ବୁଝାମଣା
ବୁଝାମଣା
ଜୀବନେ ଆସୁ
ଯେତେ ଯେ ଯାତନା
ସବୁ କ୍ଷେତ୍ରେ ଆମକୁ ଲୋଡା
ବୁଝାମଣା ଖାଲି ବୁଝାମଣା ।
ପରିବାର ପରିବେଶ କୁ
ରଖିବାକୁ ସୁସ୍ଥ ସବଳ
ବୁଝାମଣା ପତ୍ର ହିଁ ଆମ
ଜୀବନର ପ୍ରକୃତ ସମ୍ବଳ
ଯେ ଘରେ, ପରିବାରେ
ଅବା ସମାଜେ
ନାହିଁ ଉଚିତ୍ ବୁଝାମଣା
ସଭିଏଁ ସେଠି ହୁଅନ୍ତି ବାଟବଣା
ସେ ପରିବାର କି ସମାଜ
ନୁହେଁ ସମାଜରେ ଗଣା ।
ରଖିବା ମନେ ଉଚିତ୍ ବିଚାର
ସଭିଙ୍କୁ କରିବା ସଦ୍ ବ୍ୟବହାର
ନାହିଁ ଯା ମନେ ସତ୍ୟ ଦର୍ଶନ
ସେ ନୁହେଁ କେବେ ସୁଜନ
ସୁଜନ ସୁସ୍ଥ ମନା ବ୍ୟକ୍ତି
ଅର୍ଥ କ୍ଷମତାରେ ନ ରଖେ
ସେ ଆସକ୍ତି
ବୁଦ୍ଧି, ବିବେକ ଓ ଜ୍ଞାନ ବଳେ
ଯେ ସାଜେ ନିଜକୁ ସର୍ବ ଜଣା
ବିବେକୀ ବିଚାରବନ୍ତ ଭାବେ
ସମାଜେ ହୁଏ ସେ ଜନ ଗଣା
ସମ ଦର୍ଶୀ ସାଜି ସେ ସମାଜକୁ ଦିଏ
ସତ୍ ମାର୍ଗ ଆଣେ
ସ
େ ସମାଜେ ଶୃଙ୍ଖଳା
ସଭିଙ୍କ ମଧ୍ୟେ ରଖି ସମନ୍ବୟ
ଆଣେ ସମାଜେ ଉଚିତ୍ ବୁଝାମଣା ।
ଦେଶର ବିକାଶ ସମାଜ ବିକାଶ
ସବୁରି ମୂଳେ ବୁଝାମଣା ର
ହୋଇଥାଏ ପରିପ୍ରକାଶ
ଯେ ସ୍ଥାନେ ନାହିଁ ବୁଝାମଣା
ଅଜ୍ଞାନ ଅନ୍ଧକାରେ ସେ ସ୍ଥାନ ଗଣା
ସେ ହେଉ ଗାଁ, ସହର,ବଜାର
ରାଜ୍ୟ ଅବା ରାଷ୍ଟ୍ରର ସମାହାର
ଯେଉଁଠି ବୁଝାମଣା ର ହୁଏ ଅଭାବ
ସେଠି ଆସଇ ବିଶୃଙ୍ଖଳା ଓ ଦ୍ଵନ୍ଦ୍ଵ ଭାବ
ଖାଲି ଚାଲଇ ହିଂସା ଦ୍ୱେଷ
ନଷ୍ଟ ହୁଅଇ ପରିବେଶ
ଆଜିର ସମାଜେ ଅଭାବ ଯୋଗୁଁ ବୁଝାମଣା
ଜ୍ଞାନୀ, ବିଜ୍ଞାନୀ, ମହାଜ୍ଞାନୀ ଓ ପଣ୍ଡିତ
ଲୋଭ, ମୋହ ଓ ଅହଂ ଭାବେ
ହୁଅନ୍ତି କେବଳ ବାଟବଣା
ବେଳ ଥାଉଁ ବନ୍ଧ ବାନ୍ଧି
ମନକୁ ନ କରି ଊଣା
ଆନ ଜନକୁ ନ କରି ଘୃଣା
ପ୍ରତି ମୁହୂର୍ତ୍ତେ ପ୍ରତି କ୍ଷେତ୍ରେ
ମନ ଓ ହୃଦୟେ କର ସଭିଏଁ ଚେଷ୍ଟା
କରିବା ପାଇଁ ବୁଝାମଣା ।