STORYMIRROR

Birakishore Nayak

Inspirational

3  

Birakishore Nayak

Inspirational

ମାଆ

ମାଆ

1 min
196


ଆକାଶରୁ ଦୂର ସାଗରୁ ଗଭୀର

   ହୃଦୟ ଯାହାର ଅଛି

ସିଏ ପରା ମାଆ ଧରାଠୁ ଅଧିକା

   ଧରିଛି ସହିବା ଶକ୍ତି |

ଓଠରୁ ଝରେ ତା ଅମୃତର ଧlରା

   ଡାକିଦେଲେ ପେଟପୁରେ,

ଆଉଁସି ଦେଲେ ସେ ଯେତେ ଦୁଃଖ ଥାଉ

   ଭୁଲିହୁଏ କ୍ଷଣକରେ |

କଅଁଳା ଶିଶୁକୁ କାଖରେ ଧରି ସେ

   ଜହ୍ନକୁ ଆକାଶୁ ଠାରେ,

ଆସ ଜହ୍ନମାମୁଁ ସରଗଶଶୀ ଗୋ

   ପଡ ମୋ କାହ୍ନୁ ହାତରେ |

ଅଝଟ ଛୁଆକୁ ଶୁଆଇ ଦିଏ ସେ

   କେତେ ମଧୁ ଲୋରୀ ଗାଇ

ଯେଉଁ କିଆରୀରେ ଗହଳ ମାଣ୍ଡିଆ

   ସେଇଠି ଯାଆ ତୁ ଶୋଇ |

ତୁଳନା ହେବନି କାହାରି ସାଥେ ସେ

    ସର୍ବଂସହା ଦେବୀଟିଏ,

ସ୍ନେହ ମମତାର ଜୀବନ୍ତ ମୂର୍ତ୍ତି ସେ

    ମାଟିପିଣ୍ଡେ ପ୍ରାଣ ଦିଏ |



Rate this content
Log in

Similar oriya poem from Inspirational