STORYMIRROR

CHARUBALA PADHI

Abstract

3  

CHARUBALA PADHI

Abstract

ଏବେବି ଠିକ୍ ସେ ଚାଲିବା ଶିଖିନି

ଏବେବି ଠିକ୍ ସେ ଚାଲିବା ଶିଖିନି

1 min
11.8K

ଏବେ ବି ଠିକ୍ ସେ ଚାଲିବା ଶିଖିନି ମା

ତୋ ହାତକୁ ଆଶ୍ରା ମୁଁ କରିଛି,

ଏଠି ତ ପଥେ ପଥେ ଜୀବନର ଭୟ

ତୋ ପଣତ ସାହାରା ଲୋଡୁଛି।


କଣ୍ଟକିତ ଏଠି ପ୍ରତିଟି ମୁହୂର୍ତ୍ତ,

ଚିହ୍ନିବି କିପରି ଶତ୍ରୁ ଆଉ ମିତ୍ର

ତୋ ଶୀତଳ ସ୍ପର୍ଶରେ ସବୁ ଦୁଃଖ ଭୁଲି 

ତୋ କୋଳରେ ଜାଗାଟେ ଖୋଜୁଛି।


କେଜାଣି କେମିତି ଅନ୍ତର କୋହକୁ

ଅନ୍ତରେ ଲୁଚାଇ ଫୁଟାଉ ହସକୁ

ଜୀବନ ଯୁଦ୍ଧରେ ନିଜେ ଜଳିଜଳି

ଏଠି ସଂଘର୍ଷ ନିତି ମୁଁ କରୁଛି

ଅପନ୍ତରା ପଥେ ଝୁଣ୍ଟିପଡ଼େ ଯେବେ

ମା' ଲୋ ତୋ ଡାକ କାନରେ ଶୁଭୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract