ଉତେଇ
ଉତେଇ
ତୁ ନାଚିଆସୁ ତାଳି ମାରି ମାରି
ଚିତ୍କାର ଶବ୍ଦର ଭୟଙ୍କର ରୂପରେ
ବୀରବାଦ୍ୟ ଧରି
ତୁ ଖେଳିଆସୁ
ଅକ୍ଲେଶ ଭାବରେ ଖୁସିର ଲହରୀ ଧରି
ତୁ ଖୁବ୍ ଚିହ୍ନା ଚିହ୍ନାଠୁ ବି ଆହୁରି ନିଜର
ତୋ ପ୍ରେମ ପ୍ରେମ ନୁହେଁ
ମତେ ବଞ୍ଚିବାର ବାଟ ଦେଖାଇଥିବା
ଅନ୍ଦାଜ୍ ଜୀବନଟେ
ମୁଁ ତୋ ସାଥେ
ଖୁବ୍ ବଦମାସି କରେ
କେବେ ଛଳନାର ମନ୍ଦିର ଗଢିଦିଏ
ପୁଣି ତ କେବେ ପାଗଳାମିଆ କଥା ଭାବି
ତତେ ଧ୍ୱଂସ କରି ବସେ
ତୁ ମତେ ମାରିଦେଇ ପାରୁ
ମୁଁ ତୋ ମାରିବା ଆଗରୁ ମରିଯାଇଥାଏ
ତୁ ମତେ କନ୍ଦେଇ ପାରୁ
ମୁଁ ତୋ କନ୍ଦେଇବା ଆଗରୁ କାନ୍ଦିଦେଇଥାଏ
ଖୁବ୍ ଆପଣାର ସହିତ ଆମେ ଦୁହେଁ
ମୁଁ ଓ ଉତେଇ
