ଆମ ପ୍ରେମ
ଆମ ପ୍ରେମ
ଆମ ପ୍ରେମ ହେଲା ଅତୀତ କାହାଣୀ
ମନରେ ଦିଅଇ ବ୍ୟଥା
ତୁମ କଥା ଭାବି ହୃଦୟ ଜଳୁଛି
ଲୁହରେ ଲେଖେ କବିତା ।
ହୃଦୟ ମନ୍ଦିର ଶୂନ୍ୟ ହୋଇଗଲା
ସିଂହାସନ ହେଲା ଖାଲି
ତୁମ ପ୍ରତାରଣା ଚାବୁକ ପ୍ରହାରେ
ମୃତପ୍ରାୟ ହେଇଗଲି ।
ଶ୍ରାବଣର ଧାରା ନୟନକୁ ମୋର
କରିଲାଣି ପଥ ତାର
ନିଜ ଲୁହେ ନିଜେ ଭିଜୁଛି ମୁଁ ଆଜି
କ୍ଷତ ହେଲାଣି ଗଭୀର ।
ବିରହ ଯନ୍ତ୍ରଣା ଅସହ୍ୟ ହେଉଛି
ଭୁଲ୍ କଲି ଭଲପାଇ
ପୂର୍ଣ୍ଣମୀର ଜହ୍ନ ରୁଷିଛି ମୋଠାରେ
ଅମାବାସ୍ୟା ସରୁ ନାହିଁ ।
ପଦ୍ମାଳୟା