STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ମାଆ

ମାଆ

1 min
253


ମାଆ ମୁହିଁ ବୋଲି ଆନନ୍ଦ ଅନେକ

ମୋ ପିଲାଙ୍କ ପାଇଁ ଭାବେ,

ଜନ୍ମ ଦେଇ କୋଳେ ପୂଣ୍ୟର ପ୍ରତୀକ

ସନ୍ତାନ ସୁଖ ସେ ଭବେ.......


ଜନମ ଦେଲି ମୁଁ ଯନ୍ତ୍ରଣାକୁ ପିଇ

ଖୁସି ମୋର କାହିଁ କେତେ,

ମାଆ ଭାଗ୍ୟବତୀ ସଂସାରେ ବୋଲାଇ

ଧନ୍ୟ ହେଲି ଏହି ପଥେ .....


ହୃଦୟେ ପୂର୍ଣ୍ଣତା ସଂସାରେ ସମତା

ବାନ୍ଧିଲି ମନରେ ମୋର,

ପୁତ୍ରବତୀ ଆହା ଜୀବନେ ମୋ ନାହା

 ମଣିଲି ସୌଭାଗ୍ୟେ ଗାର,..


ନିଜେ ନ,ଖାଇ ମୁଁ "ଖୁଆଇ ଧନକୁ

ପୂଜିଲି କେତେ ଦେବତା,

ବାରମାସେ ତେର ଉପାସ ଧରି ମୁଁ

ମନାସିଲି ଶୁଭ ବାର୍ତ୍ତା....


ଆହା ଧନମାଳି ନୟନ ସଙ୍ଖାଳି

ତୋର ଦୁଃଖ ସବୁ ମୋତେ,

ହେ ବିଧାତା ବିହି ସୁଖେ ନେବୁ ବାହି

ସମର୍ପି ଦେଉଛି ତୋତେ....


ବଡ଼ ହେଲା ପୁଅ ମାଆ ବୁଢ଼ୀ ତାର

ଦେଖି ପୁଅଙ୍କ ସଂସାର,

ହୃଦେ କେତେ ସୁଖ, ଆନନ୍ଦ ତାହାର

ଗର୍ଭ ବ୍ୟଥା ଭୁଲେ ତାର...


ସ୍ଵାର୍ଥେ ଅନ୍ଧ ହୋଇ ପରଶ୍ରୀ କାତରେ

 ରକ୍ତକୁ ଦି ଭାଗ ବାଣ୍ଟେ,

ବୁଝିଲେ ନାହିଁଟି ଜୀବନ ଦିଏ ଯେ

ହୃଦ ଯନ୍ତ୍ରଣା କି ମେଣ୍ଟେ ....


ନିରିମାଖି ଲୁହ ଯାତନା କଷଣ

ଭୋଗେ ଯିଏ ଅନୁଭବେ,

ଆଶା ପାରିଜାତ ଶୂନ୍ୟତା ଭୂଷଣ

ପଣତ ଟା ଯାହା ଭାବେ.....


ସେଇ ମାଆ ଯେବେ ପିଲାଠାରୁ କେବେ

ଯାତନା, କଷଣ ପାଏ,

ଲୁହ ନୁହେଁ ତାର ରକ୍ତ ହୃଦ ଭାବେ

ଜୀବନ୍ତ ଦେବୀ ହୃଦୟେ......


ସୁନା କହିବାଟା ବଡ଼ ନୁହେଁ ଏଠି

କର୍ମରେ ନିଜର ମୂଲ,

ଆପେ, ଆପେ ମୂଲ ଯିବ ଥୁଆ ହୋଇ

ଧର୍ମ, କର୍ମ ହେଲେ ଭଲ.....


ମାଆ ଶିକ୍ଷା, ଦୀକ୍ଷା ସଂସ୍କାର ଚଳଣି

ପିଲାଦିନୁ ହୃଦେ ଥାଏ,

ଯେଉଁଠି, ଯେପରି ଧର୍ମ କର୍ମ ଧରି

ଜଗତ ଜିତା ସେ ହୁଏ ....


ମାଆ ର ବିକଳ୍ପ ନାହିଁ ଏ ଜଗତେ

ଶ୍ରେଷ୍ଠ ପୂଜ୍ୟ ପୂଜା ସେଇ,

ଭାଗ୍ୟଡୋରି ପରା ତା କାନି ପଣତେ

ହେଜିଲେ ଦୁଃଖ ନ ଥାଇ.......


ମାଆ ପରା ଦେବୀ ହୁଅ ଅନୁଭବୀ

କଥାରେ ହେଉ, କାର୍ଯ୍ୟରେ,

ତାର ଆଶୀର୍ବାଦେ ପଥର ଫୁଟାଇ

ପ୍ରତିମାରୁ କଥା ଝରେ......




Rate this content
Log in

Similar oriya poem from Inspirational