STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଅସୁମାରୀ ଆଶା

ଅସୁମାରୀ ଆଶା

1 min
180


ଆଶା ଅସୁମାରୀ ଯାଏ ମରି ମରି

       ଅଧା ବାଟେ ଭାଙ୍ଗି ଯାଉଛି

ନିନ୍ଦା ଅପବାଦେ ଯାଏ ସରି ସରି

       ମନ କଥା ମନେ ରଖୁଛି ।


ନୟନେ ଲୋତକ ଯାଏ ଭରି ଭରି

      ଅଧା ହସି ଓଠେ ପିଉଛି

ଜୀବନ ନିକିତି ଲାଗେ ଭାରି ଭାରି

       ଦୁଃଖ ଯନ୍ତ୍ରଣା କୁ ବୋହୁଛି ।


ଅନେକ ସ୍ୱପ୍ନ ଦିଏ ମାରି ମାରି

       ସ୍ୱପ୍ନ କି ସତ ହେଉଛି

ବହୁ ଦୂର ଯାଇ ଆସେ ଫେରି ଫେରି

       ବାଟେ ବାଟବଣା ହେଉଛି ।


ଶତ୍ରୁ ପାଖେ ରହି ବଞ୍ଚେ ଡରି ଡରି

        ଦିନ ରାତି ଦାଉ ସାଧୁଛି

ଜିତୁ ଜିତୁ କେବେ ଯାଏ ହାରି ହାରି

        ଆଶା ବି ନିରାଶା ହେଉଛି ।


ଅକୁହା ବେଦନା ଆସେ ଝରି ଝରି

       ଆଶାର ସରୁଜ ଲୁଚି ଯାଉଛି

କର୍ମ କର୍ତ୍ତବ୍ୟ କୁ ଯାଏ କରି କରି

     ଆଶା ଅଭିଳାଷା ବାକି ରହୁଛି ।



Rate this content
Log in

Similar oriya poem from Abstract