STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହସିବାକୁ ପଡ଼ିବ

ହସିବାକୁ ପଡ଼ିବ

1 min
403

ଜୀବନ ନଉକା ବୁଡ଼ିଯାଉ କି

ନାଚି ନାଚି ଘୁଙ୍ଗୁର ଛିଣ୍ଡିପଡ଼ୁ

ହସିବାକୁ ପଡ଼ିବ

କୋହ ସହି ନ ପାରି

ଛାତିର କଳଜା ଛିଡ଼ିଯାଉ

କି ଆଖିର ଲୁହ ସବୁ ଝରି ଝରି ସୁଖୀଯାଉ

ବଞ୍ଚିବାକୁ ପଡ଼ିବ

ସପନ ସବୁ ଭାଙ୍ଗିଯାଉ

କି ସମ୍ପର୍କର ସୁତାଖିଅ କଟିଯାଉ

ସହିବାକୁ ପଡ଼ିବ

ବିପଦେ କପାଳ ଫାଟିଯାଉ

କି ଅଦିନିଆଁ ଚଡ଼କ ସବୁ ଜାଳିପୋଡ଼ି ପାଉଁଶ କରୁ

ଛାତିକୁ ପଥର କରିବାକୁ ପଡ଼ିବ

ବଞ୍ଚିବାକୁ ପଡ଼ିବ ଆଉ ବାଟ ଚାଲିବାକୁ ପଡ଼ିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract