Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Thriller

5.0  

Dr Jharana Satapathy

Thriller

ଲଗ୍ନ ସମୟ

ଲଗ୍ନ ସମୟ

2 mins
412


ସମୟର ନିର୍ଘଣ୍ଟ କାର୍ଯ୍ୟସୂଚୀ ଅନୁସାରେ ପ୍ରସ୍ତୁତ ହୋଇସାରିଲେଣି ବିନୟ ବାବୁ । ପାଖରେ ଥା'ନ୍ତି ତାଙ୍କ ସହଧର୍ମଣୀ ଶ୍ରୀମତି ଚାରୁଲତା ମ୍ୟାଡମ । ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି ଦୁହେଁ ବରଯାତ୍ରୀକୁ । ବାହାଘରର ସଠିକ୍ ସମୟ ଧାର୍ଯ୍ୟ କରାଯାଇଛି । ବାଟବରଣ ୧୧.୩୦ a.m ହସ୍ତଘଣ୍ଟି ୦୧.୪o p.m ଆଉ ଲଞ୍ଚ ୧୨.୩୦ p.m ବିନୟ ବାବୁ କନ୍ୟାଦାନ କରିବେ ବୋଲି ମନରେ ଅଧିକ ଆନନ୍ଦ କହିଲେ ନ ସରେ । ସମସ୍ତଙ୍କୁ ସମୟର ତାଳ ଦେଇ ଯିବା ପାଇଁ କହୁଥାନ୍ତି । ବାହାଘରର ସବୁ କାର୍ଯ୍ୟସୂଚୀ ନିଜେ ପ୍ରସ୍ତୁତ କରିଥାନ୍ତି । ଝିଅର ଏଇଟା ଲଭ୍ ମ୍ୟାରେଜ୍ । ବହୁ କଷ୍ଟରେ ବହୁତ ସମୟ ଭାବି ଵହୁ ବାଦବିବାଦ ପରେ ରାଜି ହୋଇଥିଲେ । ଯାହା ହେଉ ଠିକ୍ ସମୟରେ ବାହାଘର କରିବାପାଇଁ ଯୋଗତିଥି ବାହାର କରିଥିଲେ । ବରଘରର ପିତା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବରଯାତ୍ରୀ ସହ ଠିକ୍ ସମୟରେ ପହଞ୍ଚିବା ପାଇଁ ।

ବିନୟ ବାବୁଙ୍କ ମନ ଭିତରଟା କାହିଁ କେଜାଣି ଗୋଳେଇ ଘାଣ୍ଟି ହେଉଥାଏ । ସେ ଭାରି ସମୟ ସଦୁପଯୋଗୀ । ହାତରେ ତାଙ୍କର ସବୁବେଳେ ଘଡିଟିଏ ରହିଥାଏ । ଏମିତିକି ଗାଧୋଇବାକୁ ଗଲାବେଳେ ମଧ୍ୟ ଘଡିଟିକୁ ଛାଡନ୍ତିନି । ଗାଧୋଇ ସାରି ତାକୁ ସଙ୍ଗେ ସଙ୍ଗେ ପିନ୍ଧିଦିଅନ୍ତି । କେତେବେଳେ ତାଙ୍କ ହାତ ଖାଲି ନଥାଏ ।

ସମୟକୁ ଦେଖି ପ୍ରତ୍ୟେକ ଦିନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଦିଅନ୍ତି । ଦିନଟିଏ କାହା ସହିତ ଫାଲତୁରେ ଗପିବାର ଦେଖିନାହାନ୍ତି କେହି । ଉଠିବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁବେଳେ ବ୍ୟସ୍ତ । ଘଡି ଯେମିତି ଦୌଡୁଥାଏ ସେ ସେମିତି ଦୌଡୁଥାନ୍ତି । ସତେ ଯେମିତି ଘଡିର ଟିକ୍ ଟିକ୍ ଶବ୍ଦଟା ପ୍ରତିଟି କ୍ଷଣ ତାଙ୍କ କାନକୁ ବାଜୁଥାଏ । ଚାକିରି କାଳ ଭିତରେ ଖଟି ଖଟି ଜୀବନଟାକୁ ଖଟେଇ ସାରିଲେଣି । ସତେ ଯେମିତି ବିନୟ ବାବୁ ଗାନ୍ଧୀଙ୍କ ନିତି ଆଦେଶରେ ପରିଚାଳିତ ।

