ସ୍ମୃତି ସାଇତା ଫୁଲ
ସ୍ମୃତି ସାଇତା ଫୁଲ
ସ୍ମୃତି ସାଇତା ଫୁଲ ଟିଏ ମୁଁ
ହେଉଥାଏ ଛିନ୍ ଭିନ୍
ତୁମର ପ୍ରତିଟି ଆଘାତରେ…
ରଙ୍ଗୀନ ପ୍ରଜାପତି ତୁମେ
ଉଡ଼ି ବୁଲୁଥାଅ ଚାରିପାଖେ
ଅତୃପ୍ତ ମଧୁ ପ୍ରୀତିରେ……||
ହୃଦୟଟା ଯନ୍ତ୍ରଣାରେ ଛଟପଟ
ଛଟପଟ ହେଲେ ବି
ସବୁ ଆଘାତକୁ ମଣୁଥାଏ ପ୍ରୀତି……
ଜାଣେନା କେତେବେଳେ
ସମୟର ଛକି ଶୂନ ଖେଳରେ
ଜୀବନର ହୋଇଯିବ ଇତି ……||