ଜୀବନ ଗୀତା-୩୫୫
ଜୀବନ ଗୀତା-୩୫୫
ଏ ଜୀବନ କେବେ
ବହଳ ଅଂଧାର
କେବେ ଆଲୁଅରେ
ପୁଣି ସେ ଉଜ୍ଜଳ ॥୦॥
ଉଜାଣି ଢେଉରେ ଭାସୁଥାଏ କେବେ
ଜୀବନର ତରୀ
ଅନୁକୂଳ ସ୍ରୋତେ ପୁଣି ସହଜରେ
ଯାଏ ସେ ପହଁରି
ଜୀବନର ଏତ ରୀତି ବିପରିତ
ଯେତିକି ସେ ଶାନ୍ତ
ସେତିକି ଉଚ୍ଛଳ ॥୧॥
ଆଙ୍ଗୁଳି ସନ୍ଧିରୁ ଖସିଯାଏ କେବେ
ସମୟର ବାଲି
ଯୋଡାତାଳି ଦେଇ ବଂଚିବାକୁ ହୁଏ
ସଂପର୍କରେ ଖାଲି
ଜୀବନର ଏତ ରୀତି ବିପରିତ
ଯେତିକି ସେ ରୁଦ୍ର
ସେତିକି ସୁନ୍ଦର ॥୨॥