STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
298


ଜୀବନ ଯନ୍ତ୍ରଣା ଦାଉ ସାଧୁଛି କାହାକୁ କହିବି ଆଉ

କେହି ନୁହେଁ ନିଜର ସଭିଏଁ ପର ସାହା ମୋ ମହାବାହୁ

କିଏ ଦିଏ ଯନ୍ତ୍ରଣା ଦିନ ରାତି ମୋତେ

କହି ହୁଏ ନାହିଁ ସହିବି ଆଉ କେତେ

କିଏ ଦିଏ ଶରୀର କୁ ଯନ୍ତ୍ରଣା ଜାଣି ଜାଣି

ମନ କୁ କିଏ ଦେଉଛି ଆଘାତ କହି କଟୁ ବାଣୀ

ହୃଦୟ ମୋର ପଥର ନୁହେଁ ପାରୁ ନାହିଁ ସହି

ଛାତିର କୋହ ବହି ଯାଏ ମୋ ନିର ହୋଇ

ଯାହାକୁ ଭାବୁଛି ଆପଣାର ସାଥି ଟିଏ ବୋଲି

ଜୀବନେ ମୋର ଦେଉଛି ଯନ୍ତ୍ରଣା କାହାକୁ କହିବି ଖୋଲି

କେବେ କେଉଁଠି ଦୁଃଖ ଭୋଗୀବାକୁ ହୁଏ

କେବେ ଶରୀର କୁ କେବେ ମନ କୁ ଯନ୍ତ୍ରଣା ରେ ଭରି ଦିଏ

ଦୁନିଆ ରେ କେହି କାହାକୁ ନିଜର ଭାବେ ନାହିଁ

ନିଜର ଭାବିଲେ ଯନ୍ତ୍ରଣା ଦେବ କୁହ କାହିଁ ପାଇଁ ll



Rate this content
Log in

Similar oriya poem from Abstract