ବୈଶାଖ ମାସରେ ବାହାଘର ସତ୍ତ୍ବେ, ପ୍ରଚଣ୍ଡ ରୌଦ୍ର ତାପରେ ମଧ୍ୟ  ଟିକେବି ଥକି ପଡିନାହାନ୍ତି ସେ । ସମୟ ସହିତ ତାଳ ଦେଇ ଚାଲିଛନ୍ତି । ସମୟ ଆସି ପହଞ୍ଚିଲାଣି ୩ ଘଣ୍ଟ । ଖରାବେଳ ! ଭୋଜିଖାଇବାରେ ସମସ୍ତେ ବ୍ୟସ୍ତ । କେହି କେହି ବିନୟବାବୁଙ୍କୁ ପଚାରୁଥାନ୍ତି ବରଯାତ୍ରୀ କେତେବେଳେ ପହଞ୍ଚିବେ ? ବିନୟ ବାବୁ ଘଡିଟିକୁ ଦେଖି ଦିଅନ୍ତି ଆଉ ଟିକେ ମୁଣ୍ଡ ହଲାଇ କହନ୍ତି ଏଇନେ ଆସି ଯିବେ । କିନ୍ତୁ ମନ ଭିତରଟା ଅସ୍ବସ୍ତିକର ଅନୁଭବ ହେଉଥାଏ । ସମୁନ୍ଧିଙ୍କୁ ଫୋନ କଲେ ମଧ୍ୟ ଲାଗୁନଥାଏ । ବାତ୍ୟା ଫନି ଯୋଗୁ ନେଟଓ୍ବାର୍କ ପ୍ରୋବଲମ୍ ।

ଝିଅର ବାହାଘର ଲାଗି ବହୁ ଦିନ ଆଗରୁ ଅତିଥିମାନଙ୍କର ଘରକୁ ସୁଅ ଛୁଟୁଥାଏ । ଏପଟେ ପୁଅ ଘରର ଘର ପୁରୀ । ବାତ୍ୟାଫନି ଲାଗି ସବୁ ଧ୍ବସ୍ତବିଧ୍ବସ୍ତ । ପୁଅ ଘର ବରଯାତ୍ରୀରେ ଆସିବା ପାଇଁ ଯେଉଁ ଆୟୋଜନ କରିଥିଲେ ତାହା ଫସର ଫାଟିଯାଇଥିଲ । ଫଳରେ ସବୁଥିରେ ଦେଖାଯାଇଥିଲା ବିଳମ୍ବ । ପୁଅର ବାପା ଯେତେ ଫୋନ ଲଗାଇଲେ ମଧ୍ୟ ବିନୟବାବୁଙ୍କୁ ଲାଗୁନଥାଏ । ବାହାଘରର କାର୍ଡରେ ଏକ କାର୍ଯ୍ୟସୂଚୀ କିନ୍ତୁ ବରଯାତ୍ରୀ ପହଞ୍ଚିବାରେ ହେଉଥାଏ ବିଳମ୍ବ ।

ଝିଅ ବଧୂ ବେସରେ ସଜେଇ ହୋଇସାରିଥାଏ । ଖାଲି ଅପେକ୍ଷା ଥାଏ ବରଯାତ୍ରୀକୁ । ହଟାତ୍ ଶୁଣାଗଲା ଶଙ୍ଖଧ୍ବନି ଏବଂ ହୁଳହୁଳୀ । ସମସ୍ତେ ଦୌଡୁଥାନ୍ତି ବରଯାତ୍ରୀ ଆସିଗଲେ ଆସିଗଲେ ! ଏହି ସମୟରେ ବିନୟବାବୁ ତାଙ୍କର ହାତରେ ପିନ୍ଧିଥିବା ଘଡିଟିକୁ ଚାହିଁ ସମୟ କେତଟା ବାଜିଲା ଦେଖୁଥାନ୍ତି ।


Rate this content
Log in

Similar oriya story from Thriller