ମାଆ
ମାଆ
ଆକାଶରୁ ଦୂର ସାଗରୁ ଗଭୀର
ହୃଦୟ ଯାହାର ଅଛି
ସିଏ ପରା ମାଆ ଧରାଠୁ ଅଧିକା
ଧରିଛି ସହିବା ଶକ୍ତି |
ଓଠରୁ ଝରେ ତା ଅମୃତର ଧlରା
ଡାକିଦେଲେ ପେଟପୁରେ,
ଆଉଁସି ଦେଲେ ସେ ଯେତେ ଦୁଃଖ ଥାଉ
ଭୁଲିହୁଏ କ୍ଷଣକରେ |
କଅଁଳା ଶିଶୁକୁ କାଖରେ ଧରି ସେ
ଜହ୍ନକୁ ଆକାଶୁ ଠାରେ,
ଆସ ଜହ୍ନମାମୁଁ ସରଗଶଶୀ ଗୋ
ପଡ ମୋ କାହ୍ନୁ ହାତରେ |
ଅଝଟ ଛୁଆକୁ ଶୁଆଇ ଦିଏ ସେ
କେତେ ମଧୁ ଲୋରୀ ଗାଇ
ଯେଉଁ କିଆରୀରେ ଗହଳ ମାଣ୍ଡିଆ
ସେଇଠି ଯାଆ ତୁ ଶୋଇ |
ତୁଳନା ହେବନି କାହାରି ସାଥେ ସେ
ସର୍ବଂସହା ଦେବୀଟିଏ,
ସ୍ନେହ ମମତାର ଜୀବନ୍ତ ମୂର୍ତ୍ତି ସେ
ମାଟିପିଣ୍ଡେ ପ୍ରାଣ ଦିଏ |
