହୂ ଙ୍କ ପାଖକୁ । ଦୀର୍ଘ ଦୁଇବର୍ଷ କାଳ ଶେଯରେ ପଡି ପଡି ଞାନ ଲାଭ ହେଉ ନ ଥିଲା, ଜୀବନର ମୋହ ବି ଛାଡୁ ନ ଥିଲା, କିନ୍ତୁ ଆଜି ବୋହୂର ଏହି ଅଂହକାର ଉପରେ କିଛି ମନ୍ତବ୍ୟ ତାଙ୍କୁ ବଦଳାଇ ଦେଇଛି। ଅଂହକାରଶୂନ୍ୟ ବୋହୂଟି ଦିନରାତି ଏକ କରି ଦେଇଛି । ଶାଶୁଙ୍କ ସେବାରେ,ଝାଡା ,ପରିସ୍ରା ,ବେଡ ସୋର ସବୁକାମ ଦିନରାତି ଯନ୍ତ୍ରବତ କରୁଥାଏ।ପାଖ ଆଖ ଲୋକ ଗନ୍ଧ ବାସ୍ନା, ଝାଡାପରିସ୍ରା, ଘା ଘଉଡ ଦେଖି କେତେ କଣ କହୁଛନ୍ତି। ତଥାପି ପୁଅବୋହୂ ଅବିଚଳିତ। ଆଜି ହୃଦବୋଧ ହେଲା ପୁଅ ବୋହୂର ପ୍ରକୃତ ବୁଦ୍ଧି ଓ ଗୁଣ। ବୋହୂ ଆଜି ଠାକୁରାଣୀ ପରି ମନେ ହେଲା ସୀତାଦେବୀଙ୍କୁ। ବଡ କଷ୍ଟରେ ବୋହୂକୁ ପାଖକୁ ଡାକିଲେ। ଯେଉଁ ଅଂହକାରକୁ ତିରିଶ ବର୍ଷ ହେଲା ସାଇତି ସାଇତି ବିରାଟ ସୌଧ ନିର୍ମାଣ କରିଛନ୍ତି, ତାକୁ ଭାଂଗିବାକୁ ଖୁବ୍ ପରିଶ୍ରମ କରିବାକୁ ପଡୁଥିଲା, ହେଲେ ଭାଂଗି ପାରୁ ନ ଥିଲେ । ଆଜି ସାମାନ୍ୟ ବୋହୂକୁ ସ୍ନେହ ପ୍ରେମ ଦେଇ ବାଲିଘର ପରି ତାକୁ ଭୂଷୁଡାଇ ଦେଲେ। ମନର ଅଂହକାରକୁ ହରାଇବା ଏତେ କଷ୍ଟ। ଓ...ହୋ।

ହରାଇଦେଇ ଅଂହକାରକୁ ଭାରି ସହଜ ଓ ହାଲୁକା ଅନୁଭବ କରିଲେ। ମା ମୋତେ କ୍ଷମା...ଏତିକି କହି ଆଖି ବୁଜିଲେ। ଏକ ଶାନ୍ତିର କପୋତ ତାଙ୍କ ହାତ ଧରି ଏକ ସ୍ବର୍ଗୀୟ ରାସ୍ତାରେ ନେଇ ଯାଉଥିଲା। ପଛରୁ କାହାର କାନ୍ଦିବାର ସ୍ବର ଶୁଭୁଥିଲା । ମା ତୁମେ ଏତେ ଡେରି କରିଦେଲ। ମା ସ୍ନେହର ଫଲଗୁ ଧାରଟି ବୁହାଇ ଦେବାରେ ଡେରି କଲେ ସତ,କିନ୍ତୁ ଘଟ ପରିବର୍ତ୍ତନ ପୂର୍ବରୁ ଶାଶୁ ଶାଶୁରୁ ମା ହୋଇ ବିଦାୟ ନେଲେ।

ଅହଂକାର ଅଭିମାନ ଗର୍ବ

Rate the content


Originality
Flow
Language
Cover design

Comments

Post

Some text some message..