STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

କଲମର ଶକ୍ତି

କଲମର ଶକ୍ତି

1 min
461

ହେ ବିଶ୍ୱସ୍ରଷ୍ଟା

ରୁହ ଟିକେ  

ନିଅ ନାଈଁ ପ୍ରାଣ ମୋର

ଲେଖିବାକୁ ଅଛି ବହୁତ କବିତା

ହୃଦୟର ରକ୍ତ ବିନ୍ଦୁ ଏବେ ମଧ୍ୟ ଅଛି

ଥିବା ଯାଏ ଶେଷ ରକ୍ତ ବିନ୍ଦୁ

ଲେଖିଚାଲିଥିବି

ସମାଜର ଅନ୍ୟାୟ, ଅନୀତି, ଦୁର୍ନୀତି, କେଳେଙ୍କାରୀ

ତୁମେ ନ ପଢିଲେ ନାହିଁ 

ନ ଦେଖିଲେ ନାଈଁ

ପଢ଼ିଦେବ ଆଉ କେହି


ଶେଷ ପାଠକ ଟି ଥିବା ଯାଏ 

ଲେଖି ଚାଲିଥିବି ଅହରହ

ରକ୍ତ ସବୁକୁ କରି ସ୍ୟାହି 

ଲେଖିନୀରେ କାଗଜ ଛାତିରେ ଲେଖିବି

ନିହାଣ ମୁନରେ ଶିଳ୍ପୀର କାରୁକାର୍ଯ୍ୟ ପରି,

ଖୋଳିଚାଲିଥିବି ମୋ ମନର କଥା ଓ ବ୍ୟଥା

ଅମାପ, ଅସୀମ ଶକ୍ତି ଏ କଲମର

କଲମ ବି ଆଣେ ଶକ୍ତି,ଐକ୍ୟ

ଆଣେ ଜାଗରଣ

ଖୋଲେ ମୁଖା

କଲମ ବି କରିପାରେ ରକ୍ତକୁ ଉତ୍ତପ୍ତ

କଲମ ବି ଆଣେ କ୍ରାନ୍ତି, ବିପ୍ଳବ

କଲମ ବି କରିପାରେ ସ୍ୱର ଉତ୍ତୋଳନ


ହେ ଦୂରାଚାରି

ଶକ୍ତ ପ୍ରହାର କରି

ବନ୍ଦ କରିପାର ମୋ ମୁହଁକୁ

ହେଲେ ଅଟକାଇ ପାରିବନି 

ମୋ ହାତର କଲମକୁ

ଜଣାନାହିଁ ତୁମକୁ ଏ କଲମର ଶକ୍ତି

ଅସି ଚାଳନା କରି ଅଶୀ ଖଣ୍ଡ କରିପାର 

ମୋ ଶରୀରକୁ

ପଞ୍ଚଭୂତରେ ଲୀନ ହୋଇଯିବ ମୋ ଶରୀର

କିନ୍ତୁ ଲେଖିଥିବା ତୁମ ବ୍ୟଭିଚାରର ଚିଠା

ହୋଇଯିବ ଇତିହାସ।

ସେହି ଇତିହାସ ପାଠ କରି ତୁମ ଦାୟାଦ

ଧିକାର୍ କରିବେ ତୁମକୁ

ଇହଧାମେ ନଥାଇପାର ତୁମେ

କିନ୍ତୁ ତୁମ ଆତ୍ମା ବୋଲାଇବ ପାପ ଆତ୍ମା


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics