STORYMIRROR

Amitav Sahu

Abstract Others

4  

Amitav Sahu

Abstract Others

ଐତିହ୍ୟ- ଗୋଟେ ଜାତିର, ମାଟିର

ଐତିହ୍ୟ- ଗୋଟେ ଜାତିର, ମାଟିର

1 min
524

ଯୋଉ ଜାତିର ମାଟି ଏତେ ଶକ୍ତ

ସେ ଜାତି କେବେ

ହେଇପାରେନା ଦୁର୍ବଳ

ଯୋଉ ମାଟି ଏତେ ଶକ୍ତ

ଯୋଉ ଜାତି ଏତେ ସବଳ

ତା' ଐତିହ୍ୟକୁ କାହିଁ ପଚାର ?

ଯାଅ ସେ ମାଟିର ଇତିହାସକୁ

ଉଖାରି ଦେଖ ମହମହ ବାସିବେ ନିଶ୍ଚୟ !


ଯେଉଁ ମାଟି ଗଢିପାରେ

ଗାନ୍ଧୀ ଗୋପବନ୍ଧୁକୁ

ରାମ ରହୀମକୁ

ସେବା ଧର୍ମ ନ୍ୟାୟର ରୂପରେ

ଯିଏ ଜୀବନ୍ତ କରିପାରେ ପଥରକୁ

ମନ୍ଦିରର ବେଢାରେ

ମସଜିଦର କାନ୍ଥରେ

ନଈ ପଠାରେ

ଯିଏ ଶିଖେଇପାରେ ନାରୀକୁ

ନୀତି ନିୟମ ସଂଯମତାର ରେଖା

ସହିବାର କଳା କଠୋର ପଣରେ ।

ଯିଏ ବୁହାଇପାରେ ରକ୍ତର ନଦୀ

ଖୋଳିପାରେ ତାଡିପାରେ

ଗଢିବି ପାରେ

ରଚିପାରେ ଯୁଦ୍ଧଟିଏ ବିଜୟର ଟୀକାପିନ୍ଧି

ବଦଳରେ ଶାନ୍ତିର କ୍ଷେତ୍ରଟିଏ ଗଢିପାରେ ବୋଲି

ଦାବିକରି ଆସେ କାହିଁ କେତେ ଯୁଗରୁ

ମାଟିରେ ପାଣିରେ ପବନରେ ପ୍ରତି ମୁହୂର୍ତ୍ତରେ ।


ତମେ କିନ୍ତୁ

ଲେଖୁଅଛ ଯୋଉ ଇତିହାସ

ପୁଳାପୁଳା ମାଂସକୁ ଫିଙ୍ଗିଦେଇ ମାଟିରେ

ବୁନ୍ଦାବୁନ୍ଦା ରକ୍ତକୁ ବୁହାଇ

ପୋଡାପୋଡା ମାଟିକୁ ଫଟେଇ

ତାହା ଇତିହାସ ନୁହଁ

ଗୋଟେ ଜାତିର କଳଙ୍କ

ଆଗାମୀ ପିଢୀକୁ ପରିଚୟ ଦେବାପାଇଁ

ତମେ କେତେ

ଭୀରୁ କାପୁରୁଷ ନିର୍ଲଜ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract