STORYMIRROR

Sasmita Acharya

Others Romance

3  

Sasmita Acharya

Others Romance

ଚିଠିଟିଏ ତୁମ ପାଇଁ

ଚିଠିଟିଏ ତୁମ ପାଇଁ

1 min
13.5K


ଚିଠିଟିଏ ତୁମ ପାଇଁ………

ଦେଖ ମୁଁ ଏମିତି ଜଳୁଥିବି

ତୁମଠୁ ଦୂରେ ଥାଇ

ବିରହରେ ନୁହେଁ କି

ଯନ୍ତ୍ରଣାର ଜୁଇରେ ନୁହେଁ

ହସୁଥିବି ଋଷୁ ଥିବି ନିଜ ପଣେ

ତୁମେ ହାରିଗଲ ବୋଲି

କହିବାକୁ ଆସୁଥିବି

ତୁମ ବାତାୟନ ପାର୍ଶ୍ଵ

ନିରୋଳା ଆକାଶରେ

ତାରା ଫୁଲ ହୋଇ ଫୁଟୁଥିବି……

ଯେବେ ଓଲଟାଉ ଥିବ

ଅଭୁଲା ଅତୀତର ପୃଷ୍ଠାକୁ

ଜୀବନର ନିଃଶବ୍ଦ ପ୍ରହରରେ

ଅସ୍ତ ବ୍ୟସ୍ତ କରୁଥିବ ମୋର

ପ୍ରତିଟି ପ୍ରେମ ବିଶ୍ଵାସ ରାଗ ଅଭିମାନ

ମଉଳି ନ ଥିବା ସେଇ ଆପଣା ପଣ

ଦେଖ

ସେଥିପାଇଁ ତ ଜଳୁଛି ତୁମ ପାଇଁ

ତୁମ ସାମ୍ନାରେ

ସ୍ଵାର୍ଥପର ବୋଲି କହିଦେବ ଯଦି ଥରେ

ମୁଁ ପାଇଯିବି ଆତ୍ମସନ୍ତୋଷ

ତୁମ ମନରେ ଥିବ ଗୁଡାଏ ଅବଶୋଷ

ତଥାପି ମୁଁ ତୁମ ପାଇଁ ଜଳୁଥିବି

ଆକାଶରେ ତାରା ଫୁଲ ସାଜି ରହିଥିବି ……||


Rate this content
Log in