STORYMIRROR

Ajit Kumar Raut

Romance

4  

Ajit Kumar Raut

Romance

ଯାଦୁ

ଯାଦୁ

1 min
404


ଯାଦୁ ଖେଳବାଳା ଆସିଛି ଗାଆଁକୁ

ରୁଣ୍ଡ ହୋଇଛନ୍ତି ଜନ,

ସ୍ତ୍ରୀ ଓ ପୁରୁଷ ତହିଁ ଏକତ୍ରିତ 

ବୃଦ୍ଧ ଓ ବାଳକ ଅନ୍ୟ।


ପ୍ରଚାର ତାଙ୍କର ଆସ ଭାଇ ଶୀଘ୍ର

ଦେଖିବ ଯାଦୁର ଖେଳ,

ଉତ୍କଳୁ ଆସିଛୁ ଯାଦୁ ମନ୍ତ୍ର ନେଇ

ଦେଖିବ ଭାଇହେ ଖେଳ।


ବାଜୁଛି ମୃଦଙ୍ଗ ଶୁଭୁଛି କାହାଳୀ

ପ୍ରଚାର ଟି ଘନଘନ,

ଖୁସି ଆନନ୍ଦରେ ବାଳକ ନାଚନ୍ତି

ଆନନ୍ଦରେ ଛନଛନ।


କେଉଁ ଏହୁ ମନ୍ତ୍ର ପରା ଯାଦୁ ମନ୍ତ୍ରଯାଦୁ ମନ୍ତ୍ର

ସାପ ରହି ଅଛି ସ୍ଥିର,

ଯାଦୁକର ପଢେ ମନ୍ତ୍ର ଧିରେଧିରେ

ନ ଉଠେ ଫେଣା ସାପର।


କପଡା ବ୍ୟାଗରୁ ଟଙ୍କା ପ୍ରତ୍ୟାହାର

ଟଙ୍କାରତ ସୀମା ନାହିଁ,

ସେହୁଖାଲିଥିଲା କେଉଁଠୁ ଆସିଲା

ଯାଦୁ କରି ଦେଲା ତହିଁ।


କରତାଳୀ ପଡେ ଦେଖିତାରଯାଦୁ

ଆଶ୍ଚର୍ଯ୍ୟ ହୁଅନ୍ତି ସବୁ,

ହରି ହରି ବଲ ରାବ୍ ଶୁଭୁ ଥାଏ

ଲୋକଙ୍କ ମୁଖରୁ ସବୁ।


ଲଡୁପ୍ରତ୍ୟାହାର କରେକେତେବେଳେ

କି ମନ୍ତ୍ର ପଢେଟି ସେହୁ,

ମନ୍ତ୍ର ମୁଗ୍ଧ କରେ ଏକତ୍ରିତ ଜନେ

ଅଟେ ଯାଦୁକର ଏହୁ।


ଡାହାଣୀ ଭୂତର କଥା କହୁ ଥାଏ

କୁହେ ତାର ଉପଚାର,

ଧ୍ୟାନ ଦେଇ ତହିଁ ଶୁଣୁ ଥାନ୍ତି ଜନ

କରନ୍ତି ବିଶ୍ବାସ ତାର।


ଅତି ଲାଭକାରୀ ଡେମୁରା ମୋହର

ମୂଲ୍ୟ ତାର ପାଞ୍ଚ ଟଙ୍କା,

ଶରୀରରେ ରହିଲେ ନପଡେ ନଜର

କିଣ ଦେଇ ପାଞ୍ଚ ଟଙ୍କା।


ମଧୁର ବଚନେ କହୁଥାଏ ଜନେ

କିଣନ୍ତି ଆଦର କରି,

ହାତରେ ପିନ୍ଧିବ ବେକରେ ପିନ୍ଧିବ

ଏହୁ ବହୁ ଉପକାରୀ।


କାଳିଆ ଭଜନ ଗାଇ ଦିଏ ପୁଣି

ଜଗାମୟ ହୁଏ ଭୂମି,

ଉତ୍କଳୁ ଆସିଛି ଓଡ଼ିଆ ଭାଷୀସେ

କରେଟି ପବିତ୍ର ଭୂମି।


ଆଦର କରନ୍ତି ଭୋଜନ କରାନ୍ତି

ତାର ପ୍ରଶଂସା କରନ୍ତି, 

ପୁଣିକେବେ ଆଉ ଆସିବ ଗାଁ କୁ

ସମ୍ମାନ ତାର କରନ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance