Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Inspirational

3  

gouranga charan beura

Inspirational

ଦେଶପ୍ରେମୀ ସୁଭାଷ

ଦେଶପ୍ରେମୀ ସୁଭାଷ

1 min
6.9K


ଗରୀୟାନ ତୁମେ ହେ ବୀର ସୁଭାଷ

ଧନ୍ୟ ଏ ଭାରତ ଭୂଇଁ,

ଧନ୍ୟ ତୁମ ପିତା ଜାନକୀ ନାଥ ଯେ

ମାତା ପ୍ରଭାବତୀ ଦେବୀ ॥

ଓଡିଆ ମୂଲକେ ଓଡିଆ ବଜାରେ

କଟକ ଜିଲ୍ଲା ଯେ ଧନ୍ୟ,

ଲଭି ତୁମ ପଦ ଏ ଶରଧା ପୁରୀ

ଭାରତେ ହେଲା ମହାନ ॥

ମାତା ପ୍ରେରଣାରେ ଦେଶପ୍ରେମୀ ତୁମେ

ଦେଶର ରଖିଲ ଟେକ,

ସ୍ୱାଧୀନତା ପାଇଁ ରକ୍ତ ମାଗି ତୁମେ

ରଖିଲ ଜାତିର ଭେକ ॥

ବୀର ପ୍ରସବିନୀ ଭାରତ ମାଟିରେ

ତୁମେ ଥିଲ ଶ୍ରେଶ୍ଠ ବୀର,

ବେଶ ପୋଷାକରେ ଭାଷାରେ ଭଂଗିରେ

ଇଂରେଜଂକୁ ଥିଲା ଡର ॥

ଜାତୀୟ ଚେତନା ବାଣ୍ଟୁଥିଲ ତୁମେ

ଜାତି ପ୍ରେମ ବହ୍ନି ଜାଳି,

ଗୁଳିର ଜବାବ ଗୁଳିରେ ଦେବାକୁ

ଛାଡୁଥିଲ ସିଂହ ରଡି ॥

ଜାତି ବୁଝିଲାନି ତୁମକୁ ବୀର ହେ

ତୁମେ ଗଲ ଦେଶ ଛାଡି,

ଦୁର ଦେଶେ ଗଢି " ଆଜାଦ୍ ହିନ୍ଦ୍ ଫୈାଜ"

ଆସିଥିଲ ତୁମେ ମାଡି ॥

ସ୍ୱାଧିନ ସୁଆଦ ଚାଖିଲନି ତୁମେ

ଜାତି ଛାଡି ଚାଲିଗଲ,

ଆକାଶ ମାର୍ଗରେ ଅର୍ଦ୍ଧ ଦଗ୍ଧ ହୋଇ

ଚିର ଅମର ହୋଇଲ ॥

ତୁମ ଜୟନ୍ତୀରେ ଘେନ ପ୍ରୀତି ଅର୍ଘ୍ୟ

ଜାତି କରୁଛି ମାଗୁଣି,

ଦୂରେ ରହି ତୁମେ ହେ ଯୁଗ ପୁରୁଷ

ଶୁଣାଅ ସ୍ୱାଧୀନ ବାଣୀ ॥

     " ବନ୍ଦେ ମାତରମ୍"

-------ଗୈାରାଂଗ ଚରଣ ବେଉରା--------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-----


Rate this content
Log in

Similar oriya poem from Inspirational