Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
7.4K


ଡ. ନରେନ୍ଦ୍ର ପ୍ରସାଦ ବୁଗୁଡେଇ

ଶ୍ରାବଣର ଧାରା ଆକାଶରୁ ଖସି

ମାଟି ଯେବେ ଯାଏ ଛୁଇଁ

ପିଲାଏ ଭସାନ୍ତି କାଗଜର ଡଙ୍ଗା

ଗୀତ ପଦେ ଗାଇଦେଇ ।

ବେଙ୍ଗୁଲୀ ନାନୀଟା ସାରୁବୁଦାମୂଳେ

ବସି ଛାଡୁଥାଏ ରଡ଼ି

ବିଜୁଳି ନାଚଇ ଆକାଶ ଦେହରେ

ମାରୁଥାଏ ଘଡ଼ଘଡ଼ି ।

ଖରାବରଷାର ଲୁଚକାଳି ଖେଳେ

ବିଲୁଆ ହୁଅଇ ବାହା

ନାଉରି ବିଚରା ଅଥଳ ଜଳରେ

ଏକାକୀ ଚଳାଏ ନାଆ ।

ଗଡ଼ିଆ , ପୋଖରୀ ପାଣିରେ ପୂରଇ

ମାଛ ହେଉଥାନ୍ତି ଖୁସି

ବଗ ଓ ବଗୁଲୀ ମାଛ ଖାଇବାକୁ

କୂଳରେ ଥାଆନ୍ତି ବସି ।

ଘାସ ପଡ଼ିଆରେ ସାଧବ ବୋହୂଟି

ଥିରି ଥିରି ଚାଲେ ବାଟ

ଦୂରର ପାହାଡ଼ ଆକାଶ ଛୁଅଁଇ

ପିନ୍ଧି ମେଘର ମୁକୁଟ ।

ଚଷାଭାଇ ମନ ଖୁସିରେ କରଇ

ତା’ କ୍ଷେତର ନୂଆଚାଷ

କରଜର ବୋଝ ଶୁଝି ସେ ଚଳିବ

ବରଷକ ବାରମାସ ।

ବରଷା ଦିନର ପରିବା ଯେତକ

ହାଟ ବଜାରରେ ଥୁଆ

ଭାରି ଭଲ ଲାଗେ ଶ୍ରାବଣ ମାସରେ

ଏଇ ମୋର ଛୋଟ ଗାଁ ।

ବରଷା ଋତୁର ଶ୍ରାବଣ ମାସଟି

ଅଟଇ ଆମର ମତି

ଜଗତ ହସଇ ତାହାରି ଛୁଆଁରେ

ତାପରେ ଆସେ ଶରତ ।


Rate this content
Log in

Similar oriya poem from Classics