Audio

Forum

Read

Contests

Language


Write

Sign in
Wohoo!,
Dear user,
ଡାହାଣୀ  ( ଶିଶୁକବିତା )
ଡାହାଣୀ ( ଶିଶୁକବିତା )
★★★★★

© Prasanna Kumar Madala

Children Abstract

1 Minutes   6.6K    8


Content Ranking

ଦେଖିଲି ଡାହାଣୀ       ବିକଟ ଚାହାଣୀ

        ଲହଲହ ଜିଭ ତାର

ମୁକୁଳା ତା କେଶ       ଭୟଙ୍କର ବେଶ

       ଧାଇଁ ହେଲା ନଈ ପାର ।

ଖିଲିଖିଲି ହସେ       ନିମିଷକେ ବସେ

       ନଈବନ୍ଧ ଗଛ ଡାଳେ

ଛାନିଆରେ ମୁହିଁ      ସଞ୍ଜେ କ୍ଷୀର ଦୁହିଁ

       ଆସିଲି ଛାଡି ଗୁହାଳେ ।

ଏତେ କଥା କହି       ଗଲା ସିନା ରହି

       ପ୍ରଧାନ ଘରର ବୋହୁ

ଭଗିଆ ଅଜା ବି       କେଜାଣି କି ଭାବି

       ବସିଗଲେ ଥୟ ନୋହୁ ।

ହେଲେ ଝାଡାବାନ୍ତି      ଡାକ୍ତର ନାହାନ୍ତି

      ଲୋକେ ହୋଇଥିଲେ ରୁଣ୍ଡ 

ପଶିଥିଲା ଡର         ହୋଇ ଥରହର

       ପାକୁପାକୁ କଲେ ତୁଣ୍ଡ ।

ଶୁଣ ଆରେ ନାତି       ସଞ୍ଜ ଗଡି ରାତି

       ହୁଅନ୍ତେ ଧରିଣ ପିଲା

ନିଆଁ ହୁଳା କାଢି        ଆସୁଥିଲା ମାଡି

      ଦେଖି ମୋ ଅବସ୍ଥା ଢିଲା ।

ଶୀଘ୍ର ଡାକି ଆଣ       ଗୁଣିଆ ସେ ପାଣ

       ଗାଆଁ ସୀମା ଦେଉ କିଳି

ଜାଣିନ କାହାଣୀ      ଏଇ ସେ ଡାହାଣୀ

        ଖାଇଛି ପିଲାଙ୍କୁ ଗିଳି ।

ଶୁଣି ଏ ବିଷୟ         କରିଲି ନିଶ୍ଚୟ

        ଲୋକଙ୍କ ମନର ଦକ

ଦେବାକୁ ଦୂରେଇ     ଆଖି ମୋ ଘୂରେଇ

        କହିଲି ଆସରେ ଠକ ।

କହିଦିଅ ଖୋଲି      ମୁହେଁ କିସ ଗୋଳି

        କାଢୁଥିଲ ନିଆଁ ହୁଳା

ଦେଖନାହିଁ ମଜା      ନହେଲେ ଏ ଅଜା

      ଛେରି ଯିବେ ପୁଳା ପୁଳା ।

ତହୁଁ ଆସି ସାଙ୍ଗ        ଧରି ଏକ ଡାଙ୍ଗ

       କନାକୁ ଗୁଡାଇ ନିଆଁ

ଲଗାଇ କି ଖରେ     ଫୁଙ୍କି ଦେବା ପରେ

       ଦେଖିକି ଅଜା ଛାନିଆଁ ।

ତହୁଁ ମିଛେ କାଶି        ଚାରିଜଣ ଆସି

      କହିଲେ ଅଜା ହେ ଉଠ

ପିନ୍ଧି ଏ ଆଖିଆ        ଗାଁ ମୁଣ୍ଡେ ଠିଆ

      ହୋଇ ଦେଖ ନଈ ତୁଠ ।

ସାଙ୍ଗ ଜଣେ ଯାଇ     ବୁଦା ମୂଳେ ଥାଇ

       ମୁହେଁ କିରାସିନି ଢାଳେ

ଫୁଙ୍କି ନିଆଁ ହୁଳା       ଜଳାନ୍ତେ ହୁଗୁଳା

      କଚ୍ଛା ଭିଡି ଅଜା ଭାଳେ ।

କିରାସିନି ବଳେ       ନିଆଁହୁଳା ଜଳେ

       ନଈବନ୍ଧ ଖେଳେ ମିତ

ଭୂତ ବା ଡାହାଣୀ       ମତି ଭ୍ରମ ଜାଣି

     ଗାଆଁ ଲୋକେ ହେଲେ ପ୍ରୀତ ।

       ପ୍ରସନ୍ନ କୁମାର ମାଦଳା

ଡାହାଣୀ ଅଜା ନାତି

Rate the content


Originality
Flow
Language
Cover design

Comments

Post


Some text some message..