Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ମୁକ୍ତିର ରଙ୍ଗ ଫିକା ପଡେନା

ମୁକ୍ତିର ରଙ୍ଗ ଫିକା ପଡେନା

1 min
112


ମୁକ୍ତ ହେବାର ଯେଉଁ ସ୍ବପ୍ନ ଦିନେ

ଦେଖିଥିଲେ ଅନ୍ଧାର ଭିତରେ

ସ୍ବାଧିନ ଭାବରେ ରଙ୍ଗ ବୋଳିବାର

ଇଚ୍ଛା ଉଙ୍କି ମାରିଥିଲା ମନରେ ।

କେତେ ଯେ ସଂଗ୍ରାମୀ ବଳି ଦେଲେ ନିଜକୁ

ଦେଶ ସ୍ବାଧୀନ ହେବା ପାଇଁ

ତାଙ୍କ ରକ୍ତେ ନଦୀ ରଙ୍ଗୀନ୍ ହୋଇଲା

ବିଦେଶୀ ଆଦେଶେ ମଥା ନ ନୁଆଇଁ ।

ଦେଖୁ ଦେଖୁ କେତେ ଲୋଟି ପଡିଗଲେ

ବିଦେଶୀ ସଙ୍ଗୀନ ଆଗେ

ତଥାପି ଭାରତ ମାତାର ଜୟ ଗାନ ଧ୍ବନିରେ

ନୂତନ କଙ୍କାଳ ଜାଗେ ।

ସେଇ କଙ୍କାଳ ପତିତ ହେବାର ଦେଖିଲେ

ବିଦେଶୀ ଗୋରା ସରକାର

କୁଢ଼ କୁଢ଼ ଶବ ଚତୁର୍ଦ୍ଦିଗେ ଭାସେ କେବଳ

ମୁକ୍ତି ପାଇଁ ଭାରତ ମାତାର ।

ମୁକ୍ତିର ରଙ୍ଗ ଫିକା ଯେ ପଡେନା 

ଯାହା ସଂଗ୍ରାମୀ ଲହୁର ଲେପ

ନୂତନ ଦିଗନ୍ତ ଆଶାର ଆଲୋକ

ଦୀପ୍ତିମନ୍ତ ହୋଇ ଉଠିଲା ସ୍ବାଧିନ ଦେଶର ଦୀପ ।


Rate this content
Log in

Similar oriya poem from Inspirational